www.samajalive.in
Tuesday, December 9, 2025
16.1 C
Bhubaneswar

କିଟ୍‌ର ଦୂତୀ ଚାନ୍ଦ ସ୍ୱର୍ଣ୍ଣ ପଦକ ଜିତି ରାଜ୍ୟ ପାଇଁ ଆଣିଲେ ସୁନାମ

ଭୁବନେଶ୍ୱର . – ଦୂତୀ ଚାନ୍ଦ ପୁଣିଥରେ ବିଶ୍ୱ ସ୍ତରରେ ରାଜ୍ୟ ପାଇଁ ସୁନାମ ଆଣିଛନ୍ତି । ଇଟାଲୀର ନାପଲ୍ସରେ ଚାଲିଥିବା ଓ୍ୱାର୍ଲଡ ୟୁନିଭସିଟିଜ୍‌ ଗେମସ୍‌ରେ କ୍ରୀଡ଼ାରେ ଓଡ଼ିଆ ଧାବିକା ଦୂତୀ ଚାନ୍ଦ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି। ୧୧.୩୨ ସେକେଣ୍ଡରେ ସେ ୧୦୦ ମିଟର ଦୌଡ଼ ସମ୍ପୂର୍ଣ୍ଣ କରିଥିଲେ। ଏହି ସଂସ୍କରଣରେ ଭାରତର ଏହା ପ୍ରଥମ ସ୍ବର୍ଣ୍ଣ ପଦକ। ଏହା ସହିତ ଏହି କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସ୍ବର୍ଣ୍ଣ ପଦକ ହାସଲ କରିବାରେ ଦୂତୀ ହେଉଛନ୍ତି ପ୍ରଥମ ଭାରତୀୟ। ରାଷ୍ଟ୍ରପତି , ପ୍ରଧାନମନ୍ତ୍ରୀ ଦୂତୀ ଚାନ୍ଦଙ୍କୁ ପ୍ରଶଂସା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୂତୀ ଚାନ୍ଦଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । କିଟ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ଏହାକୁ ଏକ ବଡ ଉପଲବ୍ଧି ବୋଲି କହିଛନ୍ତି ।
– କିଟ୍‌ର ଛାତ୍ରୀ –
ଦୂତୀ ଚାନ୍ଦ କିଟ୍‌ ଡିମ୍‌ଡ ବିଶ୍ୱବିଦ୍ୟାଳୟର ଛାତ୍ରୀ । ତାଙ୍କୁ କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ସାସଂଦ ଡକ୍ଟର ଅଚ୍ୟୁତ ସାମନ୍ତ ପ୍ରୋତ୍ସାହିତ କରିଛନ୍ତି । ତାଙ୍କର ଏହି ଉପଲବ୍ଧି ପରେ କିଟ୍‌ ଓ କିସ୍‌ର ଛାତ୍ରଛାତ୍ରୀ ଖୁସୀ ମନାଇଛନ୍ତି । ବିଜୟ ପରେ ଦୂତୀ ଗଣମାଧ୍ୟମକୁ କହିଛନ୍ତି, ମୁଁ ବହୁତ ଖୁସି ଯେ ୱାର୍ଲ୍ଡ ୟୁନିଭର୍ସିଟି ଗେମ୍ସରେ ଭାରତ ପାଇଁ ପ୍ରଥମ ସ୍ବର୍ଣ୍ଣ ପଦକ ଆଣିଛି। ମୁଁ ଏହାକୁ ମୋ ବିଶ୍ଵବିଦ୍ୟାଳୟ କିଟ୍‌, ଏହାର ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ଓଡ଼ିଶାବାସୀ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଇଁ ଉତ୍ସର୍ଗ କରୁଛି।
ଦୂତୀଙ୍କ ଜୀବନ ବେଶ୍‌ ସଂଘର୍ଷ ଭରା । ସେ ଗାଁରୁ ବିଶ୍ୱ ବିଜେତା ପର୍ଯ୍ୟନ୍ତ ରାସ୍ତାକୁ ଅନେକ ବାଧା ବିଘ୍ନର ସାମ୍ନା କରି ହାସଲ କରିଛନ୍ତି । ତାଙ୍କୁ ଭଲ ପ୍ରଶିକ୍ଷଣର ସୁବିଧା ମିଳି ନଥିଲା । କିନ୍ତୁ ସେ ହାର ମାନି ନଥିଲେ । ଏହା ତାଙ୍କୁ ସଫଳତା ପାଇବା ପାଇଁ ସହାୟକ ହୋଇଥିଲା । ସ୍ୱର୍ଣ୍ଣପଦକ ଜିତି ସେ ରାଜ୍ୟ ପାଇଁ ଗୌରବ ହାସଲ କରିଛନ୍ତି ।

ଦୂତୀ ଚାନ୍ଦ ନିଜ ରେକର୍ଡକୁ ନିଜେ ଭାଙ୍ଗିଛନ୍ତି । କାଜଖସ୍ତାନର ଅଲମାଟୀରେ ୨୬ତମ କୋସନୋବ ମୋମୋରିୟଲ ମିଟ୍‌ରେ ସେ ଜାତୀୟ ରେକର୍ଡ କରିଥିଲେ । ଏହା ୧୧.୩୨ ସେକେଣ୍ଡ ଥିଲା । ଦୂତୀ ୧୧.୩୩ ସେକେଣ୍ଡର ନିଜର ଜାତୀୟ ରେକର୍ଡକୁ ଭାଙ୍ଗିଥିଲେ । ଫେଡେରେସନ୍‌ କପ୍‌ର ଚାମ୍ପିୟନ ସିପ୍‌ରେ
ଏହି ରେକର୍ଡ କରିଥିଲେ ।

- Advertisement -

ଇଟାଲୀର ନାପଲ୍ସରେ ଚାଲିଥିବା ଓ୍ୱାର୍ଲଡ ୟୁନିଭସିଟିଜ୍‌ ଗେମସ୍‌ରେ କ୍ରୀଡ଼ାରେ ୧୦୦ ମିଟର ଦୌଡ଼ରେ ସୁଇଜରଲାଣ୍ଡର ଅଜଲା ଦେଲ ପଣ୍ଟେ ରୌପ୍ୟ ପଦକ ହାସଲ କରିଛନ୍ତି। ୧୦୦ ମିଟର ଦୂରତା ଅତିକ୍ରମ କରିବା ଲାଗି ସେ ୧୧.୩୩ ସେକେଣ୍ଡ ସମୟ ନେଇଥିଲେ। ଗତ ସୋମବାର ଦୂତୀ ପ୍ରତିଯୋଗିତାରେ ଭାଗ ନେଇ ୧୧.୫୮ ସେକେଣ୍ଡରେ ୧୦୦ ମିଟର ଦୌଡ଼ ସମ୍ପନ୍ନ କରି ସେମିଫାଇନାଲରେ ପ୍ରବେଶ କରିଥିଲେ। ମଙ୍ଗଳବାର ସେମିଫାଇନାଲରେ ସେ୧୧.୪୧ ସେକେଣ୍ଡରେ ୧୦୦ ମିଟର ଅତିକ୍ରମ କରି ଫାଇନାଲ ପାଇଁ ଯୋଗ୍ୟତା ହାସଲ କରିଥିଲେ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories