www.samajalive.in
Monday, December 8, 2025
27.1 C
Bhubaneswar

ଷ୍ଟେସନ ଭିତରେ ଚାଲିଛି ଟିକେଟ କଳାବଜାରୀ

ବଲାଙ୍ଗିର : ସଂରକ୍ଷିତ ରେଳ ଟିକେଟ ବ୍ୟବସ୍ଥାରେ ସଂସ୍କାର ଆଣିବା ପାଇଁ ରେଳ ବିଭାଗ ଅନେକ ପଦକ୍ଷେପ ହାତକୁ ନେଇଛି । ବିଶେଷ କରି ତତକାଲ୍ ଟିକେଟ ବ୍ୟବସ୍ଥାରେ ଯେମିତି ପ୍ରକୃତ ଯାତ୍ରୀଙ୍କୁ ଟିକେଟ ମିଲିପାରିବ ଓ ଏଥିରେ ଦଲାଲି ଯେମିତି ନହେବ ସେଥିରେ ସୁଧାର ଆଣିବା ପାଇଁ ଗତ କିଛି ଦିନ ତଲେ ରେଳ ବିଭାଗ ଏକ ଅଭିଯାନ ଆରମ୍ଭ କରିଥିଲା। ବଲାଙ୍ଗିର ଜିଲା ଦେଓଗାଁ ରେଳଷ୍ଟେସନରେ ତତକାଲ୍‍ ଟିକେଟରେ ବ୍ୟାପକ କଳାବଜାରୀ ହେଉଥିବା ଅଭିଯୋଗ ହୋଇଛି। ତାହା ପୁଣି ସଂପୃକ୍ତ ଷ୍ଟେସନ ମାଷ୍ଟରଙ୍କ ଜାଣତରେ ଚାଲିଥିବା ଅଭିଯୋଗ ହୋଇଛି । ତତକାଲ୍ ଟିକେଟ ପାଇଁ ଯାତ୍ରୀ ଷ୍ଟେସନକୁ ଗଲେ ତାଙ୍କୁ ଟିକେଟ ପାଇଁ ମନା କରିଦିଆଯାଉଥିବା ବେଳେ ଦଲାଲ ମାନେ ବେଶୀ ଟଙ୍କା ନେଇ ଅନ୍ୟ ଲୋକ ମାନଙ୍କ ତତକାଲ୍‍ ଟିକେଟ କରୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଷ୍ଟେସନ ଭିତରେ ଷ୍ଟେସନ ମାଷ୍ଟର ଯୁବକଙ୍କ ସହ ମିଶି ଟିକେଟ ବ୍ୟବସାୟ ଚଲାଇଥିବା ବେଳେ ଏଥିପ୍ରତି ଆରପିଏଫର ନିଘା ନାହିଁ । ଧାଡିରେ ଥିବା ଯାତ୍ରୀ ମାନେ ତତକାଲ୍‍ ଟିକେଟ ପାଇଁ ଦାବି କଲେ ଖୋଲାଖୋଲି ସେମାନଙ୍କୁ ଟିକେଟ ଦର ବାହାରେ ୫ଶହରୁ ଉର୍ଦ୍ଧ ଟଙ୍କା ମଗାଯାଉଥିବା ଯାତ୍ରୀ ମାନେ ଅଭିଯୋଗ କରିଛନ୍ତି ।
ଏନେଇ ସଂପୃକ୍ତ ରେଳଷ୍ଟେସନରେ କାର୍ଯ୍ୟରତ ଷ୍ଟେସନ ମାଷ୍ଟର ଏସ.ମିଶ୍ରଙ୍କ ପଚାରିବାରୁ ପ୍ରଥମରୁ ଏହାକୁ ଅସ୍ୱୀକାର କରୁଥିବା ବେଳେ ପରେ ଆଇନ ଅନୁଯାୟୀ ମୁଁ ଟିକେଟ କରୁଥିଲେ ମଧ୍ୟ କର୍ମଚାରୀ ନଥିବାରୁ ଦୁଇ ଜଣ ସହାୟତା କରୁଥିବା ସେ ପ୍ରକାଶ କରିଥିଲେ । ତେବେ ବାହାର ଯୁବକ କେମିତି ଟିକେଟ କରୁଛନ୍ତି ପଚାରିବାରୁ ସେ ପ୍ରତିକ୍ରିୟାଶୀଳ ହୋଇ ଏଥିରେ ଆପଣଙ୍କ କଣ ସମସ୍ୟା ରହିଛି ବୋଲି ଓଲଟା ପ୍ରଶ୍ନ କରିଥିଲେ । ଦେଓଗାଁ ରେଳଷ୍ଟେସନରେ ଚାଲିଥିବା ଏହିଭଳି ମନମୁଖୀ କାରବାର ପ୍ରତି ଦୃଷ୍ଟି ଦେଇ ସମ୍ବଲପୁର ଡିଆରଏମ ଦୃଢ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସ୍ଥାନୀୟ ଅଞ୍ଚଳରେ ଦାବି ହୋଇଛି ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories