www.samajalive.in
Monday, December 8, 2025
20.1 C
Bhubaneswar

ମୁକ୍ତିଲାଭ କଲା ଜନଙ୍କ ‘ବାଟଲା ହାଉସ’ର ଟ୍ରେଲର

ମୁମ୍ବଇ : ଜନ୍ ଆବ୍ରାହମଙ୍କ ଅଭିନୀତ ଚଳଚ୍ଚିତ୍ର ‘ବାଟଲା ହାଉସ’ର ଟ୍ରେଲର ବୁଧବାର ମୁକ୍ତିଲାଭ କରିଛି। ୨ ମିନିଟ୍ ୫୫ ସେକେଣ୍ଡର ଥିବା ଏହି ଟ୍ରେଲରକୁ ମୁକ୍ତିଲାଭ କରିବାର କିଛି ସମୟ ମଧ୍ୟରେ ଏହାକୁ ଲକ୍ଷାଧିକ ଦର୍ଶକ ଦେଖିସାରିଲେଣି। ‘ବାଟଲା ହାଉସ’ର ଟ୍ରେଲରରେ ଜନଙ୍କ ଦମଦାର ଆକ୍ସନ ଓ ଅଭିନୟ ଦେଖିବାକୁ ମିଳିଛି। ସିନେମାରେ ଜନ୍ ପୁଲିସ ଭୂମିକାରେ ଅଭିନୟ କରିଛନ୍ତି। ଇଣ୍ଡିଆନ୍ ମୁଜାହିଦୀନ ଆତଙ୍କବାଦୀ ସଙ୍ଗଠନ ବିରୋଧରେ ଦିଲ୍ଲୀର ଜାମିୟା ନଗର ବାଟଲା ହାଉସ ଅଞ୍ଚଳରେ କରାଯାଇଥିବା ‘ଅପରେସନ୍ ବାଟଲା ହାଉସ’ କାହାଣୀକୁ ନେଇ ଚଳଚ୍ଚିତ୍ରଟି ଗତିଶୀଳ ହୋଇଛି। ଭୂଷଣ କୁମାର ଓ ଜନ୍ ଆବ୍ରାହମ୍ଙ୍କ ପ୍ରଯୋଜନାରେ ନିର୍ମିତ ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଭାର ନିଖିଲ୍ ଆଡ଼ଭାନୀ ବହନ କରିଛନ୍ତି। ଚଳଚ୍ଚିତ୍ରରେ ଜନ୍ଙ୍କ ସହିତ ଅଭିନେତ୍ରୀ ମୃଣାଳ ଠାକୁରଙ୍କୁ ଦେଖିବାକୁ ମିଳିବ। ଏହା ଚଳିତ ବର୍ଷ ୧୫ ଅଗଷ୍ଟ ସ୍ବାଧିନତା ଦିବସ ଅବସରରେ ମୁକ୍ତିଲାଭ କରିବ।

Hot this week

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

Related Articles

Popular Categories