www.samajalive.in
Saturday, December 6, 2025
26.1 C
Bhubaneswar

ସେଲ୍‌ଫି ନେବାକୁ ଉଦ୍ୟମ କରିବାରୁ ଠେଲିଦେଲେ ମୁଖ୍ୟମନ୍ତ୍ରୀ

କର୍ନଲ: ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ପୁଣି ଥରେ ନିଜ ରାଗ ଉପରେ ନିୟନ୍ତ୍ରଣ ହରାଇଥିବା ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବାବେଳେ ଜଣେ ଯୁବକ ତାଙ୍କ ସହ ସେଲ୍‌ଫି ନେବାକୁ ଉଦ୍ୟମ କରିବାରୁ ସେ ତାଙ୍କୁ ଠେଲି ଦେଇଛନ୍ତି। ଏହାର ଦୃଶ୍ୟ କ୍ୟାମେରାରେ ରେକର୍ଡ ହୋଇ ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ମୁଖ୍ୟମନ୍ତ୍ରୀଙ୍କ ଏପରି ଦୁର୍ବ୍ୟବହାର ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି।

ମୁଖ୍ୟମନ୍ତ୍ରୀ ମନୋହରଲାଲ କର୍ନଲରେ ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯାଇଥିଲେ। ସେ ପହଞ୍ଚିବା ପରେ ଜଣେ ଯୁବକ ପହଞ୍ଚି ତାଙ୍କ ପାଦ ଛୁଇଁ ପ୍ରଣାମ କରିଥିଲେ। ଏହା ପରେ ସେ ମୋବାଇଲରେ ତାଙ୍କ ସହିତ ଏକ ସେଲ୍‌ଫି ନେବା ସମୟରେ ମୁଖ୍ୟମନ୍ତ୍ରୀ ରାଗିଯାଇ ତାଙ୍କୁ ଠେଲି ଦେଇଥିଲେ।

- Advertisement -

ତେବେ ମୁଖ୍ୟମନ୍ତ୍ରୀଙ୍କ ଏଭଳି ଦୁର୍ବ୍ୟବହାର ପ୍ରଥମ ନୁହେଁ। ଗତ ଫେବୃୟାରୀରେ ଏକ ବୟସ୍କ ଦମ୍ପତି ୧୯ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ନେଇ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠକୁ ଯାଇଥିଲେ। କିନ୍ତୁ ମୁଖ୍ୟମନ୍ତ୍ରୀ ସେମାନଙ୍କ ଉପରେ ବିରକ୍ତି ପ୍ରକାଶ କରିବା ସହ ଗାଳି କରିଥିଲେ। ସେହିପରି ଗତବର୍ଷ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ହେଉଥିବା ଅଭିଯୋଗର ପ୍ରତିକାରରେ ବିଳମ୍ବ ହେଉଥିବା ନେଇ ଜଣେ ସାମ୍ବାଦିକ ତାଙ୍କୁ ପ୍ରଶ୍ନ କରିଥିଲେ। ଏଥିରେ ମୁଖ୍ୟମନ୍ତ୍ରୀ ବିରକ୍ତ ହୋଇଯାଇ ସମ୍ପୃକ୍ତ ସାମ୍ବାଦିକଙ୍କୁ ନାନା ଭାଷଣ ଶୁଣାଇ ଗାଳି କରିବା ସହ ଶିଷ୍ଟାଚାର ଶିଖିବାକୁ ପରାମର୍ଶ ଦେଇଥିଲେ। ଖଟ୍ଟର କହିଥିଲେ, ଗଣମାଧ୍ୟମର କାର୍ଯ୍ୟ ହେଉଛି ସରକାରଙ୍କୁ ପ୍ରଶ୍ନ କରିବା, ସରକାର ବିରୋଧରେ ଅଭିଯୋଗ ଆଣିବା ନୁହେଁ।

Hot this week

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

ଛାତ୍ରୀଙ୍କ ଆତ୍ମାହୁତି ଉଦ୍ୟମ ଘଟଣା: ଜଣେ ଅଟକ

ସୁନ୍ଦରଗଡ : ନିଜ ଦେହରେ ନିଜେ ନିଆଁ ଲଗାଇଲେ ଛାତ୍ରୀ। ସୁନ୍ଦରଗଡ...

ଯାତ୍ରୀଙ୍କୁ ଟଙ୍କା ଫେରାଇବ ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ସମସ୍ତ ଯାତ୍ରୀଙ୍କୁ ଟିକେଟ ବାବଦ ଟଙ୍କା ଫେରସ୍ତ କରିବ...

ବାବ୍ରି ମସଜିଦ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କଲେ ଟିଏମସିରୁ ନିଲମ୍ବିତ ବିଧାୟକ

ସମାଜଲାଇଭ ଡେସ୍କ: ଟିଏମସିରୁ ନିଲମ୍ବିତ ହୋଇଥିବା ବିଧାୟକ ହୁମାୟୁନ କବିର ବାବ୍ରି...

Related Articles

Popular Categories