www.samajalive.in
Tuesday, December 9, 2025
17.1 C
Bhubaneswar

ଚେନ୍ନଇ ଜଳ ସଂକଟ; ୨୨୦ କିମି ଦୂରରୁ ସ୍ୱତନ୍ତ୍ର ଟ୍ରେନରେ ଆସିବ କୋଟିଏ ଲିଟର ପାଣି

ଚେନ୍ନଇ/ତିରୁଅନନ୍ତପୁରମ : ଚେନ୍ନଇରେ ଲାଗିରହିଥିବା ଜଳ ସଂକଟ ଦୂର କରିବା ପାଇଁ ତାମିଲନାଡୁ ସରକାର ନୂଆ ଯୋଜନା କରିଛନ୍ତି। ମୁଖ୍ୟମନ୍ତ୍ରୀ ପାଲାନିସାମୀ ଶୁକ୍ରବାର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ ପରେ ଏହି ଯୋଜନାର ଘୋଷଣା କରିଛନ୍ତି।
ବୈଠକ ପରେ ପାଲାନିସାମୀ କହିଥିଲେ ଯେ ଚେନ୍ନଇରେ ପ୍ରତିଦିନ ୫୨.୫ କୋଟି ଲିଟର ଜଳ ଯୋଗାଣ ହେଉଛି। ଜଳ ଅଣାଯାଉଥିବା ୪ଟି ଯାକଁ ଜଳାଶୟ ଶୁଖିଯାଇଥିବାରୁ ଏବେ ଜଳ ସଂକଟ ଉତ୍କଟ ରୂପ ଧାରଣ କରିଛି। ଏହି ଜଳ ସଂକଟକୁ ଦୂର କରିବା ପାଇଁ ତାମିଲନାଡୁ ସରକାର ଜୋଲାରପେଟାଇରୁ ରେଳପଥରେ ପ୍ରତିଦିନ ୧ କୋଟି ଲିଟର ଜଳ ଆଣିବା ପାଇଁ ଯୋଜନା କରିଛନ୍ତି। ଚେନ୍ନଇଠାରୁ ୨୨୦ କିଲୋମିଟର ଦୂର ଜୋଲାରପେଟାଇରୁ ଏକ ସ୍ୱତନ୍ତ୍ର ରେଳ ଟ୍ୟାଙ୍କର ଯୋଗେ ଏହି ଜଳ ଅଣାଯିବ।
ଅନ୍ୟପକ୍ଷରେ ପ୍ରତିଦିନ ୨୦ ଲକ୍ଷ ଲିଟର ପାଣି ଯୋଗାଣ ପାଇଁ କେରଳ ସରକାରଙ୍କ ପ୍ରସ୍ତାବକୁ ତାମିଲନାଡୁ ସରକାର ପ୍ରତ୍ୟାଖ୍ୟାନ କରିଦେଇଛନ୍ତି। ତାମିଲନାଡୁରେ ପ୍ରର୍ଯ୍ୟାପ୍ତ ପାଣି ଅଛି ବୋଲି ମୁଖ୍ୟମନ୍ତ୍ରୀ ପାଲାନସାମୀ କହିଛନ୍ତି। କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ଯେ ତାମିଲନାଡୁକୁ ପାଣି ଯୋଗାଣ ପାଇଁ ପ୍ରସ୍ତାବ ଦିଆଯାଇଥିଲା। ଏହି ପ୍ରସ୍ତାବକୁ ତାମିଲନାଡୁ ସରକାର ଗ୍ରହଣ କରିନାହାନ୍ତି।
ଚେନ୍ନଇରେ ଉତ୍କଟ ଜଳସଂକଟ ନେଇ ପ୍ରକାଶିତ ଖବରକୁ ପାଲାନସାମୀ ଖଣ୍ଡନ କରିଛନ୍ତି। ଜଳ ସଂକଟ ଦୂର କରିବା ପାଇଁ ଲୋକଙ୍କୁ ଟ୍ୟାଙ୍କର ଯୋଗେ ପ୍ରର୍ଯ୍ୟାପ୍ତ ପାଣି ଯାଗା ଯାଉଛି ବୋଲି ସେ କହିଛନ୍ତି। କୁହାଯାଉଛି ଯେ ଚେନ୍ନଇରେ ବୁନ୍ଦେ ବୁନ୍ଦେ ପାଣି ପାଇଁ ଲୋକେ ଛଟପଟ ହେଉଛନ୍ତି। ପାଣି ଅଭାବରୁ ସ୍କୁଲ, କଲେଜଗୁଡ଼ିକୁ ୨ରୁ ୩ ଦିନ ଲେଖାଏଁ ଛୁଟି ଘୋଷଣା କରାଯାଇଛି। ଗ୍ରାମାଞ୍ଚଳରେ ଟୋକନ ମାଧ୍ୟମରେ ପାଣି ବଣ୍ଟା ଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories