www.samajalive.in
Monday, December 8, 2025
17.1 C
Bhubaneswar

ଖଣ୍ଡିଆ ଭଲ ହୋଇ ଯାଇଛି କିନ୍ତୁ ଦାଗ ଯାଇ ନାହିଁ କି? ତେବେ ଆପଣାନ୍ତୁ ଏହି ଉପାୟ

ପିଲାଦିନେ ପ୍ରାୟ ସମସ୍ତଙ୍କର ଖଣ୍ଡିଆ ହୋଇଥାଏ। ସେଥିମଧ୍ୟରୁ କିଛି ଖଣ୍ଡିଆର ଦାଗ ଲିଭି ଯାଇଥାଏ ତ କେତେକ ଦାଗ ଲିିଭି ନଥାଏ। କିଛି ଖଣ୍ଡିଆ ଦେହର ଏପରି ସ୍ଥାନରେ ରହିଥାଏ ଯାହା ସମସ୍ତଙ୍କ ନଜରରେ ଆସିଥାଏ। ଏହି ଖଣ୍ଡିଆ ଦାଗକୁ ଛଡାଇବା ପାଇଁ ଅନେକ ଲୋକ ସର୍ଜରୀ କରିଥାନ୍ତି ତ କେତେକ ଲୋକ ଅନେକ ପ୍ରକାର ଔଷଧ ବ୍ୟବହାର କରିଥାନ୍ତି।
କିଛି ଘରୋଇ ଉପାୟ ରହିଛି ଯାହା ଦ୍ୱାରା ଆମେ ଖଣ୍ଡିଆ ଦାଗ ଠାରୁ ମୁକ୍ତି ପାଇ ପାରିବା। ଆସନ୍ତୁ ଜାଣିବା ସେହି ଉପାୟ ଗୁଡିକ ବିଷୟରେ..

Pic courtesy : Hindimeaning.com

ଚନ୍ଦନ:
ଯଦି ଆପଣଙ୍କ ମୁହଁରେ କୌଣସି ଖଣ୍ଡିଆର ଚିହ୍ନ ରହିଥାଏ ତେବେ ଚନ୍ଦନ ବ୍ୟବହାର କରିପାରିବା। ଏଥିପାଇଁ ଗୋଟିଏ ଚାମଚ ଚନ୍ଦନ ପାଉଡର, ଅଳ୍ପ ଗୋଲାପ ଜଳ ଓ ଦୁଇ ଚାମଚ କ୍ଷୀର ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ସେହି ମିଶ୍ରଣକୁ ଖଣ୍ଡିଆ ଉପରେ ଲଗାନ୍ତୁ। ତାକୁ ୧ଘଣ୍ଟା ପର୍ଯ୍ୟନ୍ତ ଛାଡି ଦିଅନ୍ତୁ। ତାପରେ ନିର୍ଦ୍ଦାରିତ ସମୟ ପରେ ସଫା ପାଣିରେ ଧୋଇ ଦିଅନ୍ତୁ। ଏପରି କରିବା ଦ୍ୱାରା କିଛି ଦିନ ପରେ ଖଣ୍ଡିଆ ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।

- Advertisement -
Pic courtesy : Live Science

ଲେମ୍ବୁ:
ଖଣ୍ଡିଆ ଦାଗରୁ ମୁକ୍ତି ପାଇବା ପାଇଁ ଲେମ୍ବୁ ସର୍ବୋତ୍ତମ ଅଟେ। ଏଥିରେ ଥିବା ଏସିଟିକ ଅମ୍ଳ ଖଣ୍ଡିଆ ଦାଗକୁ ଛଡାଇବାରେ ସାହାଯ୍ୟ କରିଥାଏ। ଲେମ୍ବୁର ରସ ଚିପୁଡି ଗୋଟିଏ ପାତ୍ରରେ ରଖନ୍ତୁ। ତାପରେ ତୁଳା ସାହାଯ୍ୟରେ ରସକୁ ଖଣ୍ଡିଆ ଦାଗ ଉପରେ ଧିରେ ଧିରେ ଘଷିଲା ପରି ଲଗାନ୍ତୁ। ଏକ ସପ୍ତାହ ପର୍ଯ୍ୟନ୍ତ ଏପରି ସବୁଦିନ କରନ୍ତୁ। ଆସ୍ତେ ଆସ୍ତେ ଖଣ୍ଡିଆ ଦାଗ ଦୂର ହୋଇଯିବ।

Pic courtesy : iflo.co.in

ମହୁ:
ମହୁ ଆମ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଉପକାରୀ ଅଟେ। ଏହା ସହ ଆମ ମୁହଁ ପାଇଁ ମଧ୍ୟ ମହୁ ଖୁବ ଭଲ ଅଟେ। ଏହା ଚର୍ମରୁ ମୃତକୋଷ ଗୁଡିକୁ ବାହାର କରିବାରେ ସାହାଯ୍ୟ କରିଥାଏ। ଗୋଟିଏ ବୁନ୍ଦା ମହୁକୁ ପ୍ରତ୍ୟେକ ଦିନ ଖଣ୍ଡିଆ ଦାଗରେ ଲଗାନ୍ତୁ। କିଛି ଦିନ ପରେ ଖଣ୍ଡିଆର ଦାଗ ଆସ୍ତେ ଆସ୍ତେ ଦୂର ହୋଇଯିବ।

Pic courtesy : YouTube

କାକୁଡି:
କାକୁଡି ଆମ ମୁହଁକୁ ସତେଜ କରିବା ସହ ଆକର୍ଷଣୀୟ କରିବାରେ ସାହାଯ୍ୟ କରିଥାଏ। ଏହା ଦାଗକୁ ଦୂର କରିବା ସହ ଆଖପାଖର ଶୁଷ୍କ ତ୍ୱଚାକୁ ନରମ କରିଥାଏ। ଖଣ୍ଡିଆ ଚିହ୍ନରୁ ମୁକ୍ତି ପାଇବା ପାଇଁ କାକୁଡିର ପେଷ୍ଟ ପ୍ରସ୍ତୁତ କରି ଲଗାନ୍ତୁ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories