www.samajalive.in
Friday, December 12, 2025
19.1 C
Bhubaneswar

ଶବ ଦାହ ପାଇଁ ତୁଷୁରାରେ କାଠ ଅଭାବ

ତୁଷୁରା: ତୁଷୁରାରେ ଶବ ଦାହ ପାଇଁ ଆବଶ୍ୟକ କାଠର ଘୋର ଅଭାବ ଦେଖା ଦେବା ଫଳରେ ସହରବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ବିଭିନ୍ନ ସମୟରେ ଗଣମାଧ୍ୟମ ତଥା ଉପରିସ୍ଥ ସରକାରୀ ଅଫିସରଙ୍କୁ ଜଣାଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଏହି ସମସ୍ୟାର ସମାଧାନ ହୋଇ ପାରିନାହିଁ। ତୁଷୁରା ସହରର ସୋନଗଡ଼ ନଦୀ କୁଳ ଏକ ମାତ୍ର ଶବଦାହ ଘାଟ ହୋଇଥିବାରୁ ଶ୍ମଶାନଘାଟରେ ପ୍ରାୟ ଦିନ ସହରବାସୀଙ୍କ ଦ୍ୱାରା ଶବଦାହ ହୋଇ ଥାଏ। କିନ୍ତୁ ଦାହ ପାଇଁ ସହରରେ କାଠର ଘୋର ଅଭାବ ରହିଥିବାରୁ ଶବଦାହ ପାଇଁ ଆସୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି।

ବିଶେଷ କରି ଗରିବ ଲୋକମାନେ ଅସୁବିଧାର ସମ୍ମୁଖିନ ହେଉଥିବାବେଳେ ଲୋକଙ୍କ ପାଖରେ ଟଙ୍କା ଥାଇ ସୁଦ୍ଧା ଦାହ ପାଇଁ କାଠ ପାଉ ନାହାନ୍ତି। ଆଗରୁ ଜଙ୍ଗଳରୁ କାଠ ବିକ୍ରି ପାଇଁ ଗରିବ ମାନେ ସହରକୁ ଆସୁଥିବା ବେଳେ ବର୍ତମାନ ବନ ବିଭାଗ ଦ୍ୱାରା ଧରପକଡ଼ ଯୋଗୁଁ ଭୟରେ ଆଉ ସହରକୁ କେହି କାଠ ବିକ୍ରି କରିବାକୁ ଆସ ନାହାନ୍ତି। କିଛି ଲୋକଙ୍କ ପାଖରେ ଚାଷ ଜମି ଥିବାରୁ ସେମାନେ କିଛି ମାତ୍ରାରେ ଦାହ ପାଇଁ କାଠ ଯୋଗାଡ଼ କରି ପାରୁଥିବାବେଳେ ଅନ୍ୟମାନେ କାଠ ପାଇଁ ଦହଗଂଜ ହୋଇ ପଡ଼ୋଶୀଙ୍କଠାରୁ ଯୋଗାଡ଼ କରି କୌଣସି ମତେ ଶବ ଦାହ କରିଥାନ୍ତି।

- Advertisement -

କିଛି ବର୍ଷ ପୂର୍ବରୁ ସହରରେ କାଠ ବିକ୍ରି ଡ଼ିପୋ ଥିବାବେଳେ ଏଠାରେ କାଠ ମିଳି ଯାଉଥିରୁ ଲୋକେ ଏଠାରୁ କାଠ ନେଇ ଶବଦାହ କରୁଥିଲେ। ଦୀର୍ଘ ବର୍ଷ ହେଳା ଏହି ଡ଼ିପୋ କୁ ଉଚ୍ଛେଦ କରାଯାଇଥିବାରୁ ଲୋକଙ୍କ ଅସୁବିଧା ବର୍ତମାନ ଦ୍ୱିଗୁଣିତ ହୋଇ ପଡ଼ିଛି। ତୁଷୁରା ସହର ପଂଚାୟତରୁ ବିଜ୍ଞାପିତ ଅଂଚଳ ପରିଷଦର ମାନ୍ୟତା ପାଇଥିବାରୁ ଏହି ସହରର ଜନସଂଖ୍ୟା ବ୍ୟାପକଭାବେ ବୃଦ୍ଧି ପାଉଥିବା ତଥା ଗ୍ରାମାଂଚଳୁ ବହୁ ଲୋକ ତୁଷୁରା ଆସି ବସବାସ କରୁଥିବାରୁ କାଠର ଚାହିଦା ବୃଦ୍ଧି ପାଉଛି। ପରିଷଦ ଗଠନ ହେବାର ଚାରି ବର୍ଷ ବିତି ଯାଇଥିଲେ ସୁଦ୍ଧା ଏହାର ସମାଧାନ କରାଯାଇ ପାରୁ ନ ଥିବାରୁ ଲୋକେ ଦୁର୍ଦ୍ଦଶା ଭୋଗୁଛନ୍ତି। ତେଣୁ ସହରବାସୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ସୋନଗଡ଼ି ଶ୍ମଶାନ ଘାଟ ନିକଟରେ ଶୀଘ୍ର ଏକ ବୈଦ୍ୟୁତିକ ଶବ ଦାହ କେନ୍ଦ୍ର କରାଯାଉ ନଚେତ କାଠ ଯୋଗେଇ ଦେବା ପାଇଁ ସହରବାସୀ ଦାବୀ କରିଛନ୍ତି।

Hot this week

ଦାମୀ କାର୍‌ରେ ବିଦ୍ୟାଳୟର ମଧ୍ୟାହ୍ନ ଭୋଜନ ଚୋରା ଚାଲାଣ- ଧରି ପକାଇଲେ ଗାଁ ଲୋକ

ଗୁରୁଡ଼ିଝାଟିଆ - ମଧ୍ୟାହ୍ନ ଭୋଜନ ଚାଉଳ ଚୋରା ଚାଲାଣ ବେଳେ ଧରିଲେ...

ନନ୍ଦନକାନନ ଥାନାର ପୂର୍ବତନ ଏସ୍ଆଇ ଅମିନ ଖାନ ଲାଞ୍ଚ ମାମଲାରେ ଦୋଷୀ ସାବ୍ୟସ୍ତ

ଭୁବନେଶ୍ୱର - ଭୁବନେଶ୍ୱରରେ ଥିବା ନନ୍ଦନକାନନ ଥାନା (ଅବସରପ୍ରାପ୍ତ) ପୂର୍ବତନ ପୋଲିସ...

ସୁନା ଓ ରୂପା ଦର ରେକର୍ଡ ଭାଙ୍ଗିଲା

ନୂଆଦିଲ୍ଲୀ- ପୁଣି ଥରେ ସୁନା ଏବଂ ରୂପା ସମସ୍ତ ରେକର୍ଡ ଭାଙ୍ଗିଛି।...

୬ ଦେଶରେ ବ୍ୟାନ ଫିଲ୍ମ ଧୁରନ୍ଧର

ମୁମ୍ବାଇ :ସାଉଦି ଆରବ ,ୟୂଏଇ ଓ କତାରରେ ବ୍ୟାନ ହେଲା ହିନ୍ଦୀ...

ତୃତୀୟ ବିଶ୍ୱଯୁଦ୍ଧ ପରିସ୍ଥିତି- ଟ୍ରମ୍ପ ଦେଲେ ଚେତାବନୀ

ନ୍ୟୁୟର୍କ - ବିଶ୍ୱ ତୃତୀୟ ବିଶ୍ୱ ଆଡକୁ ମୁହାଁଉଛି । ରୁଷ୍‌...

Related Articles

Popular Categories