www.samajalive.in
Monday, December 8, 2025
20.1 C
Bhubaneswar

୧ଲକ୍ଷ କୋଟି ଟପିଲା ଜନଧନ ଜମାରାଶି

ନୂଆଦିଲ୍ଲୀ: ପାଞ୍ଚ ବର୍ଷ ପୂର୍ବେ ମୋଦୀ ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଜନଧନ ଯୋଜନାରେ ଜମାରାଶି ଏକ ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ଅର୍ଥ ମନ୍ତ୍ରାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଦେଶରେ ଥିବା ୩୬ କୋଟି ୬ ଲକ୍ଷ ଜନଧନ ଜମା ଖାତାରେ ଜୁଲାଇ ୩ ସୁଦ୍ଧା ଜମା ରାଶି ୧ଲକ୍ଷ ୪୯୫ କୋଟି ଟଙ୍କାରେ ପହଞ୍ଚିଛି। ଜନଧନ ହିତାଧିକାରୀଙ୍କ ଜମା ଖାତାରେ ଜମା ରାଶି କ୍ରମାଗତ ବୃଦ୍ଧି ପାଉଥିବା ଜଣାପଡିଛି।

ପ୍ରଧାନମନ୍ତ୍ରୀ ଜନଧନ ଯୋଜନା ୨୦୧୪ ଅଗଷ୍ଟ ୨୮ରେ ଆରମ୍ଭ ହୋଇଥିଲା ଏବଂ ଏହାର ମୂଳ ଉଦ୍ଦେଶ୍ୟ ହେଲା ବ୍ୟାଙ୍କ ସୁବିଧାରୁ ବଞ୍ଚିତ ଥିବା ଲୋକଙ୍କୁ ଏହି ଅର୍ଥନୈତିକ ଅନ୍ତର୍ଭୁକ୍ତି ଦେବା। ଏଥିରେ ଖୋଲା ଯାଇଥିବା ଆକାଉଣ୍ଟ ସଞ୍ଚୟ ଖାତା ଭଳି କାର୍ଯ୍ୟ କରିଥାଏ ଓ ସେଥିରେ ରୁପେ ଡେବିଟ କାର୍ଡ ସହ ଓଭର ଡ୍ରାଫ୍ଟ ସୁବିଧା ମିଳିଥାଏ।

- Advertisement -

ଯୋଜନାର ସଫଳତାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୧୮ ଅଗଷ୍ଟ ୨୮ ପରେ ଖୋଲାଯାଇଥିବା ଜନଧନ ସଂଚୟ ହିତାଧିକାରୀଙ୍କୁ ଦୁର୍ଘଟଣା ବୀମା ରାଶି ଏକ ଲକ୍ଷରୁ ଦୁଇ ଲକ୍ଷକୁ ବୃଦ୍ଧି କରିଥିଲେ। ଓଭର ଡ୍ରାଫ୍ଟ ସୁବିଧା ମଧ୍ୟ ୧୦ ହଜାରରୁ ୨୦ ହଜାରକୁ ବୃଦ୍ଧି କରାଯାଇଛି।

Hot this week

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

Related Articles

Popular Categories