www.samajalive.in
Tuesday, December 9, 2025
15.1 C
Bhubaneswar

ଆନ୍ଧ୍ର କ୍ୟାବିନେଟରେ ରହିବେ ୫ ଉପମୁଖ୍ୟମନ୍ତ୍ରୀ; ଜଗନଙ୍କ ଐତିହାସିକ ନିଷ୍ପତ୍ତି

ବିଜୟନଗର: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ୫ଜଣ ଉପମୁଖ୍ୟମନ୍ତ୍ରୀ ନିଯୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଅନୁସଚିତ ଜାତି, ଅନୁସୂଚିତ ଜନଜାତି, ପଛୁଆ ଜାତି, ସଂଖ୍ୟାଲଘୁ ଏବଂ କାପୁ ସମୁଦାୟରୁ ଜଣେ ଜଣେ ବିଧାୟକଙ୍କୁ ଉପମୁଖ୍ୟମନ୍ତ୍ରୀ ଭାବେ ନିଯୁକ୍ତ କରିବେ। ଶୁକ୍ରବାର ୱାଇଏସଆର କଂଗ୍ରେସର ଦଳୀୟ ବୈଠକରେ ଏ ନେଇ ନିଷ୍ପତ୍ତି ନିଆଯାଇଛି। ତେବେ କୌଣସି ରାଜ୍ୟ ସରକାରଙ୍କ କ୍ୟାବିନେଟ୍‌ରେ ୫ ଜଣ ଉପମୁଖ୍ୟମନ୍ତ୍ରୀ ରହିବା ଭାରତ ଇତିହାସରେ ପ୍ରଥମ ଘଟଣା ହେବ।

ବୈଠକରେ ଜଗନ ନିଜ ଯୋଜନାଗୁଡ଼ିକ ସମ୍ପର୍କରେ ଆଲୋଚନା କରିଥିଲେ। ଜଗନ କହିଥିଲେ ଅଢ଼େଇ ବର୍ଷ ପରେ କ୍ୟାବିନେଟରେ ଅଦଳବଦଳ କରାଯିବ। ଲୋକଙ୍କ ଅଭିଯୋଗ ପ୍ରତି ଧ୍ୟାନ ଦେବାକୁ ସେ ଦଳୀୟ ବିଧାୟକମାନଙ୍କୁ କହିଥିଲେ। ତାଙ୍କ ପ୍ରଦର୍ଶନକୁ ଲୋକମାନେ ଅତି ନିକଟରୁ ନିରୀକ୍ଷଣ କରୁଛନ୍ତି। ତେଣୁ ପୂର୍ବରୁ ଥିବା ସରକାର ଏବଂ ବର୍ତ୍ତମାନର ସରକାର ମଧ୍ୟରେ ରହିଥିବା ଅନ୍ତରକୁ ସେ ଲୋକଙ୍କୁ ଦେଖାଇବାକୁ ଚାହୁଁଛନ୍ତି ବୋଲି ଜଗନ କହିଛନ୍ତି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories