www.samajalive.in
Monday, December 8, 2025
20.1 C
Bhubaneswar

ମୋଦୀଙ୍କୁ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ; କହିଲେ ‘କିତନା ଅଚ୍ଛେ ହେଁ ମୋଦୀ’

ଓସାକା: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି। ଜାପାନର ଓସାକାଠାରେ ଚାଲିଥିବା ସମ୍ମିଳନୀ ଅବସରରେ ବିଭିନ୍ନ ରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ସହ ମୋଦୀ ଦ୍ବିପାକ୍ଷିକ ଆଲୋଚନା କରିଛନ୍ତି। ଏହି ଅବସରରେ ଅଷ୍ଟ୍ରେଲିଆର ନବନିର୍ବାଚିତ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନଙ୍କୁ ମୋଦୀ ଭେଟିଥିଲେ। ଆଲୋଚନା କାଳରେ ମରିସନ ମୋଦୀଙ୍କୁ ବହୁ ପ୍ରଶଂସା କରିଥିଲେ। ଏପରି କି ହିନ୍ଦୀ ପ୍ରଶଂସା କରି ମୋଦୀ ‘କିତନା ଅଚ୍ଛେ ହେଁ’ ବୋଲି କହିଥିଲେ। ଏ ନେଇ ସ୍କଟ୍‌ ମରିସନ ଟ୍ବିଟ୍‌ କରିଥିବାବେଳେ ମୋଦୀଙ୍କ ସହିତ ଏକ ସେଲ୍‌ଫି ନେଇ ଟ୍ବିଟରରେ ଫଟୋ ଶେୟାର କରିଛନ୍ତି।

ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ଶନିବାର ସକାଳେ ମୋଦୀଙ୍କୁ ଭେଟିଥିଲେ। ତାଙ୍କ ସହିତ କିଛି ସମୟ ବିତାଇଥିଲେ। ଏହି ଅବସରରେ ​‌ସେ ମୋଦୀଙ୍କ ସହ ସେଲଫି ନେଇଥିଲେ।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

ସୂନାମୀ ଆଲର୍ଟ, ଜାପାନ୍‌ରେ ଜୋରଦାର ଭୂମିକମ୍ପ

ଟୋକିଓ - ଜାପାନରେ ଜୋରଦାର ଭୂମିକମ୍ପ ଅନୁଭୂତ ହୋଇଛି । ଜାପାନ...

Related Articles

Popular Categories