www.samajalive.in
Tuesday, December 9, 2025
17.1 C
Bhubaneswar

ବିଶ୍ବକପ୍‌ରୁ ସେହ୍‌ଜାଦ୍‌ ବାଦ୍‌

ଲଣ୍ଡନ୍‌ : ଆଫଗାନିସ୍ତାନର ଓପନର୍‌ ମହମ୍ମଦ ସେହ୍‌ଜାଦ୍‌ ଇଂଲଣ୍ଡରେ ଖେଳାଯାଉଥିବା କ୍ରିକେଟ୍‌ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହ୍‌ଜାଦ୍‌ଙ୍କ ଆଣ୍ଠୁରେ ଆଘାତ ଲାଗିଥିବାରୁ ସେ ବିଶ୍ବକପ୍‌ରୁ ବାଦ୍‌ ପଡ଼ିଛନ୍ତି। ସେହ୍‌ଜାଦ୍‌ ବିଶ୍ବକପ୍‌​ ପ‌ୂର୍ବରୁ ପାକିସ୍ତାନ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳୁଥିବା ବେଳେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ​ପ​ରେ ବିଶ୍ବକପ୍‌​‌େ​‌ର ସେ ଅଷ୍ଟ୍ରେଲିଆ ଓ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିଥିଲେ। ତେବେ ୨ଟିଯାକ ମ୍ୟାଚ୍‌ରେ ସେ ନୈରାଶ୍ୟଜନକ ବ୍ୟାଟିଂ ପ୍ରଦର୍ଶନ କରିଥିଲେ। ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳିବା ପରେ ତାଙ୍କ ଆଣ୍ଠୁରେ ଯନ୍ତ୍ରଣା ବଢ଼ି ଯାଇଥିଲା। ସେହ୍‌ଜାଦ୍‌ଙ୍କୁ ବିଶ୍ରାମ ଆବଶ୍ୟକ ଓ ସେ ପରବର୍ତ୍ତୀ ମ୍ୟାଚ୍‌ରେ ଖେଳିପାରିବେ ନାହିଁ ବୋଲି ଡାକ୍ତର ମତ ଦେବା ପରେ ତାଙ୍କୁ ବିଶ୍ବକପ୍‌ରୁ ବାଦ୍ ଦିଆଯାଇଛି। ତାଙ୍କ ସ୍ଥାନରେ ଇକ୍ରାମ୍‌ ଅଲ୍ଲିଙ୍କୁ ଆଫଗାନିସ୍ତାନ ଦଳରେ ସାମିଲ କରାଯାଇଛି। ୨୦୧୫ ବିଶ୍ବକପ୍‌ ପରଠାରୁ ସେହ୍‌ଜାଦ୍‌ ୫୫ଟି ମ୍ୟାଚ୍‌ ଖେଳି ୧୮୪୩ ରନ୍‌ ସଂଗ୍ରହ କରିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories