www.samajalive.in
Monday, December 8, 2025
17.1 C
Bhubaneswar

କୋଲକାତା ଅସୁରକ୍ଷିତ; ଅନ୍ତର୍ଜାତୀୟ ମହିଳା ବକ୍ସରଙ୍କୁ ଆକ୍ରମଣ

କୋଲାକାତା: ମହିଳାଙ୍କ ପାଇଁ କୋଲକାତା ଅସୁରକ୍ଷିତ ହୋଇପଡ଼ିଛି। ସମାଜରେ ପ୍ରତିଷ୍ଠିତ ମହିଳାମାନେ ଏଠାରେ ବାରମ୍ବାର ଆକ୍ରମଣର ଶିକାର ହେଉଛନ୍ତି। କିନ୍ତୁ ପୁଲିସ ଅପରାଧୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାରେ ବିଫଳ ହୋଇଛି। ଗତ ସପ୍ତାହରେ ଜଣେ ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସଙ୍କୁ କେତେଜଣ ଦୁର୍ବୃତ୍ତ ପିଛା କରି ଆକ୍ରମଣ କରିଥିଲେ। ଶୁକ୍ରବାର ପୁଣି ଅନୁରୂପ ଏକ ଘଟଣା ଘଟିଛି। ଏଥର ଆକ୍ରମଣର ଶିକାର ହୋଇଛନ୍ତି ଅନ୍ତର୍ଜାତୀୟ ମହିଳା ବକ୍ସର ସୁମନ କୁମାରୀ। ଘଟଣା ସମ୍ପର୍କରେ ସେ ଫେସବୁକରେ ପୋଷ୍ଟ କରି ଜଣାଇଛନ୍ତି।

ସୁମନ କୁମାରୀ କହିଛନ୍ତି, ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ଟାରେ ସେ ସ୍କୁଟିରେ ଅଫିସ ଯିବାକୁ ବାହାରୁଥିବାବେଳେ ମୋମିନପୁର ଅଞ୍ଚଳରେ ଥିବା ତାଙ୍କ ଘର ନିକଟରେ ତାଙ୍କୁ ଜଣେ ବ୍ୟକ୍ତି ଆକ୍ରମଣ କରିଥିଲେ। କିନ୍ତୁ ସେ ତାଙ୍କୁ ଧକ୍କା ଦେଇ ଫିଙ୍ଗି ଦେଇଥିଲେ। ଫଳରେ ଅଭିଯୁକ୍ତ ଜଣକ ବସ୍‌ରେ ଉଠି ଚାଲିଯାଇଥିଲେ। ପ​‌ରେ ସୁମନ ବସ୍‌କୁ ପିଛା କରିଥିଲେ। ପରବର୍ତ୍ତୀ ବସ୍‌ ଷ୍ଟପରେ ସମ୍ପୃକ୍ତ ବ୍ୟକ୍ତି ଓହ୍ଲାଇବା ପରେ ସମୁନ ତାଙ୍କୁ ଅଟକାଇ କାହିଁକି ଆକ୍ରମଣ କଲ ବୋଲି ପଚାରିଥିଲେ। ତେବେ ଅଭିଯୁକ୍ତ ପୁଣି ଥରେ ତାଙ୍କ ତଣ୍ଟି ଚିପି ଧରି ଆକ୍ରମଣ କରିଥିଳେ। ନିକଟ ଦୂରରେ ଉପସ୍ଥିତ ଥିବା ଜଣେ ପୁଲିସ କର୍ମଚାରୀଙ୍କୁ ସହାୟତା ପାଇଁ ସୁମନ ନିବେଦନ କରିଥିଲେ। ମାତ୍ର ପୁଲିସ କର୍ମଚାରୀ ଜଣକ ନ ଆସି ତାଙ୍କୁ ଥାନାରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ସେ ଏହି ଘଟଣା ସମ୍ପର୍କରେ ଫେସବୁକରେ କୋଲକାତା ପୁଲିସକୁ ଟ୍ୟାଗ୍‌ କରି ଅଭିଯୋଗ ପୋଷ୍ଟ କରିଥିଲେ। ପରେ ପୁଲିସ ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସୁମନ କୁମାରୀ ନିକଟରେ ତାଇୱାନ ପ୍ରଫେଶନାଲ୍ସ ବକ୍ସିଂ ଚାମ୍ପିୟନଶିପ୍‌ ଜିତିଛନ୍ତି। ସେ ବର୍ତ୍ତମାନ ରାଜ୍ୟ କୃଷି ବିଭାଗରେ କାର୍ଯ୍ୟରତ ଅଛନ୍ତି।

- Advertisement -

ପୂର୍ବରୁ ଗତ ସପ୍ତାହରେ ପୂର୍ବତନ ମିସ୍‌ ଇଣ୍ଡିଆ ୟୁନିଭର୍ସ ଊଷଶୀ ସେନଗୁପ୍ତାଙ୍କୁ କେତେଜଣ ଦୁର୍ବୃତ୍ତ ପିଛା କରି ଆକ୍ରମଣ କରିଥିଲେ। ସେ ରାତିରେ ତାଙ୍କ ସାଙ୍ଗ ସହିତ କ୍ୟାବ୍‌ରେ ଘରକୁ ଫେରୁଥିବାବେଳେ ଏହି ଘଟଣା ଘଟିଥିଲା।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories