ମୁମ୍ବଇ : କଙ୍ଗନା ରାଣାୱତ୍ଙ୍କ ଅଭିନୀତ ଆଗାମୀ ଆକ୍ସନ-ଥ୍ରୀଲର ଭିତ୍ତିକ ଚଳଚ୍ଚିତ୍ର ‘ଧାକଡ଼’ର ପୋଷ୍ଟର ମଙ୍ଗଳବାର ରିଲିଜ୍ ହୋଇଛି। ପୋଷ୍ଟରରେ କଙ୍ଗନାଙ୍କ ବନ୍ଧୁକ ଧରିଥିବା ଆକ୍ସନ ଅବତାର ଦେଖିବାକୁ ମିଳିଛି। କଙ୍ଗନାଙ୍କୁ ଏଭଳି ସୁପର ଆକ୍ସନ ରୂପରେ ଦେଖି ପ୍ରଶଂସକ ଆଚମ୍ବିତ ହୋଇଯାଇଛନ୍ତି। ରଜନୀଶ ଘାଇଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଦୀପାବଳି ଅବସରରେ ମୁକ୍ତିଲାଭ କରିବ। ‘ଧାକଡ଼’କୁ ନେଇ କଙ୍ଗନା ଖୁବ୍ ଉତ୍ସାହିତ ଓ ଆଶାବାଦୀ ଥିବା ଜଣାପଡ଼ିଛି।
Popular Categories



