ଯାଜପୁର : ୫ମ ଆନ୍ତର୍ଜାତିକ ଯୋଗ ଦିବସ ଅବସରରେ ଶୁକ୍ରବାର ଯାଜପୁର ସଂସ୍କୃତି ଭବନ ପରିସରରେ ଯୋଗ ଶିବିର ଅନୁଷ୍ଠିତ ହୋଇଯାଇଛି। ଯାଜପୁର ଡିଆରଡିଏ ପ୍ରକଳ୍ପ ନିର୍ଦ୍ଦେଶକ ମନୋଜ କୁମାର ବେହେରା ପ୍ରଦୀପ ପ୍ରଜ୍ବଳନ କରି ଆନୁଷ୍ଠାନିକ ଭାବେ ଏହି ଯୋଗ ଶିବିର ଉଦଘାଟନ କରିଥିଲେ।

ଶିବିରରେ ଅତିରିକ୍ତ ଜିଲାପାଳ ମିହିର ପ୍ରସାଦ ମହାନ୍ତି, ସୂଚନା ଓ ଲୋକ ସର୍ମ୍ପକ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ ଶିକ୍ଷାବିତ ପ୍ରଫୁଲ୍ଲ କୁମାର ସାମଲ ପ୍ରମୁଖ ଯୋଗ ଦେଇ ମଣିଷ ଜୀବନରେ ଯୋଗର ଆବଶ୍ୟକତା ସର୍ମ୍ପକରେ ଆଲୋକପାତ କରିଥିଲେ। ଏହି ଅବସରରେ ପତଞ୍ଜଳୀ ଯୋଗ ଶିବିର, ଜିଲା ପ୍ରଶାସନ, ବରିଷ୍ଠ ନାଗରିକ ମଞ୍ଚ, ଇନଟାକ, ସ୍କାଉଟ୍ସ ଗାଇଡ୍ସ ଓ ବିଭିନ୍ନ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ ଯୋଗ ଦେଇ ଯୋଗାଭ୍ୟାସ କରିଥିଲେ। ଉକ୍ତ ଶିବିରକୁ ଯୋଗ ଗୁରୁ ମନ୍ମଥ ସାମଲ, ସୁବାସ ତ୍ରିପାଠୀ, ଗୋପୀନାଥ ସେଠୀ ପରିଚାଳନା କରିଥିଲେ।



