www.samajalive.in
Tuesday, December 9, 2025
16.1 C
Bhubaneswar

ଚୁକ୍ତିଭିର୍ତ୍ତିକ କର୍ମଚାରୀଙ୍କ ପୁନଃ ନିଯୁକ୍ତି ଦାବି

ବଲାଙ୍ଗିର: ନିଯୁକ୍ତି ବଦଳରେ ଛଟେଇ। ଏହାର ପ୍ରତିବାଦକରି ଓଡିଶା ରାଜ୍ୟ ଜଳ ଓ ପରିମଳ ମିଶନ ଅଧିନରେ କାର୍ଯ୍ୟରତ ଚୁକ୍ତିଭିର୍ତ୍ତିକ କର୍ମଚାରୀ ଜିଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀ, ପ୍ରମୂଖ ସଚିବ, ବିଭାଗୀୟ ମନ୍ତ୍ରୀଙ୍କୁ ଏକ ଅଭିଯୋଗ ମାଧ୍ୟମରେ ଦାବି ଜଣାଇଛନ୍ତି। ଦୀର୍ଘ ୧୭ ବର୍ଷ ଧରି ୩୦ଟି ଜିଲାର ୭୪୪ ଜଣ ବ୍ଲକ ଏବଂ ଜିଲ୍ଲା ସ୍ତରର ଅଧିକାରୀ ଭାବେ କାର୍ଯ୍ୟକରି ଆସୁଥିଲେ। ବିଗତ ତା. ୦୮.୦୩.୨୦୧୯ ରେ ୨୯୩୬ ଚିଠି ନଂ ମାଧ୍ୟମରେ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗର ନିର୍ଦ୍ଦେଶିକା ତଥା ଅତିରିକ୍ତ ସଚିବ ରୂପା ମିଶ୍ର ଛଟେଇ ନିର୍ଦ୍ଦେଶ ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ସ୍ୱଚ୍ଛ ଭାରତ ମିଶନ ଗ୍ରାମୀଣ ଯୋଜନାରେ ୩୦ଟି ଜିଲାରୁ ୯ଟି ଜିଲା ଖୋଲା ସ୍ଥାନରେ ମଳ ତ୍ୟାଗ ସଂପୂର୍ଣ୍ଣ ରୂପେ ବନ୍ଦ ହୋଇ ଭାରତ ସରକାରଙ୍କୁ ପ୍ରମାଣ ପତ୍ର ଦେଇଥିବା ବେଳେ ୨୧ଟି ଜିଲାରେ ବ୍ୟକ୍ତିଗତ ପାରିବାରିକ ଘରୋଇ ଶୌଚାଳୟ ନର୍ମାଣ କାମ କରିବାକୁ ବାକି ଅଛି। ଏହି ପ୍ରକଳ୍ପ ପରେ ଓଡିଏ‘ ପ୍ଲସ, ସୁସ୍ଥାୟୀ କଠିନ ଓ ତରଳ ବର୍ଯ୍ୟବସ୍ଥୁ ପରିଚାଲନା କାର୍ଯ୍ୟକର୍ମ ଥିବାବେଲେ ପ୍ରକଳ୍ପ ସ୍ଥାୟୀ ଛଟେଇ କରିବା ଜଳ ଓ ପରିମଳ ମିଶନ ସଂଘ ତରପରୁ ଦୁଢ ନିନ୍ଦା କରାଯାଇଛି।

ଦୀର୍ଘ ଦିନ ଧରି ଏହି ପ୍ରକଳ୍ପରେ କାର୍ଯ୍ୟକରି ଆସୁଥିବା କର୍ମଚାରୀମାନଙ୍କ ବୟସ ଅଧିକ ହୋଇଯାଇଥିବାରୁ ବର୍ତ୍ତମାନ କୌଣସି ନିଯୁକ୍ତି ମିଳିବାର ସମ୍ଭାବନା ନାହିଁ। ରାଜ୍ୟ ସରକାର ନିଯୁକ୍ତିକୁ ପ୍ରାଥମିକତା ଦେଉଥିବାବେଲେ ନିଯୁକ୍ତିକୁ ସ୍ଥାୟୀ କରିବା ବଦଳରେ ଛଟେଇ ନିର୍ଦ୍ଦେଶ ଦେବା ଭାରତୀୟ ସମ୍ବିଧାନ ର ଆଇନ ୨୧ ଧାରାକୁ ଉଲଘଂନ କରୁଯାଇଛି ବୋଲି ମିଶନ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ସାହୁ ଏବଂ ସମ୍ପାଦକ ଲିଙ୍ଗରାଜ ସାହୁ ମତ ପ୍ରକାଶ କରିଛନ୍ତି। ଉକ୍ତ ଅଭିଯୋଗ କାର୍ଯ୍ୟକର୍ମରେ ବରିଷ୍ଠ କର୍ମି ସୁବେନ୍ଦୁ ହୋତା, ଦୟାସାଗର ହେହେର ଏବଂ ସକ୍ରୀୟ ସଭ୍ୟ ଉତ୍କଳ ଦେବାଶିଶ ଦରଜି , ରମେଶ ପ୍ରଧାନ, ରାମଜୀ ବିଶ୍ୱାଲ, ମନୋଜ କୁମାର, ପ୍ରମୋଦ ବଗର୍ତି ଉପସ୍ଥିତ ଥିଲେ। ଏହି ଦାବିପତ୍ର ରେ ରାଜ୍ୟ ସରକାର ତୁରନ୍ତ ଦୃଢ ପଦକ୍ଷେପ ନେବାପାଇଁ ଏବଂ ପୁନଃ ନିଯୁକ୍ତି କରିବା ପାଇଁ ଦାବି ଜଣାଇଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories