www.samajalive.in
Tuesday, December 9, 2025
15.1 C
Bhubaneswar

‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ପ୍ରସଙ୍ଗକୁ ଅଧିକାଂଶ ଦଳର ସମର୍ଥନ

ନୂଆଦିଲ୍ଲୀ : ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ ପ୍ରସଙ୍ଗ ଉପରେ ନୂଆଦିଲ୍ଲୀରେ ବିଭିନ୍ନ ରାଜନୈତିକ ଦଳର ମୁଖ୍ୟମାନଙ୍କ ସହ ସର୍ବଦଳୀୟ ବୈଠକରେ ଆଲୋଚନା କରିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା, ବିଜେପି କାର୍ୟ୍ୟକାରୀ ସଭାପତି ଜେ.ପି. ନଡ୍ଡା, ୱାଇ.ଏସ୍‍.ଆର୍‍.କଂଗ୍ରେସ ସଭାପତି ୱାଇ.ଏସ୍‍. ଜଗନମୋହନ ରେଡ୍ଡୀ, ବିଜେଡି ସଭାପତି ନବୀନ ପଟ୍ଟନାୟକ,ସି.ପି.ଆଇ.ଏମ୍‍. ରସୀତାରାମ ୟେଚୁରୀ, ସି.ପି.ଆଇ.ର ସୁଧାକର ରେଡ୍ଡୀ, ଏନ୍‍.ସି.ପି. ମୁଖ୍ୟ ଶରଦ୍‍ ପାୱାର, ଆର୍‍.ପି.ଆଇ.ର ରାମଦାସ ଅଠାୱାଲେ ପ୍ରମୁଖ ଏହି ବୈଠକରେ ଯୋଗ ଦେଇଥିଲେ।
ତେବେ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି ଯେ, ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ ପ୍ରସଙ୍ଗକୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି ସବୁ ଦିଗ ଏବଂ ପକ୍ଷ ଉପରେ ବିଚାର କରି ନିଜର ରିପୋର୍ଟ ପ୍ରଦାନ କରିବ । ପ୍ରାୟତଃ ସମସ୍ତ ଦଳ ‘ଏକ ରାଷ୍ଟ୍ର-ଏକ ନିର୍ବାଚନ’ ପ୍ରସଙ୍ଗକୁ ନିଜର ସମର୍ଥନ ଜଣାଇଛନ୍ତି। ୨୦୨୨ ମସିହାରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପ୍ରସଙ୍ଗ ଓ ଚଳିତ ବର୍ଷ ମହାତ୍ମା ଗାନ୍ଧିଙ୍କର ୧୫୦ତମ ଜୟନ୍ତୀ ପାଳନ ପ୍ରସଙ୍ଗ ଉପରେ ମଧ୍ୟ ଏଥିରେ ଆଲୋଚନା ହୋଇଛି। ସେହିପରି ଆକାଂକ୍ଷି ଜିଲ୍ଲା ବିଷୟରେ ମଧ୍ୟ ବୈଠକରେ ଆଲୋଚନା ହୋଇଥିଲା। ସଂସଦରେ ସକରାତ୍ମକ ଆଲୋଚନା ଏବଂ ଗୃହର କାର୍ୟ୍ୟକ୍ରମରେ ଉନ୍ନତି ଆଣିବା ନେଇ ମଧ୍ୟ ବୈଠକରେ ଆଲୋଚନା ହୋଇଛି।
ଗଣମାଧ୍ୟମ ସହ ଆଲୋଚନା ସମୟରେ ପ୍ରତିରକ୍ଷା ମନ୍ତ୍ରୀ କହିଛନ୍ତି ଯେ, ବୈଠକରେ କେବଳ ସିପିଆଇ ଓ ସିପିଏମ ଏହାର କାର୍ୟ୍ୟକାରିତାକୁ ନେଇ ଆଶଙ୍କା ବ୍ୟକ୍ତ କରିଥିଲେ। କିନ୍ତୁ ଏହି ଦୁଇ ଦୁଇ ସକରାତ୍ମକ ମନୋଭାବ ଦେଖାଇଛନ୍ତି। ସର୍ବଦଳୀୟ ବୈଠକ ପାଇଁ ୪୦ଟି ଦଳକୁ ଆମନ୍ତ୍ରଣ ଇଥିଲା। କିନ୍ତୁ ବୈଠକରେ ୨୧ଟି ଦଳର ପ୍ରତିନିଧି ସାମିଲ ହୋଇଥିଲେ ଏବଂ ଏଆଇଏଡିଏମକେ ସମେତ ୩ଟି ଦଳ ନିଜର ମତାମତ ଠାଇଥିଲେ । ତେବେ ଏସପି, ବିଏସପି, ଆପ୍, ଟିଏମସି ପରି ଦଳ ଏହି ବୈଠକରେ ସାମିଲ ହୋଇନଥିଲେ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories