www.samajalive.in
Sunday, December 7, 2025
16.1 C
Bhubaneswar

ବିଜେପିରେ ସାମିଲ ହୋଇଥିବା ୨ ଟିଡିପି ସାଂସଦଙ୍କ ବିରୋଧରେ ଚାଲିଛି ସିବିଆଇ, ଇଡି, ଆୟକର ତଦନ୍ତ

ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟି(ଟିଡିପି)ର ୪ ସାଂସଦ ଟି.ଜି. ଭେଙ୍କଟେଶ, ୱାଇ.ଏସ. ଚୌଧୁରୀ, ଜି.ଏମ. ରାଓ ଏବଂ ସି.ଏମ. ରମେଶ ଦଳ ଛାଡ଼ି ବିଜେପିରେ ସାମିଲ ହୋଇଛନ୍ତି। ତେବେ ଏମାନଙ୍କ ମଧ୍ୟରୁ ଉଦ୍ୟୋଗୀ ସି.ଏମ. ରମେଶ ଏବଂ ୱାଇ.ଏସ. ଚୌଧୁରୀଙ୍କ ବିରୋଧରେ ଆୟକର ବିଭାଗ, ସିବିଆଇ ଏବଂ ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ପକ୍ଷରୁ ତଦନ୍ତ ଜାରି ରହିଛି। ଏହି ତଦନ୍ତକାରୀ ସଂସ୍ଥାଗୁଡ଼ିକ ସେମାନଙ୍କ କମ୍ପାନୀ ବିରୋଧରେ ଯାଞ୍ଚ କରୁଛନ୍ତି। ଗତବର୍ଷ ସିବିଆଇର ତତ୍କାଳୀନ ନିର୍ଦେଶକ ଆଲୋକ ବର୍ମା ଏବଂ ବିଶେଷ ନିର୍ଦେଶକ ରାକେଶ ଆସ୍ଥାନାଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ ରମେଶଙ୍କ ନାମ ଆସିଥିଲା। ତାଙ୍କ କମ୍ପାନୀ ବିରୋଧରେ ଆୟକର ବିଭାଗ ତଦନ୍ତ କରୁଛି। ତେଣୁ ଭୟରେ ସେମାନେ ବିଜେପିରେ ସାମିଲ ହୋଇଥିବା ଚର୍ଚ୍ଚା ହେଉଛି।

ସେହିପରି ଚୌଧୁରୀ ବ୍ୟାଙ୍କରୁ ଋଣ ଠକେଇ କରିଥିବା ଅଭିଯୋଗ ରହିଛି। ସିବିଆଇ ଏବଂ ଇଡି ଏହାର ତଦନ୍ତ କରୁଛନ୍ତି। କିନ୍ତୁ ସେମାନେ ନିର୍ଦୋଷ ଥିବା ଏବଂ କୌଣସି ଭୁଲ କରି ନ ଥିବା ଉଭୟ ସାଂସଦ ଦାବି କରୁଛନ୍ତି। ତେବେ ଗତବର୍ଷ ନଭେମ୍ବରରେ ବିଜେପି ସାଂସଦ ତଥା ମୁଖପାତ୍ର ଜି.ବି.ଏଲ. ନରସିହ୍ମା ରାଓ ଚୌଧୁରୀ ଏବଂ ରମେଶଙ୍କୁ ଆନ୍ଧ୍ରପ୍ରଦେଶର ମାଲ୍ୟା ବୋଲି କହିଥିଲେ।

- Advertisement -

ଆୟକର ବିଭାଗ ଅନୁସାରେ, ରମେଶଙ୍କର ରିତ୍ଵିକ ପ୍ରୋଜେକ୍ଟସ ପ୍ରାଇଭେଟ ଲିମିଟେଡ ନାମକ ଏକ କମ୍ପାନୀ ଅଜଣା ଉତ୍ସରୁ ୭୪ କୋଟି ଟଙ୍କା ନେଣଦେଣ କରିଥିଲା। ଏହା ସହିତ ୨୫ କୋଟି ଟଙ୍କାର ବିଲ୍‌ ସନ୍ଦିଗ୍ଧ ଥିଲା। ଏହି ଘଟଣାରେ ଆୟକର ବିଭାଗ ଗତବର୍ଷ ଅକ୍ଟୋବର ୧୨ରେ ହାଇଦ୍ରାବାଦସ୍ଥିତ କମ୍ପାନୀ ଏବଂ କଡ଼ାପାସ୍ଥିତ ବାସଭବରେ ଚଢ଼ାଉ କରିଥିଲା। ଟିଡିପି ସେତେବେଳେ ଏହାକୁ ବିରୋଧ କରିବା ସହିତ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ବୋଲି ଦର୍ଶାଇଥିଲା। ଏହାବ୍ୟତୀତ ସିବିଆଇରେ ବର୍ମା ଏବଂ ଆସ୍ଥାନାଙ୍କ ମଧ୍ୟରେ ଉପୁଜିଥିବା ବିବାଦରେ ମୁଖ୍ୟ ସାକ୍ଷ୍ୟ ଥିଲେ ସନା ସତୀଶ ବାବୁ। ତାଙ୍କ ବୟାନ ଅଧାରରେ ବର୍ମା ଏବଂ ଆସ୍ଥାନାଙ୍କ ବିରୋଧରେ ଭ୍ରଷ୍ଟାଚାର ମାମଲା ରୁଜୁ ହୋଇଥିଲା। ତେବେ ରମେଶ ମାମଲାକୁ ପ୍ରଭାବିତ କରୁଥିବା ବାବୁ ଅଭିଯୋଗ କରିଥିଲେ।

ସେହିପରି ଚୌଧୁରୀ ମୋଦୀ ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ରାଷ୍ଟ୍ରମନ୍ତ୍ରୀ ଥିଲେ। ତାଙ୍କ ବିରୋଧରେ ୩ଟି ଏତଲା ରୁଜୁ ହୋଇଛି। ସିବିଆଇ ଏହି ଅଭିଯୋଗର ତଦନ୍ତ କରୁଛି। ଅଭିଯୋଗରେ ଦର୍ଶାଯାଇଛି ଯେ, ବୈଦ୍ୟୁତିକ ଉପକରଣ ନିର୍ମାତା  ବେଷ୍ଟ ଏବଂ କ୍ରମ୍ପଟନ ଇଞ୍ଜିନିୟରିଂ ପ୍ରୋଜେକ୍ଟସ ଲିମିଟେଡ ନାମକ କମ୍ପାନୀ ବ୍ୟାଙ୍କରୁ ୩୬୦ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଋଣ ନେଇ ପରିଶୋଧ କରି ନ ଥିଲା। ଏହି କମ୍ପାନୀ ଚୌଧୁରୀଙ୍କର ବୋଲି ସିବିଆଇ ଦାବି କରିଛି।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories