www.samajalive.in
Sunday, December 7, 2025
15.1 C
Bhubaneswar

କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣ ପାଇଁ ସେବନ କରନ୍ତୁ ଏହି ଫଳ

କୋଲେଷ୍ଟ୍ରୋଲର ସମ୍ବନ୍ଧ ଆମ ହୃଦୟ ସହ ସିଧାସଳଖ ଜଡ଼ିତ। କୋଲେଷ୍ଟ୍ରୋଲର ସମସ୍ୟା ସୃଷ୍ଟି ହେବା ମାତ୍ରେ ନିଜ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ। ଏହାସହ ସଠିକ ଖାଦ୍ୟପେୟର ମଧ୍ୟ ଆବଶ୍ୟକତା ରହିଛି। କୋଲେଷ୍ଟ୍ରୋଲର ମାତ୍ରାକୁ ନିୟନ୍ତ୍ରଣ କରିବା ପାଇଁ ଆମକୁ କିଛି ସ୍ୱତନ୍ତ୍ର ଖାଦ୍ୟ ଓ ପାନୀୟକୁ ନିଜର ନିୟମିତ ଖାଦ୍ୟରେ ସାମିଲ କରିବାକୁ ପଡ଼ିବ। ଏପରି କେତେକ ଫଳ ରହିଛି, ଯାହାକୁ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣ ହୋଇରହିଥାଏ। ଜାଣନ୍ତୁ ତାହା କ’ଣ….
ନାସପାତି –
ନାସପାତିରେ ପାଣିରେ ଦ୍ରବୀଭୂତ ହେବା ଭଳି ପୁଷ୍ଟିଯୁକ୍ତ ଫାଇବର ରହିଛି। ଯାହା ସେଲୁଲୋଜ ସ୍ତରକୁ ନିୟନ୍ତ୍ରଣ କରି ରଖିଥାଏ। ସୁସ୍ଥ ଶରୀର ପାଇଁ ଆବଶ୍ୟକ ହେଉଥିବା ବହୁ ପୁଷ୍ଟିକର ପଦାର୍ଥ ନାସପାତିରୁ ମିଳିଥାଏ। ପ୍ରାକୃତିକ ଭିଟାମିନ, ମିନେରଲ୍‍ , ଏନଜାଇମ ସହ ଆଣ୍ଟି-ଅକ୍ସିଡ଼ାଣ୍ଟ ରହିଛି। ଯାହା କୋଲେଷ୍ଟ୍ରୋଲର ମାତ୍ରା ନିୟନ୍ତ୍ରଣ କରିଥାଏ।
ସେଓ –
ସେଓରେ ପ୍ରଚୁର ମାତ୍ରାରେ ଭିଟାମିନ ଓ ପ୍ରୋଟିନ ରହିଛି। ଏହାକୁ ନିୟମିତ ଖାଇବା ଦ୍ୱାରା କୋଲେଷ୍ଟ୍ରୋଲ କମ ହୋଇଥାଏ। ଉଚ୍ଚ ରକ୍ତ ଚାପ ମଧ୍ୟ ନିୟନ୍ତ୍ରଣ ହୋଇ ରହେ।
ଲେମ୍ବୁ –
ଖଟା ଫଳରେ ଏପରି ବହୁ ଏନଜାଇମ ରହିଛି, ଯାହା ମେଟାବୋଲିଜିୟମର ପ୍ରକ୍ରିୟାକୁ ଦ୍ରୁତ ଗାମୀ କରି କୋଲେଷ୍ଟ୍ରୋଲ କମ କରିଥାଏ। ଲେମ୍ବୁରେ ଥିବା ପୋଷକ ତତ୍ତ୍ୱ ଖରାପ କୋଲେଷ୍ଟ୍ରୋଲକୁ ରକ୍ତ ପ୍ରବାହ ମଧ୍ୟକୁ ଯିବାକୁ ଦେଇନଥାଏ।
ଟମାଟୋ –
ଏହାକୁ ଖାଇବା ଦ୍ୱାରା ହୃଦଘାତର ଆଶଙ୍କା ଖୁବ କମ ଥାଏ। ଏହା ରକ୍ତ ବାହିକାରେ ରକ୍ତ ଜମାଟ ବାନ୍ଧିବାକୁ ଦେଇନଥାଏ। ରକ୍ତ ସଞ୍ଚାଳନ ସଠିକ ଭାବେ ହେବାକୁ ସାହାଯ୍ୟ କରିଥାଏ।
ଅମୃତଭଣ୍ଡା –
ଅମୃତଭଣ୍ଡା ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ଅଟେ। ଏଥିରେ ଫାଇବର , ଭିଟାମିନ ସି ଓ ଆଣ୍ଟି-ଅକ୍ସିଡ଼ାଣ୍ଟ ଭଳି ପୋଷକ ତତ୍ତ୍ୱର ମାତ୍ରା ପ୍ରଚୁର ପରିମାଣରେ ରହିଛି ଯାହା ଶରୀରରେ ଥିବା ରକ୍ତ କୋଷିକା ଗୁଡ଼ିକୁରେ ରକ୍ତ ଜମାଟ ହେବାକୁ ଦେଇ ନଥାଏ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories