www.samajalive.in
Sunday, December 7, 2025
23.1 C
Bhubaneswar

ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲା: ବିଚ୍ଛିନ୍ନତାବାଦୀ ଆସିୟା ଅନ୍ଦ୍ରାବୀଙ୍କ ଘର ସିଲ୍‌ କଲା ଏନଆଇଏ

ନୂଆଦିଲ୍ଲୀ: ଜାମ୍ମୁ-କାଶ୍ମୀରରେ ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାଣ୍ଠି ଯୋଗାଇବା ମାମଲାରେ ଗିରଫ ହୋଇଥିବା ବିଚ୍ଛିନ୍ନତାବାଦୀ ତଥା ଦୁଖତରାନ-ଏ-ମିଲତ ମୁଖ୍ୟ ଆସିୟା ଅନ୍ଦ୍ରାବୀଙ୍କ ଘରକୁ ସିଲ୍‌ କରିଦେଇଛି ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)। ତଦନ୍ତ ଶେଷ ନ ହେବା ଯାଏ ଅନ୍ଦ୍ରାବୀ ଉକ୍ତ ଘରକୁ ବିକ୍ରି କରିପାରିବେ ନାହିଁ କି କୌଣସି ବ୍ୟବସାୟିକ କାର୍ଯ୍ୟରେ ବ୍ୟବହାର କରିପାରିବେ ନାହିଁ। ଏହି ସମୟରେ ସେ ଯଦି ଜେଲରୁ ମୁକୁଳନ୍ତି, ତେବେ ତାଙ୍କୁ ସେହି ଘରେ ରହିବାରେ କୌଣସି ପ୍ରତିବନ୍ଧକ ରହିବ ନାହିଁ।

ଏନଆଇଏର ଜେରା ସମୟରେ ଅନ୍ଦ୍ରାବୀ ସ୍ବୀକାର କରିଥିଲେ ଯେ, ସେ ବିଦେଶରୁ ଚାନ୍ଦା ସଂଗ୍ରହ କରି କାଶ୍ମୀରରେ ବିରୋଧ ପ୍ରଦର୍ଶନ ପାଇଁ ମହିଳାଙ୍କ ପଛରେ ଖର୍ଚ୍ଚ କରୁଥିଲେ। ଆତଙ୍କବାଦୀ ହଫିଜ ସୟିଦଙ୍କ ନିର୍ଦେଶରେ ସେ ସୁରକ୍ଷା କର୍ମୀଙ୍କ ଉପରେ ପଥରମାଡ଼ କରୁଥିବା ନେଇ ମଧ୍ୟ ଅଭିଯୋଗ ରହିଛି। କାଶ୍ମୀର ବିଶ୍ଵବିଦ୍ୟାଳୟରୁ ବିଜ୍ଞାନରେ ସ୍ନାତକ ପାସ୍‌ କରିଥିବା ଅନ୍ଦ୍ରାବୀ ୪ବର୍ଷ ତଳେ ପାକିସ୍ତାନୀ ପତାକା ଉଡ଼ାଇବା ସହିତ ପାକିସ୍ତାନୀ ଜାତୀୟ ସଙ୍ଗୀନ ଗାନ କରି ଚର୍ଚ୍ଚାକୁ ଆସିଥିଲେ। ତାଙ୍କର ଦୁଇ ପୁଅଙ୍କ ମଧ୍ୟରୁ ଜଣେ ମାଲେସିଆରେ ଥିବାବେଳେ ଅନ୍ୟ ଜଣେ ଅଷ୍ଟ୍ରେଲିଆରେ ରହୁଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

୩ୟ ଦିନରେ ଶିକ୍ଷକଙ୍କ ଆନ୍ଦୋଳନ ଜାରି

ଭୁବନେଶ୍ୱର : ଆଜି ତୃତୀୟ ଦିନରେ ବି ଭୁବନେଶ୍ଵର ​‌ଲୋୟର ପିଏମ୍‌ଜିରେ...

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

Related Articles

Popular Categories