www.samajalive.in
Monday, December 8, 2025
17.1 C
Bhubaneswar

ବଲାଙ୍ଗୀରରେ ବର୍ଷାର ଲୁଚକାଳି ଖେଳ

ବଲାଙ୍ଗୀର : ଚିର ମରୁଡି ବଲାଙ୍ଗୀର ଜିଲା। ବର୍ଷା ପାଣି ଉପରେ ଜିଲାର ଚାଷର ଭାଗ୍ୟ ସମ୍ପୂର୍ଣ୍ଣ ଭାବେ ନିର୍ଭର କରୁଥିବା ବେଳେ କିଛି ଦିନର ଭଳ ବର୍ଷା ପରେ ଏବେ ବଲାଙ୍ଗୀରରେ ଉଭେଇଗଲାଣି ବର୍ଷା। ଜୁଲାଇ ପ୍ରାରମ୍ଭରୁ ପ୍ରଥମ ସପ୍ତାହରେ ଭଲ ବର୍ଷା ହୋଇଥିବା ବେଳେ ଗତ କିଛି ଦିନ ହେଲା ପାଗ ଶୁଖିଲା ରହିଛି। ଫଳରେ ପଛେଇଯାଇଥିବା ଚାଷ ଆହୁରି ବିଳମ୍ବ ହେବାର ଆଶଙ୍କା ପ୍ରକାଶ ପାଇଛି। ଲଗାତାର କିଛି ଦିନର ଭଲ ବର୍ଷା ଅପେକ୍ଷାରେ ଥିବା ଚାଷୀ ଏବେ ଚାଷକୁ ନେଇ ଦ୍ୱନ୍ଦାତ୍ମକ ପରିସ୍ଥିତିରେ ପଡିଥିବା ପ୍ରକାଶ କରିଛି। ନଦୀ, ନାଳରେ ପାଣି ଆସିନି। ଯାହା ବି ଆସିଛି ତାକୁ ବ୍ୟବହାର କରି ଚାଷ କରିବା କଷ୍ଟ। କିଛି ଦିନର ବର୍ଷାରେ ମାଟି ଭଲ ଭାବେ ଓଦା ବି ହୋଇନଥିବା ବେଳେ ଭଗବାନ ଭରସାରେ ଆରମ୍ଭ କରିଥିବା ଚାଷ ଆଗକୁ ଯଦି ବର୍ଷା ନହେଲା ତେବେ ଧାନଚାଷ ନଷ୍ଟ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories