www.samajalive.in
Monday, December 8, 2025
24.1 C
Bhubaneswar

ଲିପଷ୍ଟିକ୍‍ ଲଗାଇବା ସମୟରେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ଯୁବତୀ ହୁଅନ୍ତୁ ଅଥବା ମହିଳା, ବିଭିନ୍ନ ମେକଅପ ଦ୍ରବ୍ୟ ମଧ୍ୟରୁ ଲିପଷ୍ଟିକ୍‍ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ। ଲିପଷ୍ଟିକ୍‍ ଲଗାଇବା ଦ୍ୱାରା ମୁହଁର ସୌନ୍ଦର୍ଯ୍ୟ ଦୁଇ ଗୁଣିତ ହୋଇଯାଏ। ମାତ୍ର ଏହାକୁ ସଠିକ ଢଙ୍ଗରେ ନଲଗାଇଲେ ତେବେ ଏହା ମୁହଁର ସୌନ୍ଦର୍ଯ୍ୟକୁ ନଷ୍ଟ ହୋଇଥାଏ। ଜାଣନ୍ତୁ,ଲିପଷ୍ଟିକ୍‍ ଲଗାଇବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ନିତ୍ୟାନ୍ତ ଆବଶ୍ୟକ….
ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଧ୍ୟାନ ଦେବେ ଯେ, ଆପଣଙ୍କ ଓଠ ଫାଟି ନାହିଁ ତ, କାରଣ ଓଠ ଫାଟିଥିଲେ ଏହା ଲଗାଇବା ଦ୍ୱାରା ତାହା ସଠିକ ଦେଖାଯାଏ ନାହିଁ। ଓଠର ରଙ୍ଗ ଓ ଲିପଷ୍ଟିକ୍‍ର ରଙ୍ଗ ଉଭୟ ଦେଖାଯିବା କାରଣରୁ ମୁହଁର ସୌନ୍ଦର୍ଯ୍ୟ ନଷ୍ଟ ହୋଇଥାଏ। ଏହି ସମସ୍ୟାରୁ ମୁକ୍ତି ପାଇବା ପାଇଁ ପ୍ରଥମେ ଓଠରେ ଲିପ୍‍ବାମ୍‍ କିମ୍ବା ଗ୍ଲିସେରିନ ଲଗାଇ ଏହା ପରେ ଲିପଷ୍ଟିକ୍‍ ଲଗାନ୍ତୁ।
ଲିପଷ୍ଟିକ୍‍ ଲଗାଇବା ପୂର୍ବରୁ ଲିପ୍‍ ଲାଇନର ନିଶ୍ଚୟ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠକୁ ଏକ ନିର୍ଦ୍ଦିଷ୍ଟ ଆକାର ମିଳିଥାଏ। ଲିପଷ୍ଟିକ୍‍ ଲଗାଇବା ପରେ ଓଠ ସହ ମୁହଁ ଖୁବ ସୁନ୍ଦର ଦେଖାଯାଏ।
ଆପଣଙ୍କ ମୁହଁକୁ ମ୍ୟାଚ୍‍ କରିବା ଭଳି ଲିପଷ୍ଟିକ୍‍ ରଙ୍ଗ ଚୟନ କରନ୍ତୁ। ଏତଦ ବ୍ୟତୀତ ଏହାକୁ ଲଗାଇବା ସମୟରେ ୨ ରୁ ୩ ଥର ଲଗାନ୍ତୁ।
ପ୍ରଥମେ  ଲଗାଇବା ପରେ ହାଲକାରେ ସାମାନ୍ୟ ପାଉଡ଼ର ଓଠରେ ଲଗାଇ ପୁଣି ଏହା ଉପରେ ଲଗାନ୍ତୁ। ଏପରି କରିବା ଦ୍ୱାରା ଓଠରେ ଅଧିକ ସମୟ ଲିପଷ୍ଟିକ ରହିବା ସହ ସୁନ୍ଦର ମଧ୍ୟ ଦେଖାଯାଏ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories