www.samajalive.in
Wednesday, December 10, 2025
26.1 C
Bhubaneswar

ଅନ୍ୟ ଜାତିରେ ବିବାହ କରିବାରୁ ନବଦମ୍ପତିଙ୍କୁ ହତ୍ୟା

ଚେନ୍ନାଇ: ଅନ୍ୟ ଜାତିରେ ବିବାହ କରିବାରୁ ଏକ ନବଦମ୍ପତିଙ୍କୁ ହତ୍ୟା କରାଯାଇଛି। ତାମିଲନାଡୁର ତୁତୁକୁଡି ଜିଲାରେ ଏପରି ହତ୍ୟାକାଣ୍ଡ ଘଟିଛି। କେତେଜଣ ଅଜଣା ବ୍ୟକ୍ତି ଏହି ନବଦମ୍ପତିଙ୍କୁ ହତ୍ୟା କରିଛନ୍ତି। ପୁଲିସ ଏହାକୁ ଏକ ଘୃଣ୍ୟ ଅପରାଧ ବୋଲି ଦର୍ଶାଇଛି। ହତ୍ୟାର ଶିକାର ହୋଇଥିବା ନବବିବାହିତା ମହିଳା ୩ମାସ ଗର୍ଭବତୀ ଥିବା ଜଣାପଡ଼ିଛି। ସପ୍ତାହକ ମଧ୍ୟରେ ରାଜ୍ୟରେ ଏହା ଦ୍ବିତୀୟ ଘଟଣା। ନିକଟରେ କୋଇମ୍ବାଟୁରରେ ମଧ୍ୟ ଭିନ୍ନ ଜାତିରେ ବିବାହ କରିଥିବା ଏକ ଦମ୍ପତିଙ୍କୁ ହତ୍ୟା କରାଯାଇଥିଲା।

ତୁତୁକୁଡି ଜିଲାର କୁଲାୟୁର ପୁଲିସ ସୂଚନା ମୁତାବକ, ହତ୍ୟାର ଶିକାର ହୋଇଥିବା ଦମ୍ପତି ହେଲେ ୨୪ ବର୍ଷୀୟ ସୋଲାଇରାଜନ ଏବଂ ୨୧ ବର୍ଷୀୟା ଜ୍ୟୋତି। ଉଭୟେ ଦିନ ମଜୁରିଆ ଥିଲେ। ସୋଲାଇରାଜନ ପରାୟର ସମ୍ପ୍ରଦାୟର ହୋଇଥିବାବେଳେ ଜ୍ୟୋତି ପଲ୍ଲର ସମ୍ପ୍ରଦାୟର ଥିଲେ। ଉଭୟେ ପରସ୍ପରଙ୍କୁ ଭଲ ପାଉଥିବାବେଳେ ବିବାହ କରିବାକୁ ସ୍ଥିର କରିଥିଲେ। କିନ୍ତୁ ପରିବାର ଲୋକେ ସେମାନଙ୍କ ବିବାହ ସମ୍ମତି ଦେଇ ନ ଥିଲେ। ଫଳରେ ଗତ ଏପ୍ରିଲରେ ଦୁଇଜଣ ଘର ଛାଡ଼ି ପଳାଇବା ସହ ପ୍ରେମବିବାହ କରିଥିଲେ। ପରେ ପୁଅ ଘର ଲୋକେ ସେମାନଙ୍କୁ ସ୍ବୀକାର କରିଥିଲେ। କିନ୍ତୁ ଗତ ଗୁରୁବାର ଉଭୟଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ପୁଲିସ ଝିଅର ବାପା ଅଲାଗରକୁ ସନ୍ଦେହରେ ଗିରଫ କରିଛି। ସେମାନଙ୍କ ହତ୍ୟା ପଛରେ ଅଲାଗରର ହାତ ଥିବା ପୁଲିସ ସନ୍ଦେହ କରୁଛି। ବୁଧବାର ବିଳମ୍ବିତ ରାତିରେ ସେମାନଙ୍କୁ ଛୁରି ଭୁଷି ହତ୍ୟା କରାଯାଇଥିବା ଜଣାପଡ଼ିଛି। ଗୁରୁବାର ସକାଳେ ପୁଲିସ ସେମାନେ ରହୁଥିବା ଏକ ଘରୁ ଉଭୟଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ କରିଛି। ଘଟଣାରେ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେ ନେଇ ପୁଲିସ ତଦନ୍ତ ଚଳାଇଛି।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories