www.samajalive.in
Monday, December 8, 2025
13.1 C
Bhubaneswar

ଦୁବାଇ ବସ୍‍ ଦୁର୍ଘଟଣା : ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ଦୁବାଇ : ଦୁବାଇରେ ବସ୍‍ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ୧୨ ଜଣ ଭାରତୀୟଙ୍କ ସମେତ ୧୭ଜଣଙ୍କର ମୃତ୍ୟୁ ଘଟିଛି ଏବଂ ୫ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।  ଗୁରୁବାର ରାତିରେ ଏହି ଦୁର୍ଘଟଣା ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୮ଜଣ ଭାରତୀୟ ଥିବା ଦୁବାଇସ୍ଥିତ ଭାରତୀୟ ଦୁତାବାସ ସୂତ୍ରରୁ ଜଣାପଡିଛି। ଶୁକ୍ରବାର ସକାଳେ ମୃତକଙ୍କ ମଧ୍ୟରେ ଜଣେ ମହିଳାଙ୍କ ସମେତ ୮ଜଣ
ଭାରତୀୟ ଥିବାବେଳେ ଅପରାହ୍ନରେ ଏହି ସଂଖ୍ୟା ବୃଦ୍ଧି ପାଇଛି।
ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ମଧ୍ୟରୁ ୮ଜଣଙ୍କୁ ଏ ପର୍ଯ୍ୟନ୍ତ  ଚିହ୍ନଟ କରାଯାଇ ପାରିନାହିଁ । ଆହତ ଭାରତୀୟଙ୍କ ମଧ୍ୟରୁ ୪ଜଣଙ୍କୁ ପ୍ରାଥମିକ ଚିକିତ୍ସା ପରେ ହସ୍‍ପିଟାଲରୁ ଛାଡି ଦିଆଯାଇ ଥିବାବେଳେ ଅନ୍ୟ ୩ଜଣ ଦୁବାଇସ୍ଥିତ ରସିଦ୍‍ ହସ୍‍ପିଟାଲରେ ଚିକିତ୍ସାଧୀନ ଅଛନ୍ତି ।
ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରବର୍ଗଙ୍କୁ ଦୂତାବାସ ପକ୍ଷରୁ ଶୋକବାର୍ତ୍ତା ପଠାଯାଇଛି। ଭାରତୀୟ କନସଲ୍‍ ଜେନେରାଲ ବିପୁଲ୍‍ଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ମୃତାହତ ପରିବାରବର୍ଗଙ୍କୁ ଭେଟି ଆବଶ୍ୟକ ସହାୟତା ଯୋଗାଇ ଦେବାକୁ ପ୍ରତିଶ୍ରୁତି ଦେଇଛନ୍ତି।
ପୋଲିସ ସୂତ୍ରରୁ ପ୍ରକାଶ ଯେ, ଓମାନରେ ଇଦ୍‍ ଉତ୍ସବ ପାଳନ କରି ବିଭିନ୍ନ ଦେଶର ୩୧ଜଣ ନାଗରିକ ବସରେ ଫେରୁଥିବାବେଳେ ଏହି
ଦୁର୍ଘଟଣା ଘଟିଛି । ସେହି ଦୁର୍ଘଟଣା ପରେ ଓମାନ୍‍ ସରକାର ମସ୍କାଟ ଓ ଦୁବାଇ ମଧ୍ୟରେ ବସ୍‍ ଚଳାଚଳକୁ ଅନିର୍ଦ୍ଧିଷ୍ଟକାଳ ପାଇଁ ବନ୍ଦ ରଖିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories