www.samajalive.in
Monday, December 8, 2025
27.1 C
Bhubaneswar

ପ୍ରକାଶ ପାଇଲା +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ, ପୁଣି ବାଜି ମାରିଲେ ଝିଅ

ଭୁବନେଶ୍ୱର: ଶୁକ୍ରବାର ଅପରାହ୍ନରେ +୨ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ଫଳ ପ୍ରକାଶ ପାଇଛି। ପୁଣି ଥରେ ଝିଅମାନେ ପୁଅମାନଙ୍କଠାରୁ ଆଗରେ ରହିଛନ୍ତି। ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଜୟଦେବ ଭବନର ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରି ଗଣମାଧ୍ୟମକୁ ବିସ୍ତୃତ ସୂଚନା ଦେଇଛନ୍ତି।

ଚଳିତ ବର୍ଷ +୨ କଳାରେ ୨ଲକ୍ଷ ୩୧ହଜାର ୧୫୦ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧ଲକ୍ଷ ୯୨ହଜାର ୩୨୩ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ମୋଟ ପରୀକ୍ଷା ଫଳ ୬୫.୮୯ ପ୍ରତିଶତ ହୋଇଥିବା ବେଳେ ୫୭ ହଜାର ୪୪୧ଜଣ ପୁଅ ଓ ୯୪ ହଜାର ୮୮୨ଜଣ ଝିଅ ଉତ୍ତୀର୍ଣ୍ଣ ହୋଇଛନ୍ତି। ପୁଅମାନଙ୍କ ପାସ ହାର ୫୫.୮୦ ଓ ଝିଅମାନଙ୍କ ପାସ ହାର ୭୩.୯୯ ପ୍ରତିଶତ ରହିଛି। ଏହି ପରୀକ୍ଷାରେ ୧୮ହଜାର ୭୭୩ଜଣ ପ୍ରଥମ ଶ୍ରେଣୀ, ୨୨ହଜାର ୯୪୪ଜଣ ଦ୍ଵିତୀୟ ଶ୍ରେଣୀ ଓ ୧ଲକ୍ଷ ୧୦ହଜାର ୪୫୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

- Advertisement -

ସେହିପରି +୨ ବାଣିଜ୍ୟରେ ୨୬ହଜାର ୭୯୪ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୧୮ହଜାର ୮୨୬ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ମୋଟ ପରୀକ୍ଷା ଫଳ ୭୦.୨୬ ପ୍ରତିଶତ ହୋଇଥିବା ବେଳେ ୧୧ ହଜାର ୭୩୮ଜଣ ପୁଅ ଓ ୭ ହଜାର ୮୮ଜଣ ଝିଅ ଉତ୍ତୀର୍ଣ ହୋଇଛନ୍ତି। ପୁଅମାନଙ୍କ ପାସ ହାର ୬୭.୯୧ ଓ ଝିଅମାନଙ୍କ ପାସ ହାର ୭୪.୫୨ ପ୍ରତିଶତ ରହିଛି। ଏହି ପରୀକ୍ଷାରେ ୫ହଜାର ୬୨୯ଜଣ ପ୍ରଥମ ଶ୍ରେଣୀ, ୩ହଜାର ୭୪୬ଜଣ ଦ୍ଵିତୀୟ ଶ୍ରେଣୀ ଓ ୯ହଜାର ୪୧୨ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଚଳିତ ବର୍ଷ ଧନ୍ଦାମୂଳକ ଶିକ୍ଷାରେ ମୋଟ ୭ ହଜାର ୮୪୦ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪ ହଜାର ୧୨୬ ଜଣ କୃତିତ୍ୱ ଅର୍ଜନ କରିଛନ୍ତି। ମୋଟ ପରୀକ୍ଷା ଫଳ ୫୭.୬୨ ପ୍ରତିଶତ ହୋଇଥିବା ବେଳେ ୧ ହଜାର ୯୮୨ଜଣ ପୁଅ ଓ ୨ ହଜାର ୧୪୪ଜଣ ଝିଅ ଉତ୍ତୀର୍ଣ ହୋଇଛନ୍ତି। ପୁଅମାନଙ୍କ ପାସ ହାର ୪୭.୯୨ ଓ ଝିଅମାନଙ୍କ ପାସ ହାର ୫୭.୮୬ ପ୍ରତିଶତ ରହିଛି। ଏହି ପରୀକ୍ଷାରେ ୫୪୪ଜଣ ପ୍ରଥମ ଶ୍ରେଣୀ, ୧୭୦୭ଜଣ ଦ୍ଵିତୀୟ ଶ୍ରେଣୀ ଓ ୧୭୧୪ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

କଳା ଏବଂ ଧନ୍ଦାମୂଳକ ଶିକ୍ଷାରେ ବାଲେଶ୍ୱରରେ ପାସ ହାର ସର୍ବାଧିକ ଥିବା ବେଳେ ନବରଙ୍ଗପୁରରେ ପାସ ହାର ସର୍ବନିମ୍ନ ରହିଛି। ବାଲେଶ୍ୱରରେ +୨ କଳାରେ ପାସ ହାର ୭୫.୬୭ ଓ ଧନ୍ଦାମୂଳକ ଶିକ୍ଷାରେ ୭୪.୩୪ ପ୍ରତିଶତ ରହିଥିବା ବେଳେ ନବରଙ୍ଗପୁରରେ ଯଥାକ୍ରମେ ୪୭.୪୬ ଓ ୮.୩୩ ପ୍ରତିଶତ ରହିଛି। ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୮୯ ପ୍ରତିଶତ ଫଳ ହୋଇଥିବା ବେଳେ ଦେଓଗଡ଼ରେ ସର୍ବନିମ୍ନ ୨୪.୩୪ ପ୍ରତିଶତ ଫଳ ରହିଛି।

Hot this week

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

Related Articles

Popular Categories