www.samajalive.in
Tuesday, December 9, 2025
17.1 C
Bhubaneswar

କୋହଲି ଭାଙ୍ଗିବେ ସଚିନଙ୍କ ଆଉ ଏକ ରେକର୍ଡ

ନୂଆଦିଲ୍ଲୀ : ଦିନିକିଆ କ୍ରିକେଟରେ ରନ୍ ମେସିନ୍ ବିରାଟ କୋହଲି କୀର୍ତ୍ତିମାନ ପରେ କୀର୍ତ୍ତିମାନ ସ୍ଥାପନ କରିବାରେ ଲାଗିଛନ୍ତି। କୋହଲି ନିକଟରେ ଦିନିକିଆ କ୍ରିକେଟରେ ୧୧୦୦୦ ରନକୁ ଅତିକ୍ରମ କରିଛନ୍ତି। ରବିବାର ଚଳିତ ବିଶ୍ୱକପ୍ରେ ପାକିସ୍ତାନ ବିପକ୍ଷ ମ୍ୟାଚ୍ରେ କୋହଲି ଏହି କୃତିତ୍ୱ ହାସଲ କରିଥିଲେ। ଏହି ରେକର୍ଡ ସହ ସେ କ୍ରିକେଟରେ ମାଷ୍ଟର ବ୍ଲାଷ୍ଟର ନାମରେ ସୁପରିଚିତ ସଚିନ୍ ତେନ୍ଦୁଲକରଙ୍କ ରେକର୍ଡ ଭାଙ୍ଗିଥିଲେ। ସେହିଭଳି ରନ ମେସିନ ବିରାଟ କୋହଲି ସଚିନଙ୍କ ଆଉ ଏକ ରେକଡ୍ ଭାଙ୍ଗିବାକୁ ଯାଉଛନ୍ତି। ୩୦ ବର୍ଷୀୟ ବ୍ୟାଟ୍ସମ୍ୟାନ କୋହଲି ୨୦ ହଜାର ଅନ୍ତର୍ଜାତୀୟ ରନ୍ଠାରୁ ଏବେ ୧୦୪ ରନ୍ ପଛରେ ଅଛନ୍ତି। ଶନିବାର ଆଫଗାନିସ୍ତାନ ବିପକ୍ଷ ମୁକାବିଲାରେ ଶତକ ଲଗାଇବାରେ ସଫଳ ହେଲେ କୋହଲି ବିଶ୍ୱର ୧୨ତମ ଓ ଦେଶର ୩ୟ କ୍ରିକେଟର ଭାବେ ଏହି ରେକର୍ଡ଼ ନିଜ ନାମରେ କରିପାରିବେ। ଏହି ରେକର୍ଡ ଏବେ ସଚିନ ଓ ଓ୍ବେଷ୍ଟଇଣ୍ଡିଜ ଲିଜେଣ୍ଡ ବ୍ରାୟନ ଲାରାଙ୍କ ନାମରେ ରହିଛି। ଉଭୟ ପୂର୍ବତନ କ୍ରିକେଟର ୪୫୩ ଇନିଂସରେ ୨୦ ହଜାର ଅନ୍ତର୍ଜାତୀୟ ରନ୍ ସ୍ପର୍ଶ କରିଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories