www.samajalive.in
Sunday, December 7, 2025
16.1 C
Bhubaneswar

ଯନ୍ତ୍ରୀଙ୍କୁ ଉଠବସ୍‌ କରିବା ଘଟଣାରେ ଜାମିନ ପାଇଁ ବିଧାୟକଙ୍କୁ ପୁଲିସ ସୁଯୋଗ ଦେଉଥିବା ଆଦିବାସୀ ସଂଘର ଅଭିଯୋଗ

ବଲାଙ୍ଗିର : – ପାଟଣାଗଡ ନବନିର୍ବାଚିତ ବିଧାୟକ ସରୋଜ ମେହେର ହାଇକୋର୍ଟରେ ଜାମିନ ଆବେଦନ କରିଥିବା ନେଇ ସୂଚନା ମିଲିଥିବା ବେଳେ ପୁଲିସ ଏପର୍ଯ୍ୟନ୍ତ ତଦନ୍ତ ନାଁରେ ଦିନ ଗଡାଉଥିବା ଆଦିବାସୀ ସଂଘ ଅଭିଯୋଗ କରିଛି। ଦିନକୁ ଦିନ ବିଧାୟକ ଶ୍ରୀ ମେହେରଙ୍କ ପାଇଁ ଅଡୁଆ ବଢିବାରେ ଲାଗିଥିବା ବେଳେ ଆଦିବାସୀ ସଂଘ ବୁଧବାର ଗିରଫ ଦାବିରେ ବଲାଙ୍ଗିର ଜିଲାପାଳ ଅଫିସ ଘେରିଥିଲା । ଅନ୍ୟପକ୍ଷରେ ସରୋଜ ମେହେର ସରକାରୀ ଦଳର ବିଧାୟକ ହୋଇଥିବାରୁ ପୁଲିସ ତାଙ୍କୁ ଗିରଫ ନ କରି ହାଇକୋର୍ଟ ଜାମିନ ଆଣିବା ପାଇଁ ସୁଯୋଗ ଦେଉଥିବା ଅଭିଯୋଗ ହୋଇଛି। ସେହିପରି ଯେଉଁ ନିର୍ବାହୀ ଯନ୍ତ୍ରୀଙ୍କ ସାମ୍ନାରେ ଏହି ଘଟଣାଟି ଘଟିଥିଲା ଓ ନିଜେ ତାଙ୍କ ଅଧସ୍ଥନ କନିଷ୍ଠ ଯନ୍ତ୍ରୀଙ୍କ ଚାପୁଡା ମାରିଥିଲେ ତାଙ୍କୁ ମଧ୍ୟ ଯଥାସମ୍ଭବ ଘଣ୍ଟ ଘୋଡାଯାଉଥିବା ଅଭିଯୋଗ ହୋଇଛି।
ଜୁନ ୫ ତାରିଖରେ ପାଟଣାଗଡ ବିଧାୟକ ସରୋଜ ମେହେର ଗମ୍ଭାରୀ ଗାଁରେ ନିର୍ମାଣ ହୋଇଥିବା ଏକ ରାସ୍ତାର ଯାଞ୍ଚ କରିଥିଲେ । କାମ ନିମ୍ନମାନ ର ହୋଇଥିବା ଦର୍ଶାଇ ସେ କାର୍ଯ୍ୟରତ ଯନ୍ତ୍ରୀଙ୍କୁ ପାଞ୍ଚ ମିନିଟରେ ଶହେ ଥର ଉଠବସ ହେବା ପାଇଁ ନିର୍ଦ୍ଦେଶ ଦେଉଥିବା ଏକ ଭିଡିଓ ଭାଇରାଲ ହୋଇଥିଲା। ବିଧାୟକଙ୍କ ଜଣେ ସରକାରୀ କର୍ମଚାରୀଙ୍କୁ ଏତାଦୃଶ ବ୍ୟବହାର କୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବାରେ ଲାଗିଥିଲା। ସଂପୃକ୍ତ ଯନ୍ତ୍ରୀଙ୍କ ସ୍ତ୍ରୀ ସ୍ୱାମୀ ଅପହରଣ ହୋଇଥିବା ନେଇ ଥାନାରେ ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ସମୟରେ ଉକ୍ତ ଭିଡିଓରେ ବିଧାୟକ ର୍ଦୁବ୍ୟବହାର ଦେଉଥିବା ନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉକ୍ତ ଘଟଣାକୁ ପ୍ରାୟ ୧୦ ଦିନ ବିତିବାକୁ ବସିଥିବା ବେଳେ ବିଧାୟକଙ୍କ ବିରୁଦ୍ଧରେ ଜିଲାପ୍ରଶାସନ କିମ୍ବା ପୁଲିସ କୈାଣସି ପଦକ୍ଷେପ ନେଉନଥିବା ଆଦିବାସୀ ସଂଘ ଅଭିଯୋଗ କରିଆସୁଛି। ବୁଧବାର ଏହାକୁ ବିରୋଧ କରି ଆଦିବାସୀ ସଂଘ ପକ୍ଷରୁ ବଲାଙ୍ଗିର ଜିଲାପାଳ ଅଫିସ ଘେରାଓ କରାଯାଇଥିଲା।

ଅନ୍ୟପକ୍ଷରେ ବିଧାୟକଙ୍କ ସମର୍ଥନରେ ଓବିସି ମଞ୍ଚ ବାହାରିଛି । ବିଧାୟକ କୈାଣସି ପ୍ରକାର ଜାତିଆଣ ଆକ୍ଷେପ କରିନଥିବା ବେଳେ ଏହି ଘଟଣାକୁ ଜାଣିଶୁଣି ଜନୈକ ଆଦିବାସୀ ନେତା ରାଜନୈତିକରଣ କରୁଥିବା ଓବିସି ମଞ୍ଚର କିଛି ସଦସ୍ୟ ଅଭିଯୋଗ କରିଛନ୍ତି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories