କରାଚୀ : ପାକିସ୍ତାନର ପୂର୍ବତନ ଟେଷ୍ଟ କ୍ରିକେଟର ତଥା ପାକିସ୍ତାନ କ୍ରିକେଟ୍ ବୋର୍ଡ଼(ପିସିବି)ର କ୍ରିକେଟ କମିଟି ଅଧ୍ୟକ୍ଷ ମୋହସିନ୍ ଖାନ୍ ଗୁରୁବାର ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି। ସେ ଗୁରୁବାର ପିସିବିର କ୍ରିକେଟ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେବାପାଇଁ ପିସିବି ଅଧ୍ୟକ୍ଷ ଇସାନ୍ ମାନିଙ୍କୁ ଅନୁରୋଧ କରିଥିଲେ। ସୂଚନା ମୁତାବକ, ବର୍ତ୍ତମାନ ଠାରୁ ବୋର୍ଡ଼ର ପରିଚାଳନା ନିର୍ଦ୍ଦେଶକ ଥିବା ଓ୍ଵାସିମ ଖାନଙ୍କ ନେତୃତ୍ୱରେ ଏହି କମିଟି କାର୍ଯ୍ୟ କରିବ। ୨୦୧୮ ଅକ୍ଟୋବରଠାରୁ ଏହି କମିଟି ଗଠନ କରାଯାଇଥିଲା।
ପାକିସ୍ତାନ କ୍ରିକେଟ ବୋର୍ଡ଼ କମିଟି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ମେହସିନ୍ ଖାନ୍
Popular Categories



