ନୂଆଦିଲ୍ଲୀ : କର୍ଣ୍ଣାଟକର ରାଜନୈତିକ ସଂକଟକୁ ନେଇ ରାଜ୍ୟସଭାରେ ଅଚଳାବସ୍ଥା ଦେଖାଦେଇଛି । ହଟ୍ଟଗୋଳ ଯୋଗୁଁ ଦିନ ୩ଟା ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ପ୍ରବଳ ହଟ୍ଟଗୋଳ ଯୋଗୁଁ ପ୍ରଥମେ ମଧ୍ୟାହ୍ନ ପୂର୍ବରୁ ରାଜ୍ୟସଭାକୁ ୨ଥର ଓ ପରେ ଅପରାହ୍ଣ ୩ଟା ପର୍ଯ୍ୟନ୍ତ ମୁଲତବୀ ରଖାଯାଇଥିଲା। ଅପରାହ୍ନରେ ଗୁହକାର୍ଯ୍ୟ ଆରମ୍ଭ ହେବା ମାତ୍ରେ ପୂର୍ବ ଭଳି ସ୍ଥିତି ଲାଗି ରହିଛି ବାରୁ ଗୃହର ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ଗୃହକୁ ମୁଲତବୀ ରଖିଛନ୍ତି ।
କଂଗ୍ରେସ ସଦସ୍ୟ ଆନନ୍ଦ ଶର୍ମା ପ୍ରଥମେ କର୍ଣ୍ଣାଟକ ପ୍ରସଙ୍ଗ ଉଠାଇବାକୁ ଚେଷ୍ଟା କରିଥିଲେ। କିନ୍ତୁ ଅଧ୍ୟକ୍ଷ ଭେଙ୍କିୟା ନାଇଡୁ ତାଙ୍କୁ ଅନୁମତି ଦେଇ ନ ଥିଲେ। ଏହାପରେ କଂଗ୍ରେସ ସଦସ୍ୟମାନେ ଅଧ୍ୟକ୍ଷକଙ୍କ ଆସନ ନିକଟକୁ ଚାଲିଯାଇ କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପ୍ରବଳ ହଟ୍ଟଗୋଳ ମଧ୍ୟରେ ଅଧ୍ୟକ୍ଷ ଗୃହକୁ ମୁଲତବୀ ରଖିଥିଲେ ।



