ବକ୍ସ ଅଫିସରେ ଧିମା ଗତିରେ ଆଗେଇ ଚାଲିଛି ‘ଆର୍ଟିକଲ୍-୧୫’
ନୂଆଦିଲ୍ଲୀ : ଆୟୁଷ୍ମାନ ଖୁରାନାଙ୍କ ଅଭିନୀତ ଚଳଚ୍ଚିତ୍ର ‘ଆର୍ଟିକଲ୍-୧୫’ ବକ୍ସ ଅଫିସରେ ଧିମା ଗତିରେ ଆୟ ଜାରି ରଖିଛି। ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ର ଆଶାନୁଯାୟୀ ବ୍ୟବସାୟ କରିବାରେ ବିଫଳ ହୋଇଛି। ସୂଚନା ଅନୁସାରେ, ଚଳଚ୍ଚିତ୍ର ମୁକ୍ତିଲାଭର ୪ ଦିନରେ ୨୩. ୭୯ କୋଟି ଟଙ୍କା ଆୟ କରିଛି। ପ୍ରଥମ ଦିନ ଶୁକ୍ରବାର ଚଳଚ୍ଚିତ୍ର ୫.୦୨ କୋଟି, ଶନିବାର ୭.୨୫ କୋଟି, ରବିବାର ୭.୭୭ କୋଟି ଏବଂ ସୋମବାର ୩.୭୫ କୋଟି ଟଙ୍କାର ବ୍ୟବସାୟ କରିଛି। ଅନେକ ଦର୍ଶକ ଏହି ଚଳଚ୍ଚିତ୍ରକୁ ପସନ୍ଦ କରୁଥିବା ବେଳେ କିଛି ସ୍ଥାନରେ ଏହାକୁ କଡ଼ା ବିରୋଧ ମଧ୍ୟ କରାଯାଉଥିବା ଜଣାପଡ଼ିଛି। ଏହାର ବଜେଟ୍ ପ୍ରାୟ ୨୫ କୋଟି ଟଙ୍କା ରହିଛି।
ଚଳଚ୍ଚିତ୍ରରେ ଆୟୁଷ୍ମାନଙ୍କ ବ୍ୟତୀତ ଈଶା ତଲୱାର, ଏମ୍ ନସର, ମନୋଜ ପାହୱା, ସୟାନୀ ଗୁପ୍ତା, କୁମୁଦ ମିଶ୍ରା ଓ ମହମ୍ମଦ ଜୀଶାନ ଅୟୁବ ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି।
Comments are closed.