www.samajalive.in
Tuesday, December 9, 2025
16.1 C
Bhubaneswar

ବାଲିଅନ୍ତାରେ ସାନ ଭାଇକୁ ହାଣି ହତ୍ୟା ଘଟଣା; ଅଭିଯୁକ୍ତ ବଡ଼ ଭାଇ ନଖରାରୁ ଗିରଫ

ଭୁବନେଶ୍ୱର : ବାଲିଅନ୍ତା ଥାନା ଅନ୍ତର୍ଗତ ସୁରେଖା ଆପାର୍ଟମେଣ୍ଟ୍‌ ନିକଟରେ ବିଚ୍‌ ରାସ୍ତାରେ ସାନ ଭାଇକୁ ହତ୍ୟା ଘଟଣାରେ ପୁଲିସ ଅଭିଯୁକ୍ତ ବଡ଼ ଭାଇ ସ୍ରଷ୍ଟା ରାଉତରାୟକୁ ଗିରଫ କରିଛି। ରବିବାର ସକାଳେ ନଖରା ଅଞ୍ଚଳରୁ ପୁଲିସ ତାକୁ ଗିରଫ କରିଥିଲା।

ସୂଚନା ମୁତାବକ, ୨ଦିନ ତଳେ ଲକ୍ଷ୍ମୀସାଗର ଶବରସାହିର ପ୍ରୀତମ ରାଉତରାୟଙ୍କୁ ସୁରେଖା ଆପାର୍ଟମେଣ୍ଟ ନିକଟରେ ଜଣେ ଯୁବକ ଭୁଜାଲିରେ ହାଣି ହତ୍ୟା କରିଥିଲା। ହତ୍ୟା ପରେ ରକ୍ତଭିଜା ଭୁଜାଲିକୁ ଗାମୁଛାରେ ବାନ୍ଧି ସେଠାରୁ ଚାଲିଯାଇଥିଲା। ସ୍ପଷ୍ଟ ଦିବାଲୋକରେ ଏହି ଘଟଣା ଘଟିଥିଲା। ଏହାର ଦୃଶ୍ୟ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଥିଲା। ପୁଲିସ ଘଟଣାର ତଦନ୍ତ ବେଳେ ସିସିଟିଭି କ୍ୟାମେରା ଫୁଟେଜ ଯାଞ୍ଚ କରିବାରୁ ଅଭିଯୁକ୍ତ ଜଣକ ମୃତକ ପ୍ରୀତମଙ୍କ ବଡ଼ ଭାଇ ସ୍ରଷ୍ଟା ବୋଲି ଜଣାପଡ଼ିଥିଲା। ପରେ ତାଙ୍କୁ ଧରିବା ଲାଗି ପୁଲିସ ଶନିବାରଠାରୁ ଚଢ଼ାଉ ଆରମ୍ଭ କରିଥିଲା। ରବିବାର ସେ ନଖରା ଅଞ୍ଚଳରେ ଲୁଚି ରହିଥିବା ସୂଚନା ପାଇବା ପରେ ପୁଲିସ ସେଠାରେ ଚଢ଼ାଉ କରି ତାକୁ ଗିରଫ କରିଛି। ପାରିବାରିକ ବିବାଦରୁ ପ୍ରିତମଙ୍କୁ ତାଙ୍କ ବଡ ଭାଇ ହତ୍ୟା କରିଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଛି । ପ୍ରୀତମ ସମ୍ପତ୍ତି ପାଇଁ ତାଙ୍କ ବାପା ଏବଂ ବଡ଼ ଭାଇକୁ ବାରମ୍ବାର ହତ୍ୟା ଧମକ ଦେଉଥିଲେ ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories