www.samajalive.in
Tuesday, December 9, 2025
16.1 C
Bhubaneswar

ମହିଳାଙ୍କୁ ଦେଖି ଛୁ ମାରିଲେ ଆଧ୍ୟତ୍ମିକ ଗୁରୁ ସ୍ୱାମୀ ଜ୍ଞାନବତ୍ସଳ

ନୂଆଦିଲ୍ଲୀ: ମହିଳାମାନଙ୍କୁ ଆଗ ଧାଡିରେ ବସିଥିବା ଦେଖି ଆଧ୍ୟତ୍ମିକ ଗୁରୁ ସ୍ୱାମୀ ଜ୍ଞାନବତ୍ସଳ କାର୍ଯ୍ୟକ୍ରମ ସ୍ଥଳରୁ ଚାଲିଯିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି। ଜୀ ମିଡ଼ିଆ ରିପୋର୍ଟ ମୁତାବକ ଘଟଣା ଘଟିଛି ଜୁନ ୩୦ରେ। ଜୟପୁରର ବିରଳା ଅଡିଟୋରିଅମରେ ଭାରତୀୟ ଭେଷଜ ମହାସଂଘ ଏବଂ ରାଜସ୍ଥାନ କାର୍ଯ୍ୟରତ ଡାକ୍ତର ସଂଘ ମିଳିତ ଆନୁକୂଲ୍ୟରେ ‘ରାଜ ମେଡ଼ିକନ – ୨୦୧୯’ ଆୟୋଜନ କରାଯାଇଥିଲା।

ପୂର୍ବରୁ ସ୍ୱାମୀ ଜ୍ଞାନବତ୍ସଳ ଅୟୋଜକମାନଙ୍କୁ କହିଥିଲେ ଯେ ଦର୍ଶକମାନଙ୍କ ପାଇଁ ଉଦ୍ଦିଷ୍ଟ ପ୍ରାଥଣ ତିନୋଟି ଧାଡିରେ ମହିଳାମାନେ ଆସନ ଗ୍ରହଣ କରିବେ ନାହିଁ। ଉଭୟ ଡାକ୍ତର ଓ ଆୟୋଜକଙ୍କ ମଧ୍ୟରେ ଆଲୋଚନା ପରେ ପ୍ରଥମ ଦୁଇଟି ଧାଡିରେ ମହିଳାମାନେ ନ ବସିବା ପାଇଁ ସ୍ଥିର ହୋଇଥିଲେ ମଧ୍ୟ ସ୍ୱାମୀଜୀ ଆସିବା ବେଳକୁ ଆଗ ଧାଡିରେ ମହିଳାମାନେ ବସି ସାରିଥିଲେ।

- Advertisement -

ପୁଣି ଥରେ ସ୍ୱାମୀ ଜ୍ଞାନବତ୍ସଳ ମହିଳାମାନଙ୍କୁ ଆଗରୁ ଉଠି ଯିବାକୁ କହିବାକୁ ଅୟୋଜକଙ୍କୁ କହିଥିଲେ। ତେବେ ଏହି ବାଦବିବାଦ ଫଳରେ ସ୍ୱାମୀଜୀଙ୍କ ମହିଳାଙ୍କ ପ୍ରତି ଏଭଳି ମନୋଭାବକୁ କିଛି ଡାକ୍ତରାଣୀ ଘଟଣାସ୍ଥଳରୁ ପଳାଇ ଯାଇଥିଲେ। ସ୍ୱାମୀ ଜ୍ଞାନବତ୍ସଳ ଯୁଆଡେ ଯାଆନ୍ତି ଏଭଳି ବ୍ୟବସ୍ତା ହେଉଥିବା ସ୍ୱାମୀଜୀଙ୍କ ଜଣେ ଭକ୍ତ କହିଛନ୍ତି। ଶେଷରେ ସ୍ୱାମୀଜୀ ବକ୍ତବ୍ୟ ନ ରଖି ସେହି ସ୍ଥାନରୁ ପଳାଇଯାଇଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories