www.samajalive.in
Monday, December 8, 2025
17.1 C
Bhubaneswar

ଜୀବିତ ବ୍ୟକ୍ତିଙ୍କୁ ମୃତ ଦର୍ଶାଇ ଜମି ବିକ୍ରି, ରେଜଷ୍ଟ୍ରି ଅଫିସରେ ଦୁର୍ନୀତି ହୋଇଥିବା ଅଭିଯୋଗ

ବଲାଙ୍ଗିର/ଲୋଇସିଂହା : ବଲାଙ୍ଗିର ଜିଲା ଲୋଇସିଂହା ସବ ରେଜଷ୍ଟ୍ରି ଅଫିସରେ ଦିନକୁ ଦିନ ଦୁର୍ନୀତି ଓ ଅନିୟମିତତା ବଢିବାରେ ଲାଗୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ସମୟରେ ଜମି ପଞ୍ଜିକରଣ କୁ ନେଇ କରାଯାଉଥିବା ଦୁର୍ନୀତି ଖବରମିଳୁଛି । ବଲାଙ୍ଗିର ଜିଲା ଆଗଲପୁର ତହସିଲ ଅଧୀନରେ ଥିବା ନଅଗାଁ(କ) ମୈାଜାର ଖାତା ନଂ ୫୮ ରେ ଥିବା ଜମି କୁ ବହୁ ଅନିୟମିତତା କରାଯାଇ ବିକ୍ରୟ କରାଯାଇଥିବା ଜଣାପଡିଛି। ଏପରିକି ଏହି ଜମି ପୁଅ,ନାତି ମାନଙ୍କ ଭିତରେ ଭଗବଣ୍ଟା ହୋଇନଥିବା ବେଳେ ଏହାକୁ କିଭଳି ତାଙ୍କ ଅଜାଣତରେ ବିକ୍ରୟ କରାଗଲା ବୋଲି ଅନ୍ୟତମ ଜମି ମାଲିକ ସ୍ୱର୍ଗତ ଦୁର୍ଯୋଧନ ସାହୁଙ୍କ ପୁଅ ଶାନ୍ତୁନୁ ସାହୁ ଅଭିଯୋଗ ଆଣିଛନ୍ତି । ଏପରିକି ଜମି ପଞ୍ଜିକରଣ ସମୟରେ ଜୀବିତ ଥିବା ଲୋକଙ୍କୁ ସଂପୃକ୍ତ ସର୍କଲର ଆରଆଇ ନିଜ ରିପୋର୍ଟରେ ମୃତ ଦର୍ଶାଇଥିବା ନେଇ ଶାନ୍ତୁନୁ ଗୁରୁତର ଅଭିଯୋଗ ଆଣିଛନ୍ତି ।
ଅଭିଯୋଗ ଅନୁସାରେ ବଲାଙ୍ଗିର ଜିଲା ଆଗଲପୁର ବ୍ଲକ ଅଧୀନରେ ଥିବା ନଅଗାଁ(କ) ମୈାଜାର ଖାତା ନଂ ୫୮ର ୧୭ ଏକର ୮୮୦ ଡିସମିଳ ଜମି ସ୍ୱର୍ଗତ ବୈକୁଣ୍ଠ ସାହୁ ଙ୍କ ପୁଅ ଘାସି ସାହୁ, ସୁରୁ ସାହୁ,ଗଗନ ସାହୁ, ବିପିନ ସାହୁ, ଦୁର୍ଯୋଧନ ସାହୁ, ନାତି ଗଗନ ସାହୁ ଓ ବିପିନ ସାହୁଙ୍କ ନାଁରେ ରହିଛି। ଜମିପାଟାରେ ନାଁ ଥିବା ସମସ୍ତ ଜମି ମାଲିକଙ୍କ ମୃତ୍ୟୁ ହୋଇସାରିଥିବା ଜଣାପଡିଛି। ଫଳରେ ଉତ୍ତରାଧିକାରୀ ସୂତ୍ରରେ ସେମାନଙ୍କ ବଂଶଧରଙ୍କ ମାଲିକାନାରେ ଉକ୍ତ ଜମି ରହିଛି। ତେବେ ଗତ ୩୧ ତାରିଖରେ ଲୋଇସିଂହା ସବ ରେଜିଷ୍ଟ୍ରି ଅଫିସରେ ଉକ୍ତ ଖାତାରେ ଥିବା ଜମିକୁ ବିକ୍ରୟ କରାଯାଇଥିବା ବେଳେ ଜମି ପଞ୍ଜିକରଣ କରାଯାଇଥିଲା। ଯେଉଁଥିରେ ବହୁ ଅନିୟମିତତା କରାଯାଇଥିବା ଅଭିଯୋଗ କରିଛନ୍ତି ଗଗନ ସାହୁଙ୍କ ପୁଅ ଶାନ୍ତୁନୁ ସାହୁ। ଦୀର୍ଘ ବର୍ଷ ହେଲା ଶାନ୍ତୁନୁ ସାହୁ ନଅଗାଁ (କ) ଗାଁ ଛାଡି ବରପାଲିରେ ବସବାସ କରିଆସୁଛନ୍ତି। ତାଙ୍କ ପିତୃପୁରୁଷଙ୍କ ଜମି ବିକ୍ରୟ ସମୟରେ ତାଙ୍କର କୈାଣସି ଦସ୍ତଖତ ନିଆଯାଇ ନଥିବା ସେ ଅଭିଯୋଗ କରିଛନ୍ତି। ସୁରୁ ସାହୁ ଓ ହରିସାହୁଙ୍କ ମୃତ୍ୟୁ ହୋଇସାରିଥିବା ବେଳେ ତାଙ୍କ ବଂଶଧର ମାନେ ମିଳିମିଶି ଉକ୍ତ ଜମିକୁ ବିକ୍ରୟ କରିଥିବା ଅଭିଯୋଗ କରିଛନ୍ତି। ତେବେ ନିୟମାନୁଯାୟୀ ଜମି କିଣାବିକା ସମୟରେ ଜମି ମାଳିକଙ୍କ ସମସ୍ତ ପରିବାର ସଦସ୍ୟଙ୍କ ଅନୁମତି ନିହାତି ଆବଶ୍ୟକ ହୋଇଥିବା ବେଳେ ପଞ୍ଜିକରଣ ପୂର୍ବରୁ ଆରଆଇଙ୍କ ଯାଞ୍ଚ ରିପୋର୍ଟ ଦରକାର ପଡିଥାଏ। ତେବେ ଏହି ଜମି ପଞ୍ଜିକରଣ ସମୟରେ ବାବୁଫାସଡ ଆରଆଇ ସର୍କଲ ଦାୟିତ୍ୱରେ ଥିବା ଅମିନ ଆଲୋକ ସାହୁ ଦେଇଥିବା ରିପୋର୍ଟରେ ଗଗନ ସାହୁ ଓ ବିପିନ ସାହୁଙ୍କ ବଂଶଧର ନଥିବା ଦର୍ଶାଇଛନ୍ତି। ତେବେ ତାଙ୍କ ବଂଶଧର ମାନେ ଏବେ ଜୀବିତ ଥିବା ବେଳେ ବିନା କୈାଣସି ପ୍ରମାଣରେ କିଭଳି ତାଙ୍କୁ ମୃତ ଧରିନିଆଗଲା ସେ ନେଇ ପ୍ରଶ୍ନ ଉଠାଇଛନ୍ତି ମୃତ ଗଗନ ସାହୁଙ୍କ ପୁଅ ଶାନ୍ତୁନୁ ସାହୁ। କାଗଜପତ୍ରରେ ଜାଳିଆତି କରି ସୁରୁ ସାହୁ ଓ ହରି ସାହୁଙ୍କ ପୁଅ ମାନେ ଜମିକୁ ବିକ୍ରୟ କରିଦେଇଥିବା ବେଳେ ଏତେବଡ ଦୁର୍ନୀତିକୁ କିଭଳି ଲୋଇସିଂହା ସବରେଜିଷ୍ଟାର ଦାୟିତ୍ୱରେ ଥିବା ଆରତୀ ସାହୁ ଜାଣିପାରିଲେ ନାହିଁ ବୋଲି ସେ ଅଭିଯୋଗ ଆଣିଛନ୍ତି।
ଉକ୍ତ ଜମି ଉପରେ ତାଙ୍କର ସମାନ ଅଧିକାର ଥିବା ସତ୍ୱେ ଜମି ଭାଇ ମାନଙ୍କ ଭିତରେ ଭାଗବଣ୍ଟା ହୋଇନଥିବାରୁ ବିକ୍ରୟ ପାଇଁ ମନା କରିଦେଇଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ କାଗଜପତ୍ରରେ ମୃତ ଦର୍ଶାଇ ସରକାରୀ ଅଧିକାରୀ ଓ କିଛି ଦଲାଲ ମିଶି ଉକ୍ତ ଜମିକୁ ବରଗଡ ତୋରା ଗାଁର କୈାଶଲ୍ୟା ସାହୁଙ୍କୁ ବିକ୍ରୟ କରିଦେଇଥିବା ଅଭିଯୋଗ କରିଛନ୍ତି ମୃତ ଗଗନ ସାହୁଙ୍କ ପୁଅ ଶାନ୍ତୁନୁ ସାହୁ। ଏହି ଜମି କିଣାବିକାରେ ସବିରେଜିଷ୍ଟାର ଅଫିସସ୍ତରରେ ଏକ ବଡ ଧରଣର ଦୁର୍ନୀତି କରାଯାଇଥିବା ଅଭିଯୋଗ କରିଥିବାବେଳେ ଏହାର ତଦନ୍ତ ପାଇଁ ଦାବି କରି ନ୍ୟାୟ ପ୍ରଦାନ ପାଇଁ ସେ ଦାବି କରିଛନ୍ତି।

Hot this week

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

Related Articles

Popular Categories