www.samajalive.in
Tuesday, December 9, 2025
17.1 C
Bhubaneswar

ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲା : ସରକାରୀ ସାକ୍ଷୀ ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

ନୂଆଦିଲ୍ଲୀ : ଦିଲ୍ଲୀସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି। ଏହି ମାମଲାରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଅଭିଯୁକ୍ତ ଅଛନ୍ତି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ। ଶୁଣାଣି ଦିନ ଇନ୍ଦ୍ରାଣୀଙ୍କୁ ଅଦାଲତରେ ହାଜର କରାଯିବ।

ନିଜ ଇଚ୍ଛାରେ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଥିବାରୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଏହି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କ୍ଷମା କରିଛନ୍ତି। ଇନ୍ଦ୍ରାଣୀ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ। ଏବେ ସେ ଅନ୍ୟ ଏକ ମାମଲାରେ ମୁମ୍ବଇ ଜେଲରେ ବନ୍ଦୀ ଅଛନ୍ତି। ଇନ୍ଦ୍ରାଣୀ ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ସରକାରୀ ସାକ୍ଷୀ ହେବାକୁ ଆବେଦନ କରିଥିଲେ। ସେତେବେଳେ ଇନ୍ଦ୍ରାଣୀ ମୁମ୍ବଇର ଭାୟଖଲା ଜେଲରୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ପଟିୟାଲା ହାଉସ କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ ସୁନୀଲ କୁମାର ରାଣାଙ୍କ ଆଗରେ ହାଜର ହୋଇଥିଲେ ଓ ସେ ସରକାରୀ ସାକ୍ଷୀ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ।

- Advertisement -

ଏହି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କ ସ୍ବାମୀ ପିଟର ମୁଖାର୍ଜୀ ମଧ୍ୟ ଅନ୍ୟତମ ଅଭିଯୁକ୍ତ ଅଛନ୍ତି। ନିଜ କନ୍ୟା ସିନା ବୋରା ହତ୍ୟାକାଣ୍ଡରେ ସଂପୃକ୍ତି ଯୋଗୁଁ ଇନ୍ଦ୍ରାଣୀ ବର୍ତ୍ତମାନ ଗିରଫ ହୋଇ ଜେଲରେ ରହିଛନ୍ତି। ପୂର୍ବତନ ଅର୍ଥମନ୍ତ୍ରୀ ପି.ଚିଦମ୍ବରମଙ୍କ ପୁତ୍ର କାର୍ତ୍ତି ଚିଦମ୍ବରମ ସେତେବେଳେ ୩.୫ କୋଟି ଟଙ୍କା ଲାଞ୍ଚ ନେଇ ପିଟର ଓ ଇନ୍ଦ୍ରାଣୀଙ୍କ କମ୍ପାନୀ ଆଇଏନଏକ୍ସ ମିଡିଆକୁ (ବର୍ତ୍ତମାନ ୯ଏକ୍ସ ମିଡିଆ) ଏଫଆଇପିବି (ଫରେନ ଇନଭେଷ୍ଟମେଣ୍ଟ ପ୍ରୋମୋସନ ବୋର୍ଡ)ରୁ କ୍ଲିୟରାନ୍ସ ସାର୍ଟିଫିକେଟ ଯୋଗାଇ ଦେଇଥିଲେ ବୋଲି ଅଭିଯୋଗ ରହିଛି ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories