www.samajalive.in
Tuesday, December 9, 2025
17.1 C
Bhubaneswar

ଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ସାତୋଟି ଘୋଡାଙ୍କ ମହତ୍ତ୍ବ

ଭଗବାନ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ମଧ୍ୟରେ ରାଜା ବୋଲି କୁହାଯାଏ। ତାଙ୍କୁ ଆଦିତ୍ୟ, ଭାନୁ ଓ ରବି ପରି ଅନେକ ନାମରେ ସ୍ମରଣ କରାଯାଇଥାଏ। କୁହାଯାଏ ଯେ, ସୂର୍ଯ୍ୟ ଏକମାତ୍ର ଏପରି ଦେବତା ଯାହାଙ୍କ କିରଣ ପୁରା ସଂସାରକୁ ଆଲୋକିତ କରିଥାଏ। ଏହାସହ ତାଙ୍କ ଦର୍ଶନ କରିବା ମଧ୍ୟ ସହଜ। ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିଥାଏ। ସେହି ରଥରେ ଘୋଡାର ଦଉଡି ଅରୁଣ ଦେବଙ୍କ ହାତରେ ରହିଥାଏ। କିନ୍ତୁ ଆପଣ ଜାଣିଛନ୍ତି କି ସୂର୍ଯ୍ୟଙ୍କ ରଥରେ ସାତୋଟି ଘୋଡା ରହିବାର ତାତ୍ପର୍ଯ୍ୟ କ’ଣ? ଆସନ୍ତୁ ଜାଣିବା ସେହି ସମ୍ବନ୍ଧରେ ..

ଭଗବାନ ସୂର୍ଯ୍ୟଙ୍କ ରଥରେ ଥିବା ଘୋଡା ସମ୍ବନ୍ଧରେ ଧାର୍ମିକ ଗ୍ରନ୍ଥରେ ବିସୃତ ଭାବେ ବର୍ଣ୍ଣନା କରାଯାଇଛି। ସୂର୍ଯ୍ୟଙ୍କ ରଥରେ ଥିବା ସାତୋଟି ଘୋଡା ସାତଟି ଆଲୋକ ଦର୍ଶାଇ ଥାଆନ୍ତି। ସୂର୍ଯ୍ୟଙ୍କ ସାତଟି ଘୋଡାକୁ ଇନ୍ଦ୍ରଧନୁର ସାତଟି ରଙ୍ଗ ସହ ଯୋଡା ଯାଇଛି। ଧ୍ୟାନର ଦେଖିବାକୁ ଗଲେ ସାତୋଟି ଘୋଡାର ରଙ୍ଗ ପରସ୍ପର ଠାରୁ ଭିନ୍ନ ଅଟେ। ଏହାସହ ପ୍ରତ୍ୟେକ ଘୋଡା ମଧ୍ୟ ପରସ୍ପର ଠାରୁ ଅଲଗା ଅଟନ୍ତି। କିନ୍ତୁ ପ୍ରତ୍ୟେକ ଘୋଡା ସୂର୍ଯ୍ୟଙ୍କର ନିଜସ୍ବ କିରଣର ପ୍ରତୀକ ଅଟନ୍ତି।

- Advertisement -

ଭଗବାନ ସୂର୍ଯ୍ୟ ରଥରେ ସାତୋଟି ଘୋଡା ସହ ଥିବାର ପ୍ରତିମୂର୍ତ୍ତି ଅନେକ ମନ୍ଦିରରେ ରହିଛି। ସୂର୍ଯ୍ୟଙ୍କ ରଥରେ ଲାଗିଥିବା ଘୋଡା ସପ୍ତାହର ସାତ ଦିନ, ଚକ ଗୋଟିଏ ବର୍ଷ ଓ ଚକରେ ଥିବା ଗାର ୧୨ମାସକୁ ଦର୍ଶାଇ ଥାଏ।

 

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories