www.samajalive.in
Monday, December 8, 2025
27.1 C
Bhubaneswar

ନାଦାଲଙ୍କୁ ୧୨ଶ ଫ୍ରେଞ୍ଚ୍‌ ଓପନ୍‌ ଟାଇଟଲ

ପ୍ୟାରିସ : କ୍ଲେ-କୋର୍ଟର ରାଜା ରାଫେଲ ନାଦାଲ ୨୦୧୯ରେ ପୁଣିଥରେ ଫ୍ରେଞ୍ଚ ଓପନ ଟାଇଟଲ ହାସଲ କରିଛନ୍ତି। ରବିବାର ଖେଳାଇଥିବା ଫାଇନାଲ ମ୍ୟାଚରେ ବିଶ୍ୱର ୨ନମ୍ବର ଖେଳାଳି ନାଦାଲ ଅଷ୍ଟ୍ରିଆର ଡୋମିନିକ ଥାଇମଙ୍କୁ ହରାଇ ଚମ୍ପିଆନ ହୋଇଛନ୍ତି। ଏହି ଟାଇଟଲ ବିଜୟ ସହିତ ନାଦାଲ ରେକର୍ଡ ୧୨ଥର ପାଇଁ ରୋଲାଣ୍ଡ ଗ୍ୟାରୋସ ଟାଇଟଲ ଜିତିବାରେ ସଫଳ ହୋଇଛନ୍ତି। ଚଳିତଥର ଚମ୍ପିଆନ ହେବା ସହିତ କୌଣସି ଗୋଟିଏ ଗ୍ରାଣ୍ଡସ୍ଲାମ ୧୨ଥର ଜିତିବାରେ ନାଦାଲ ବିଶ୍ୱରେ ପ୍ରଥମ ଖେଳାଳି ହେବାର ଗୌରବ ହାସଲ କରିଛନ୍ତି। ଆଜି ଏହି ଏକପାଖିଆ ଫାଇନାଲ ମ୍ୟାଚରେ ନାଦାଲ ୬-୩,୫-୭, ୬-୧ ଓ ୬-୧ ସେଟରେ ଥାଇମଙ୍କୁ ପରାସ୍ତ କରିଥିଲେ। ବିଶ୍ୱର ଏହି ଦୁଇନମ୍ବର ଖେଳାଳି ରାଲୋଣ୍ଡ ଗ୍ୟାରୋସ କୋର୍ଟରେ ରେକର୍ଡ ୯୩ଟି ବିଜୟ ହାସଲ କରିଥିବାବେଳେ ମାତ୍ର ୨ଟି ମ୍ୟାଚରେ ପରାଜିତ ହୋଇଛନ୍ତି। ଏହି ବିଜୟ ସହିତ ୩୩ବର୍ଷୀୟ ନାଦାଲଙ୍କର ଏହା ଏକ ୮୨ତମ ଟାଇଟଲ ଏବଂ ୯୫୨ତମ ବିଜୟ।
ରୋଲାଣ୍ଡ ଗ୍ୟାରୋସରେ ଖେଳାଇଥିବା ଫାଇନାଲ ମ୍ୟାଚର ପ୍ରଥମ ସେଟ ୫୩ମିନିଟ ଧରି ଚାଲିଥିଲା। ପ୍ରଥମ ସେଟରେ ଥାଇମ ୩-୨ସେଟରେ ଅଗ୍ରଣୀ ହାସଲ କରିଥିଲେ। କିନ୍ତୁ ତ୍ରୁଟିପୂର୍ଣ୍ଣ ସଟ ଏବଂ ନାଦାଲଙ୍କ ଶକ୍ତିଶାଳୀ ଫୋରହ୍ୟାଣ୍ଡ ସଟ ଅଟକାଇବାରେ ଥାଇମ ବିଫଳ ହୋଇଥିଲେ। ଯାହାଫଳରେ ନାଦାଲ ପ୍ରଥମ ସେଟକୁ ୬-୩ରେ ଜିତି ନେଇଥିଲେ। ଦ୍ୱିତୀୟ ସେଟରେ ଥାଇମ ମ୍ୟାଚକୁ ଫେରିଥିଲେ। ଏହି ସେଟରେ ସେ ନାଦାଲଙ୍କୁ ୭-୫ରେ ପରାସ୍ତ କରିଥିଲେ। ପରବର୍ତ୍ତୀ ଦୁଇଟି ସେଟରେ ନାଦାଲ ନିଜ ଅଭିଜ୍ଞତା ଓ ଶକ୍ତିଶାଳୀ ସଟ ଖେଳି ଥାଇମଙ୍କୁ ସମ୍ପୂର୍ଣ୍ଣ ପରାସ୍ତ କରିଥିଲେ। ଏହି ଦୁଇ ସେଟକୁ ନାଦାଲ ୬-୧ ଏବଂ ୬-୧ରେ ଜିତି ନେଇ ଚମ୍ପିଆନ ହୋଇଥିଲେ। ୨୫ବର୍ଷୀୟ ଥାଇମ ସେମିଫାଇନାଲରେ ବିଶ୍ୱର ଏକ ନମ୍ବର ଟେନିସ ଖେଳାଳି ନୋଭାକ ଜୋକୋଭିକଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ। ପୂର୍ବରୁ ନାଦାଲ ୨୦୦୫, ୨୦୦୬, ୨୦୦୭, ୨୦୦୮, ୨୦୧୦, ୨୦୧୧,୨୦୧୨, ୨୦୧୩, ୨୦୧୪, ୨୦୧୭, ୨୦୧୮ରେ ଫ୍ରେଞ୍ଚ ଓପନ ଚମ୍ପିଆନ ହୋଇଥିଲେ।

Hot this week

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

ନିଆଁରେ ପୋଡି ହୋଇ ଛାତ୍ରୀ ମୃତ୍ୟୁ ଘଟଣା : ୪ ଲକ୍ଷ ଅନୁକମ୍ପା ରାଶି ଘୋଷଣା

ଭୁବନେଶ୍ଵର :ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ...

ଗାଁ କଳିରୁ ପୋଡାଜଳା , ମେଳି, ଉତ୍ତେଜନା : ୨୪ ଘଣ୍ଟା ଇଣ୍ଟରନେଟ୍ ବନ୍ଦ

ମାଲକାନଗିରି: ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ମାରିୱାଡ଼ା ପଞ୍ଚାୟତ ଅନ୍ତର୍ଗତ ରାଖେଲଗୁଡ଼ା...

Related Articles

Popular Categories