କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ରାଇସୁଆଁରେ ସୋମବାର ଏକ ଅଭାବନୀୟ ଘଟଣା ଘଟିଛି। ପ୍ରାତଃ ଭ୍ରମଣ କରୁଥିବା ସମୟରେ ଗାଡ଼ି ଧକ୍କାରେ ଦୁଇଜଣ ମହିଳା ପ୍ରାଣ ହରାଇଛନ୍ତି। ସୂଚନାଯୋଗ୍ୟ, ପ୍ରତ୍ୟେକ ଦିନ ଭଳି ଆଜି ଦୁଇଦୁଇଜଣ ମହିଳା ପ୍ରାତଃଭ୍ରମଣ ପାଇଁ ଯାଇଥିଲେ। ଏହି ସମୟରେ ଏକ ଅଜଣାଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ସ୍ଥାନୀୟଲୋକେ ସେମାନଙ୍କୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତ୍ତି କରିଥିଲେ। ଡ଼ାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।
Popular Categories



