www.samajalive.in
Tuesday, December 9, 2025
17.1 C
Bhubaneswar

ଖଟରେ ପଡି ରହିଛନ୍ତି ଉଦ୍ଧବ ; ସରକାରୀ ସାହାଯ୍ୟ ଅପେକ୍ଷାରେ ପରିବାର

ଲାଠୋର : ‘ମୋର ମୁନୁଷକେ ଗଲା ଛ ବଛର ହେଲା କାଏଁ ରୋଗ ଗୁଟେ ହେଇ ଛେ ଯେ ଆଏଜ ତକ ଛାଡବାର ନାଁ ନେଇ ନେବାରା ଇ ରୋଗ ଲାଗିର ଆମର ପାଖର ଡାକ୍ତରଖାନା ନେଇ କରି ଠିକ ନେଇ ହେବାର ନୁଁ ବଡ ହସପିଟାଲ ତକ ନେଇ ସାରିଛେଁ। ହେଲେ ରୋଗ ଠିକ ନେଇଁ ହେବାର। ଆମେ ଗରିବ ଆଦିବାସୀ ଲୋକ ଆଏ। ଯେନ ପଇସା ଦୁରା ଟୁକେଲ ବିହାର ଲାଗି ରଖିଥିନି ସବୁ ଡାକ୍ତରଖାନା ଯିବା ଆସବାରଥି ସରି ଗଲାନ। ନିଜର ଘରୁଆ ଲୋକମାନଙ୍କ ଠାନୁ ଧାର କରଜ କରିଥିନି। ହେଲେ ରୋଗ ଭଳ ହେବାର ନୁଁ ଏବେ ଘରେ ଗୁଟେ ଖଟଥି ପଡିରହିଛନ। ଘରର ରୋଜଗାରିଆ ଲୋକ ଏବେ ଖଟେ ପଡିଛନ ଆମକେ ଚଳବାରଟା ବହୁତ କଷ୍ଟ ହେଉଛେ। ପଞ୍ଚାୟତନୁ ମାସକେ ୧୫ କେଜି ଚଉଳ ପଉଁଛୁ ସେଥିର ନେ ପରିବାର କଷ୍ଟେ ମଷ୍ଟେ ଚଲୁଛୁଁ। ସରକାର ମୋର ଗୁହାରି ଶୁନି ସରକାରୀ ସାହାଯ୍ୟ କରି କେନ ବଡ ଡାକ୍ତରଖାନାକେ ନେଇ କରି ମୋର ମୁନୁଷ କେ ନେଲେ ଠିକ ହେତେ ଆରୁ ସରକାରୀ ସହାଯ୍ୟ ଯୋଗେଇ ଦଉନ’ ବୋଲି ବତୀ ଭୋଇ ଦୁଖ ଭରା କଣ୍ଠରେ କହିଛନ୍ତି। ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଳକ ଅଧିନସ୍ଥ ମାଲପଡା ପଞ୍ଚାୟତ କନ୍ଦେଇଛାପର ଗ୍ରାମର ଖଇରାପଡାରେ ବସବାସ କରନ୍ତି ଉଦ୍ଧବ ଭୋଇ। ବୟସ ୫୨ ବର୍ଷ। ସେ ଜଣେ ଆଦିବାସୀ ସଂପ୍ରଦାୟର ଲୋକ ଅଟନ୍ତି। ତାଙ୍କର ପରିବାର କହିଲେ ସ୍ତ୍ରୀ ବତୀ ଭୋଇ ଏବଂ ଝିଅ ପ୍ରେମଶୀଳା। ଉଦ୍ଧବ ଦିନ ମଜୁରିଆ ଏବଂ ବାହାର ରାଜ୍ୟକୁ ଦାଦନ ଖଟି ଯିବା ତଥା ଜଙ୍ଗଲରୁ ଶାଳ ପତ୍ର ଆଣି ଖଲିଦନା ତିଆରି କରି ଯାହା ରୋଜଗାର କରୁଥିଲେ ସେଥିରେ ପରିବାର ପ୍ରତିପୋଷଣ କରୁଥିଲେ। ହେଲେ ଭାଗ୍ୟର ବିଡମ୍ବନା ଉଦ୍ଧବଙ୍କୁ କେଉଁ ରୋଗ ହେଲା ଯେ ସେ ଧିରେ ଧିରେ ସୁସ୍ଥ ନହୋଇ ଶେଷରେ ଖଟରୁ ଉଠି ପାରିଲେ ନାହିଁ। ଦିର୍ଘ ଛଅ ବର୍ଷ ହେବ ସେ ଖଟରେ ପଡି ରହିଛନ୍ତି। ତାଙ୍କ ସ୍ତ୍ରୀ ବତୀ ତାଙ୍କର ସ୍ନାନ, ଶୌଚ ତଥା ଖୁଆଇ ଦେବା ସହିତ ଅନ୍ୟାନ୍ୟ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି। ପରିବାର ତାଙ୍କୁ ଆଖପାଖ ଡାକ୍ତରଖାନରେ ଚିକିତ୍ସା କରାଇଥିଲେ। ପରେ ବଡ ହସପିଟାଲକୁ ମଧ୍ୟ ନେଇ ଚିକିତ୍ସା କଲେ ହେଲେ କୌଣସି ଫଳ ପାଇଲେ ନାହିଁ। ରୋଗାଗ୍ରସ୍ତ ହେବା ପରେ ପରିବାର ଝିଅ ବାହାଘର ପାଇଁ ଯାହା ଟଙ୍କା ରଖିଥିଲେ ଡାକ୍ତରଖାନା ଯାଇ ଖର୍ଚ୍ଚାନ୍ତ ହେବା ସହ ନିଜ ସଂପର୍କିୟଙ୍କ ଠାରୁ ମଧ୍ୟ ଧାରକରଜ କରି ଚିକିତ୍ସା କରାଇଥିଲେ। ଏବେ ତାଙ୍କ ପାଖରେ ଅର୍ଥ ଅଭାବ ରହିଥିବାରୁ କୌଣସି ଡାକ୍ତରଖାନକୁ ନେଇ ପାରୁନାହାନ୍ତି। ଘରର ରୋଜଗାରିଆ ସ୍ୱାମୀ ଖଟରେ ପଡି ରହିଥିବାରୁ ତାଙ୍କ ପରିବାର ଚଳିବା କଷ୍ଟ ହେଉଛି। ସରକାରୀ ସାହାଯ୍ୟ କହିଲେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରୁ ଗୋଟିଏ ବାସଗୃହ ଏବଂ ପଞ୍ଚାୟତରୁ ମାସିକ ୧୫ କେଜି ଚାଉଳ ତା ଛଡା ଆଉ କିଛି ନାହିଁ। ବର୍ତ୍ତମାନ ସ୍ୱାମୀଙ୍କ ଚିକିତ୍ସା କିପରି କରାଇବେ ଏବଂ ଝିଅକୁ କିପରି ବାହା କରେଇବେ ସେହି ଚିନ୍ତାରେ ଘାରି ହେଉଛନ୍ତି ବତୀ। ତାଙ୍କ ସ୍ୱାମୀଙ୍କୁ କୌଣସି ଏକ ବଡ଼ ହସପିଟାଲକୁ ନେଇ ଚିକିତ୍ସା କରିବାକୁ ସରକାରଙ୍କୁ ଗୁହାରି କରିଛନ୍ତି। ତେବେ ଯଥା ଶିଘ୍ର ଉଦ୍ଧବଙ୍କୁ ସରକାରୀ ସାହାଯ୍ୟ ଯୋଗାଇଦେବାକୁ ପଡାବାସୀ ଦାବି କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories