www.samajalive.in
Tuesday, December 9, 2025
17.1 C
Bhubaneswar

ଘରେ ରଖନ୍ତୁ ମୟୂର ପୁଚ୍ଛ, ଦୂର ହେବ ସମସ୍ତ ଗ୍ରହ ଦୋଷ

ଜ୍ୟୋତିଷ ଶାସ୍ତ୍ରରେ ମୟୂର ପୁଚ୍ଛର ବିଶେଷ ମହତ୍ତ୍ବ ବର୍ଣ୍ଣନା କରାଯାଇଛି । ଯଦି ବିଧିପୂର୍ବକ ମୟୂର ପୁଚ୍ଛର ସ୍ଥାପିତ କରାଯାଏ ତେବେ ଘରର ସମସ୍ତ ବାସ୍ତୁ ଦୋଷ ଦୂର ହେବା ସହ ଜାତକ (କୁଣ୍ଡଲି)ରେ ନବଗ୍ରହ ଶାନ୍ତ ହୋଇଥାନ୍ତି । ଘରର ଦ୍ବାର ଯଦି ବାସ୍ତୁ ବିରୋଧୀ ହୋଇଥାଏ ତେବେ ସେଠାରେ ୩ଟି ମୟୁର ପୁଚ୍ଛ ସ୍ଥାପିତ କରନ୍ତୁ ।

ଶନି ଦୋଷ ଦୂର ପାଇଁ: ଶନିବାର ଦିନ ୩ଟି ମୟୂର ପୁଚ୍ଛ ଆଣନ୍ତୁ । ମୟୂର ପୁଚ୍ଛର ତଳ ଭାଗରେ କଳା ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ଓ ୩ଟି ଗୁଆ ରଖନ୍ତୁ । ଗଙ୍ଗାଜଳ ଛିଞ୍ଚି ଶନିଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ଏହ ସହ ତେଲରେ ୩ଟି ମାଟି ଦୀପ ଜଳାଇ ଗୁଲାବ ଜାମୁନ ଭୋଗ ଲଗାନ୍ତୁ । ଏହା ଦ୍ବାରା ଶନି ଦୋଷ ଦୂର ହୋଇଥାଏ ।

- Advertisement -

ଚନ୍ଦ୍ର ଦୋଷ ଦୂର ପାଇଁ: ସେମାବାର ୮ଟି ମୟୂର ପୁଚ୍ଛ ଆଣି ସେଥିରେ ଧଳା ରଙ୍ଗର ସୂତା ବାନ୍ଧନ୍ତୁ । ପରେ ଏକ ଥାଳିରେ ମୟୂର ପୁଚ୍ଛ ସହ ୮ଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ଚନ୍ଦ୍ରମାଙ୍କ ମନ୍ତ୍ର ଜପ କରନ୍ତୁ । ୫ଟି ପାନ ପତ୍ର ଚନ୍ଦ୍ରମାଙ୍କୁ ଅର୍ପିତ କରନ୍ତୁ । ବର୍ଫିର ପ୍ରସାଦ ଚଢାନ୍ତୁ ।

ମଙ୍ଗଳଗ୍ରହ ଦୋଷ ଦୂର ପାଇଁ: ମଙ୍ଗଳବାର ଦିନ ୭ଟି ମୟୂର ପୁଚ୍ଛ ଆଣି ନାଲି ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ଏହି ମୟୂର ସହ ୭ଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ମଙ୍ଗଳ ମନ୍ତ୍ର ଜପ କରି ଏକ ଅଶ୍ବତ୍ଥ ପତ୍ରରେ ଚାଉଳ ରଖି ମଙ୍ଗଳ ଗ୍ରହକୁ ଅର୍ପଣ କରନ୍ତୁ । ବୁନ୍ଦି ଭୋଗ ଲଗାନ୍ତୁ ।

ବୁଧ ଗ୍ରହ ଦୋଷ ଦୂର ପାଇଁ: ବୁଧବାର ଦିନ ୬ଟି ମୟୂର ପୁଚ୍ଛ ଆଣି ତାହାର ତଳ ଭାଗରେ ସବୁଜ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୬ଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ବୁଧ ଗ୍ରହ ମନ୍ତ୍ର ଜପ କରନ୍ତୁ । କଦଳୀ ପତ୍ରରେ ମିଠା ରୁଟି ଭୋଗ ଲଗାନ୍ତୁ ।

ଗୁରୁ ଗ୍ରହ ଦୋଷ ଦୂର ପାଇଁ : ଗୁରୁବାର ଦିନ ୫ଟି ମୟୂର ପୁଚ୍ଛ ଆଣି ସେଥିରେ ହଳଦିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ଓ ୫ଟି ଗୁଆ ନେଇ ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ବୃହସ୍ପତି ମନ୍ତ୍ର ଜପ କରନ୍ତୁ । ପାଚିଲା କଦଳୀ ବୃହସ୍ପତି ଦେବତାଙ୍କୁ ଅର୍ପଣ କରନ୍ତୁ ଏବଂ ବେସନର ପ୍ରସାଦ ତିଆରି କରି ଗୁରୁ ଗ୍ରହକୁ ଭୋଗ ଲଗାନ୍ତୁ ।

ଶୁକ୍ର ଗ୍ରହ ଦୋଷ ଦୂର ପାଇଁ: ଶୁକ୍ରବାର ଦିନ ୪ଟି ମୟୂର ପୁଚ୍ଛ ଆଣି ଗୋଲାପି ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୪ଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ଶୁକ୍ର ଗ୍ରହ ମନ୍ତ୍ର ଜପ କରନ୍ତୁ । ୩ଟି ମିଠା ପାନ ଶୁକ୍ର ଦେବତାଙ୍କୁ ଅର୍ପିତ କରନ୍ତୁ । ଗୁଡରେ ପ୍ରସ୍ତୁତ ଚଣା ଭୋଗ ଲଗାନ୍ତୁ ।

ସୂର୍ଯ୍ୟ ଦୋଷ ଦୂର ପାଇଁ: ରବିବାର ଦିନ ୯ଟି ମୟୂର ପୁଚ୍ଛ ଆଣି ମେରୁନ୍ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ୯ଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ସୂର୍ଯ୍ୟ ଦେବତାଙ୍କ ମନ୍ତ୍ର ଜପ କରନ୍ତୁ । ଏହା ପରେ ୨ଟି ନଡିଆ ସୂର୍ଯ୍ୟ ଦେବତାଙ୍କୁ ଅର୍ପିତ କରନ୍ତୁ ।

ରାହୁ ଦୋଷ ଦୂର ପାଇଁ: ଶନିବାର ଦିନ ସୂର୍ଯ୍ୟ ଉଦୟ ପୂର୍ବରୁ ୨ଟି ମୟୂର ପୁଚ୍ଛ ଆଣ ମାଟିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ଦୁଇଟି ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ୨୧ ଥର ରାହୁ ମନ୍ତ୍ର ଜପ କରନ୍ତୁ । ଚାରି ମୁଖୀ ଦୀପ ଜଳାନ୍ତୁ ଏବଂ କୌଣସି ମିଠା ଭୋଗ ଲାଗି ପାରିବେ ।

କେତୁ ଦୋଷ ଦୂର ପାଇଁ: ଶନିବାର ଦିନ ସୂର୍ଯ୍ୟ ଅସ୍ତ ହେବା ପରେ ଗୋଟିଏ ମୟୂର ପୁଚ୍ଛ ଆଣି ପାଉଁଶିଆ ରଙ୍ଗର ସୂତା ବାନ୍ଧି ଦିଅନ୍ତୁ । ଏକ ଥାଳିରେ ମୟୂର ପୁଚ୍ଛ ସହ ଗୋଟିଏ ଗୁଆ ରଖି ଗଙ୍ଗାଜଳ ଚିଞ୍ଚି ଦିଅନ୍ତୁ । ପରେ ୨୧ ଥର କେତୁ ମନ୍ତ୍ର ଜପ କରି ଦୁଇଟି ପାଣି କଳସ ରାହୁଙ୍କୁ ଅର୍ପଣ କରନ୍ତୁ । ଫଳ ପ୍ରସାଦ ରୂପେ ଚଢାନ୍ତୁ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories