www.samajalive.in
Tuesday, December 9, 2025
15.1 C
Bhubaneswar

ଗୃହରକ୍ଷୀଙ୍କୁ ସାହାସିକତା ପୁରସ୍କାର

ଗୋପାଳପୁର : ସମୁଦ୍ରରେ ଭାସିଯାଉଥିଵା ଜଣେ ଯୁବକକୁ ମରଣମୁହଁରୁ ବଞ୍ଚାଇ ଥିଵାରୁ ଵ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ଗୃହରକ୍ଷୀ ଜଣଙ୍କୁ ନିଜ କାର୍ୟ୍ୟାଳୟରେ ସମ୍ମାନିତ କରିଛନ୍ତି। ସୂଚନା ଯୋଗ୍ୟ ଯେ, ଗତ ୬ତାରିଖ ଅପରାହ୍ନରେ ଗୋପାଳପୁର ଥାନା ଅନ୍ତର୍ଗତ ବାହାଦୂର ପେଣ୍ଠ ଗ୍ରାମର ତିନି ସାଗଂ ରାଜୁ ସାହୁ, ଶ୍ରୀନୁ ରେଡ଼୍ଡୀ ଓ ଟୁକୁନା ପ୍ରମୁଖ ଗୋପାଳପୁର ଵୁଲିଵାକୁ ଆସି ସମୁଦ୍ର କୂଳରେ ପାଣିରେ ଖେଳୁଥିବା ବେଳେ ଅଚାନକ ରାଜୁ ସାହୁ ଜୁଆର ପ୍ରଭାବରେ ସମୁଦ୍ର ମଧ୍ୟକୁ ଭାସି ଯାଇଥିଲେ । ଏହି ସମୟରେ ବେଳାଭୂମି ପୁଲିସ ଫାଣ୍ଡି ରେ କାର୍ଯ୍ୟରତ ଗୃହରକ୍ଷୀ ତଥା ଲାଇଫ ଗାର୍ଡ ଜି.ଚିଟିଵାଵୁ ନିଜର ଡ୍ୟୁଟି ସାରି ଵୁଲିଵାକୁ ଆସିଥିଲେ । ଦୁଇ ଯୁବକଙ୍କ ପାଟି ଶୁଣି ବିନା କୌଣସି ଜୀବନ ରକ୍ଷା କାରି ସାମଗ୍ରୀ ନଧରି ସମୁଦ୍ର ମଧ୍ୟକୁ ଲମ୍ଫ ମାରିଥିଲେ । ଅକ୍ଳାନ୍ତ ପରିଶ୍ରମ କରି ଗୃହରକ୍ଷୀ ଜି.ଚିଟିଵାଵୁ ଯୁବକଙ୍କୁ ଉଦ୍ଧାର କରିଥିଲେ । ଏହି ଖବର ଜଣା ପଡ଼ିବା ପରେ ଏବଂ ଗୋପାଳପୁର ଥାନା ଆଇ.ଆଇ.ସି ଵିଵେକାନନ୍ଦ ମହନ୍ତ ଠାରୁ ଚିଟିଵାଵୁଙ୍କ ସାହସିକ ଖଵର ଜାଣି ଗତ ରଵିଵାର ସଂଧ୍ୟାରେ ଵ୍ରହ୍ମପୁର ଆରକ୍ଷୀ ଅଧିକ୍ଷକ ପିନାକ ମିଶ୍ର, ଗୃହ ରକ୍ଷୀ ଚିଟିଵାଵୁଙ୍କ କାର୍ୟ୍ୟାଳୟରେ ସମ୍ଵଦ୍ଧନା ପ୍ରଦାନ କରିଥିଲେ । ଆଗାମୀ ଦିନରେ ଏହିପରି ଭାବେ ଗୋପାଳପୁର ସମୁଦ୍ରରେ ଵୁଡିଯାଉଥିଵା ପର୍ଯ୍ୟଟକଙ୍କୁ ଵଞ୍ଚାଇଵା ଜାରି ରଖିଵାକୁ କହିଥିଲେ।

ଚିଟିଵାଵୁ କଂ ନିଜଘର ଵକ୍ସିପଲ୍ଲୀ ପନ୍ଚାୟତ ଅର୍ନ୍ତଗତ ନୂଆ ଵକ୍ସିପଲ୍ଲୀ ଗ୍ରାମରେ ହୋଇଥିବା ଵେଳେ ଗତ ୨୦୦୮ମସିହାରୁ ଗୋପାଳପୁର ଥାନା ଅଧିନରେ ଗୃହରକ୍ଷୀ ଭାଵେ କାର୍ଯ୍ୟକରି ଆସୁଛନ୍ତି। ଏହା ମଧ୍ୟରେ ଵେଳାଭୂମି ରେ ନିୟୋଜିତ ରହିଥିବା ୪ ଗୃହରକ୍ଷୀ ମୋଟ ୮୭ଜଣଙ୍କୁ ସମୁଦ୍ରରେ ବୁଡି ଯାଉଥିବା ବେଳେ ଉଦ୍ଧାର କରିଥିଵ ଵେଳେ ଏମାନଙ୍କ ମଧ୍ୟରୁ ୧୪ଜଣଙ୍କୁ ମୃତ ଅଵସ୍ଥାରେ ଉଦ୍ଧାର କରି ପାରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories