www.samajalive.in
Thursday, December 11, 2025
23.1 C
Bhubaneswar

ଯୁବକଙ୍କୁ ଆକ୍ରମଣ ଘଟଣାରେ ଦୁର୍ଦ୍ଦାନ୍ତ ଅପରାଧୀ ଗିରଫ

ବଲାଙ୍ଗୀର : ବଲାଙ୍ଗୀର ସହରରେ ବିଗତ କିଛି ବର୍ଷ ଧରି ଉତ୍ପାତ ମଚାଉଥିବା କୁଖ୍ୟାତ ଅପରାଧୀ ସୈାମ୍ୟ ରଞ୍ଜନ ଦାସକୁ ବୁଧବାର ଟାଉନ ପୁଲିସ ଗିରଫ କରିଛି। ଗତ ଦୁଇ ଦିନ ଭିତରେ ଦୁଇ ଜଣ ଯୁବକଙ୍କୁ ଆକ୍ରମଣ କରିଥିବା ଅଭିଯୋଗରେ ସୈାମ୍ୟ ଓ ତାର ଜଣେ ସହଯୋଗୀ ମୁନାକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି। ତେବେ ଅଭିଯୁକ୍ତ ସୈାମ୍ୟ ନାଁରେ ପ୍ରାୟ ୧୬ ଟି ମାମଲା ରହିଥିବା ସୂଚନା ମିଳିଛି। ଏହା ସହିତ ସେ ଗତ ନିର୍ବାଚନ ପୂର୍ବରୁ ଜାମିନରେ ରହିଥିବା ପୁଲିସ ସୂଚନା ଦେଇଛି।
ସୂଚନା ଅନୁସାରେ, ଗତ ୮ ତାରିଖ ବିଲମ୍ବିତ ରାତିରେ ରେଳ ଷ୍ଟେସନ ଅଞ୍ଚଳରେ ଥିବା ଏକ ଦୋକାନରେ ବଲାଙ୍ଗୀର ମାଲପଡାର ସୈାମ୍ୟରଞ୍ଜନ ଦାସ ଗଣ୍ଡଗୋଳ କରିଥିବା ଅଭିଯୋଗ ହୋଇଥିଲା। ଦୋକାନୀ ଶ୍ରୀକାନ୍ତ ସାହୁ କରିଥିବା ଅଭିଯୋଗ ଅନୁସାରେ ତାଙ୍କ ପୁତୁରା ଦୋକାନରେ ବସିଥିବା ସମୟରେ ସୈାମ୍ୟ ଦୋକାନରୁ କିଛି ସାମଗ୍ରୀ ନେଇ ପଇସା ଦେଇନଥିଲା। ଟଙ୍କା ପାଇଁ ତାଙ୍କ ପୁତୁରା କହିବାରୁ ସୈାମ୍ୟ ତାଙ୍କୁ ମାଡ ମାରିଥିବା ଟାଉନ ଥାନାରେ ସେ ଲିଖିତ ଭାବେ ଅଭିଯୋଗ କରିଥିଲେ। ଏନେଇ ଟାଉନ ପୁଲିସ କେସ୍‍ ନଂ ୩୩୬/୨୦୧୯ରେ ଏକ ମାମଲା ରୁଜୁ କରି ସୈାମ୍ୟକୁ ଗିରଫ ପାଇଁ ତଦନ୍ତ ଚଳାଇଥିଲା। ତେବେ ମଙ୍ଗଳବାର ରାତିରେ ସହରର ଶୁଭମ ମେହେର ନାମକ ଜଣେ ଯୁବକ ନିଜ ସାଙ୍ଗ ସହିତ ଜିମ୍ନାସିୟମରୁ ଫେରୁଥିବା ବେଳେ ସୈାମ୍ୟ ଓ ତାର ଜଣେ ସହଯୋଗୀ ମୁନା ବାରିକ ଅଟକାଇ ତାଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ବିନା କାରଣରେ ନିଶାସକ୍ତ ଅବସ୍ଥାରେ ଶୁଭମଙ୍କୁ ସୈାମ୍ୟ ଓ ତାର ସହଯୋଗୀମାନେ ମାଡ଼ ମାରିଥିବା ଅଭିଯୋଗ ହେବା ପରେ ଟାଉନ ଥାନା କେସ୍‍ ନଂ ୩୩୭/୨୦୧୯ରେ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଉକ୍ତ ଘଟଣାରେ ସଂପୃକ୍ତ ଥିବା ସୈାମ୍ୟ ଓ ମୁନାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି। ଏହା ସହିତ ଅଭିଯୁକ୍ତ ସୈାମ୍ୟର ଅପରାଧିକ ପୃଷ୍ଠଭୂମି ନେଇ ମଧ୍ୟ ଖୁଲାସା କରିଛି।
ପୁଲିସ ସୂଚନା ଅନୁସାରେ, ମାଲପଡାର ସୈାମ୍ୟରଞ୍ଜନ ଦାସ ନାଁରେ ଗତ ୨୦୧୧ ମସିହାରୁ ଅନେକ ମାମଲା ରହିଛି। ଗତ ୨୦୧୧ ମସିହାରେ ପ୍ରଥମ ଥର ପାଇଁ ସୈାମ୍ୟ ନାଁରେ ଓଡିଶା ମେଡିକେୟାର ସାର୍ଭିସ ପ୍ରତିରୋଧ ବିଶୃଙ୍ଖଳା ଓ କ୍ଷତି ଆଇନ ୨୦୦୫ରେ ମାମଲା ହୋଇଥିଲା। ସେହିଦିନ ଠାରୁ ଅପରାଧିକ ଦୁନିଆରେ ପାଦ ଦେଇଥିଲା ମୋଷ୍ଟୱାଣ୍ଟେଡ ସୈାମ୍ୟ। ଏହା ପରେ ୨୦୧୨ରେ ୨ ଟି, ୨୦୧୩ରେ ୨ଟି, ୨୦୧୪ରେ ଗୋଟିଏ, ୨୦୧୫ରେ ୫ଟି, ୨୦୧୭,୨୦୧୮ରେ ଗୋଟିଏ ଲେଖାଁଏ ମାମଲା ରହିଥିବା ବେଳେ ୨୦୧୯ରେ ତିନୋଟି ମାମଲା ସୈାମ୍ୟ ନାଁରେ ରହିଥିବା ସୂଚନା ମିଳିଛି। ତେବେ ବିଭିନ୍ନ ମାମଲରେ ଗିରଫ ହୋଇ ସୈାମ୍ୟ ଜେଲରେ ରହିଥିବା ବେଳେ ନିର୍ବାଚନ ପୂର୍ବରୁ ଜାମିନରେ ଆସିଥିଲା। ଜାମିନରେ ଆସି ପୁଣି ଦୁଇଟି ମାଡପିଟ ମାମଲାରେ ମୁଖ୍ୟ ଅଭିଯୁକ୍ତ ହେବା ପରେ ସମସ୍ତ ଜାମିନକୁ ରବ୍ଦ କରିବା ପରେ ଟାଉନ ଥାନା ପୁଲିସ ଆବେଦନ କରିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି। ସୈାମ୍ୟ ସହ ଗିରଫ ହୋଇଥିବା ଆଉ ଜଣେ ଅଭିଯୁକ୍ତ ମୁନା ବାରିକ ନାଁରେ ମଧ୍ୟ ପୂର୍ବରୁ ହତ୍ୟା ମାମଲା ରହିଥିବା ପୁଲିସ ସୂଚନା ଦେଇଛି। ତେବେ ସହରରେ ଅପରାଧ ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯିବା ସହିତ ହାର୍ଡକୋର ଅପରାଧୀମାନଙ୍କ ବିରୁଦ୍ଧରେ ଠୋସ ପଦକ୍ଷେପ ନିଆଯିବ ବୋଲି ବଲାଙ୍ଗୀର ଆଦର୍ଶ ଟାଉନ ଥାନା ଅଧିକାରୀ ତୋଫାନ ବାଗ କହିଛନ୍ତି।

Hot this week

ମୋଦୀଙ୍କୁ କାହିଁକି ଫୋନ୍ କଲେ ନେତାନ୍ୟାହୁ ?

ନୂଆଦିଲ୍ଲୀ: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ...

ବିହାରରୁ ନୀତୀଶ କୁମାରକୁ ବାନ୍ଧିଲା ସିବିଆଇ

ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଭୁବନେଶ୍ବର : ପୁଲିସ ସବ୍‌...

ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖିଲେ ଯୁବକ

ଜୋରିମାନା ନେଉଛ, ଭଲ ରାସ୍ତା ଦିଅ ଭୁବନେଶ୍ବର : ଟ୍ରାଫିକ ନିୟମ ଉଲ୍ଲଘଂନକାରୀଙ୍କ...

୪ ଦଶନ୍ଧି ପରେ ବଡ଼ ଗୋପାଳଜୀଉ ମନ୍ଦିର ଫେରିବ ବିଗ୍ରହ

ଭୁବନେଶ୍ବର : ୧୯୮୩ରେ ଘଟିଥିବା ଏକ ଅଷ୍ଟଧାତୁ ମୂର୍ତ୍ତି ଚୋରି ମାମଲାରେ...

ନୂତନ କର୍ମକର୍ତ୍ତାଙ୍କ ସହ ବିଜେପିର ବୈଠକ

ଭୁବନେଶ୍ବର : କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାର ସୁଫଳ...

Related Articles

Popular Categories