www.samajalive.in
Monday, December 8, 2025
27.1 C
Bhubaneswar

ପ୍ରକାଶ ପାଇଲା +୨ ବିଜ୍ଞାନ ପରୀକ୍ଷା ଫଳ, ୭୨.୩୩ % ପାସ୍ ହାର

ଭୁବନେଶ୍ବର : ଓଡ଼ିଶା ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଚଳିତ ବର୍ଷର +୨ ବିଜ୍ଞାନ ପରୀକ୍ଷା ଫଳ ସୋମବାର ପ୍ରକାଶ ପାଇଛି ।  ଚଳିତବର୍ଷ ୭୨.୩୩ ପ୍ରତିଶତ ପାସ୍ ହାର ରହିଛି । ଗତ ବର୍ଷ ତୁଳନାରେ ୪ ପ୍ରତିଶତ କମ୍ ରହିଛି । ବାଲେଶ୍ବର ଜିଲାରେ ସର୍ବାଧିକ ପାସ ହାର ୮୬ ପ୍ରତିଶତ ରହିଥିବା ବେଳେ ଗଜପତି ଜିଲାରେ ୩୬.୨୦ ପ୍ରତିଶତ ସର୍ବନିମ୍ନ ପାସ ହାର ରହିଛି । ୯ଟି କଲେଜରେ +୨ ବିଜ୍ଞାନ ପରୀକ୍ଷା ଫଳ ଶୂନ ରହିଥିବା ବେଳେ ୨୯ଟି କଲେଜରେ ପରୀକ୍ଷା ଫଳ ଶତ ପ୍ରତିଶତ ରହିଛି ।

ଏଥର ୯୭, ୭୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୭୦, ୭୧୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୪୦,୦୫୮ ଜଣ ଛାତ୍ର ପାସ୍ କରିଥିବା ବେଳେ ୩୦, ୬୪୮ ଛାତ୍ରୀ ପାସ୍ କରିଛନ୍ତି । ମୋଟ ୨୦, ୮୦୬ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ପାଇଥିବା ବେଳେ ୨୩, ୯୦୪ ଛାତ୍ରଛାତ୍ରୀ ଦ୍ବିତୀୟ ଶ୍ରେଣୀରେ ପାସ୍ କରିଛନ୍ତି । ୨୫, ୩୬୦ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଛନ୍ତି । କମ୍ପାର୍ଟମେଣ୍ଟାଲ୍‌ ପରୀକ୍ଷାରେ ୬୩୬ ଛାତ୍ରଛାତୀ ପାସ୍‌ କରିଛନ୍ତି। ରି-ଆଡମିଶନ ଏବଂ ରି-ଚେକିଂ ପାଇଁ ୧୫ ଦିନର ସମୟ ରହିଛି ।

- Advertisement -

ବିଧିବଦ୍ଧ ଭାବେ ଫଳ ପ୍ରକାଶ ପାଇବା ପରେ www.chseodisha.nic.in ଓ www.orissaresults.nic.in ରେ ଲଗ୍‌ଇନ୍‌ କରି ରୋଲ ନମ୍ବର ଏବଂ ରେଜିଷ୍ଟ୍ରେସନ୍‌ ନମ୍ବର ଦେଇ ଛାତ୍ରଛାତ୍ରୀ ପରୀକ୍ଷା ଫଳ ଦେଖିପାରିବେ ।

ଭୁବନେଶ୍ବର ଜୟଦେବ ଭବନର ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ଦିନ ୧୨ଟାରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶଙ୍କ ଦ୍ବାରା +୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇଛି। ଏହି ଅବସରରେ ବିଭାଗୀୟ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ପରିଷଦର ଅଧ୍ୟକ୍ଷ, ସମ୍ପାଦକ, ପରୀକ୍ଷା ନିୟନ୍ତ୍ରକଙ୍କ ସମେତ ବହୁ ବରିଷ୍ଠ ପଦାଧିକାରୀ ଗୀତଗୋବିନ୍ଦ ପ୍ରେକ୍ଷାଳୟରେ ଉପସ୍ଥିତ ଥିଲେ ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories