www.samajalive.in
Tuesday, December 9, 2025
16.1 C
Bhubaneswar

ଗାଁ ହେବ ନିଶାମୁକ୍ତ; ଅଣ୍ଟା ଭିଡ଼ିଲେ ମହିଳା

ମୁଖିଗୁଡ଼ା : କଳାହାଣ୍ଡି ଜିଲ୍ଳା ଧନଶୁଲି ପଞ୍ଚାୟତ ଅନ୍ତର୍ଗତ ଶାସ୍ତୁଗୁଡ଼ା ଗାଁରେ ବେଆଇନ ଓ ବେଧଡ଼କ ମଦ ବିକ୍ରି ହେଉଥିବାରୁ ଅସାମାଜିକ ବ୍ୟକ୍ତିମାନେ ମଦ ପିଇ ଗଣ୍ଡଗୋଳ କରି ଗାଁ ପରିବେଶ ନଷ୍ଟ କରିବା ସହ ବିଶୃଙ୍ଖଳା ସୃଷ୍ଟି କରୁଥିବାରୁୂ ବିଭିନ୍ନ ସମୟରେ ଅଶାନ୍ତି ଦେଖାଯାଉଛିା ଶାସ୍ତୁଗୁଡ଼ା ଗାଁ ରେ ନବରଙ୍ଗପୁର ଜିଲ୍ଳା ଏବଂ ବିଭିନ୍ନ ଅଞ୍ଚଳରୁ ରନ୍ଧା ମଦ ଆସି ବିକ୍ରି ହେଉଛି ଫଳରେ ଅସାମାଜିକ ବ୍ୟକ୍ତିମାନେ ମଦ ପିଇ ଗଣ୍ଡଗୋଳ କରିବା ସହ ମଦ୍ୟପ ବ୍ୟକ୍ତିଙ୍କ ଆର୍ଥିକ ଅବସ୍ଥା ମଧ୍ୟ ଶୋଚନୀୟ ହୋଇ ପଡ଼ୁଛି। ଏଥିପାଇଁ ଶାସ୍ତଗୁଡ଼ା ଗାଁର ମାଁ ଠାକୁରାଣୀ ମହିଳା ମଣ୍ଡଳ ସଂଘର ଆହ୍ୱାନ କ୍ରମେ ସମସ୍ତ ଗ୍ରାମବାସୀଙ୍କ ଉପସ୍ଥିତିରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇ ଗାଁକୁ କିପରି ନିଶା ମୁକ୍ତ ଗ୍ରାମ ଗଠନ ହେବ ସେ ନେଇ ଆଲୋଚନା ହେବା ପରେ ଗାଁ ରେ ବିକ୍ରି ହେଉଥିବା ମଦ ବିକ୍ରି ବନ୍ଦ ଏବଂ ବିଶୃଙ୍ଖଳା ସୃଷ୍ଟି କରୁଥିବା ବ୍ୟକ୍ତିମାନଙ୍କୁ ଆଇନତ କାର୍ଯ୍ୟାନୁଷ୍ଠାନ ହୋଇ ପାରିବ ଏ ନେଇ ଆଳୋଚନା ହୋଇଥିଲା। ମଣ୍ଡଳ ସଂଘର ସଦସ୍ୟା ତଥା ଗାଁର ବହୁ ଯୁବକ ଶାସ୍ତୁଗୁଡ଼ା ଗାଁରେ ବେଆଇନ ମଦ ବିକ୍ରି ବନ୍ଦ କରିବା ପାଇଁ ଜୟପାଟଣା ଥାନାଧିକାରୀ ଏବଂ ଅବକାରୀ ଇନ୍ସ୍ପେକ୍ଟର ଲିଖିତ ଅଭିଯୋଗ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories