www.samajalive.in
Monday, December 8, 2025
27.1 C
Bhubaneswar

ଧନିଆ ପତ୍ରକୁ ଅଧିକ ଦିନ ସତେଜ ରଖିବାର ସହଜ ଉପାୟ

ଖାଦ୍ୟର ସ୍ବାଦ ବଢାଇବା ପାଇଁ ଧନିଆ ପତ୍ର ବ୍ୟବହାର କରାଯାଇଥାଏ। ଧନିଆ ପତ୍ରକୁ ଖାଦ୍ୟରେ ପକାଇଲେ ଅନ୍ୟ ଏକ ବାସ୍ନା ହୋଇଥାଏ। ଏହାସହ ଧନିଆ ପତ୍ର ଖାଇବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଧନିଆ ପତ୍ରରେ ଅନେକ ଔଷଧିୟ ଗୁଣ ରହିଛି। ଏହାକୁ ଖାଇବା ଦ୍ବାରା ଅନେକ ରୋଗ ଠାରୁ ମୁକ୍ତି ମିଳିଥାଏ। ଖରା ଦିନେ ଧନିଆ ପତ୍ରକୁ ବଜାରରୁ ଆଣିବା ପରେ କିଛି ସମୟ ମଧ୍ୟରେ ତାହା ଝାଉଁଳି ଯାଇଥାଏ। ଏହାକୁ ଫ୍ରିଜରେ ରଖିବା ଦ୍ବାରା ମଧ୍ୟ ତାର ସ୍ବାଦ ଖରାପ ହୋଇଯାଇଥାଏ। ତେବେ କିଛି ସହଜ ଉପାୟ ରହିଛି ଯାହାଦ୍ବାରା ଧନିଆ ପତ୍ରକୁ ସତେଜ ରଖି ହେବ।। ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ ..

ପ୍ରଥମେ ଧନିଆ ପତ୍ରକୁ ନେଇ ତାର ଚେର ଅଂଶକୁ ଛୁରୀରେ କାଟି ଦିଅନ୍ତୁ। ତାପରେ ଏକ ପାତ୍ରରେ ପାଣି ନେଇ ସେଥିରେ ଏକ ଚାମଚ ହଳଦୀ ମିଶାନ୍ତୁ। ତାପରେ ସେହି ହଳଦୀ ପାଣିରେ ପ୍ରାୟ ୩୦ମିନିଟ ପର୍ଯ୍ୟନ୍ତ ଧନିଆ ପତ୍ରକୁ ବୁଡାଇ ରଖନ୍ତୁ।

- Advertisement -

ତାପରେ ପାଣିରୁ ବାହାର କରି ତାକୁ ଏକ ସ୍ଥାନରେ ରଖନ୍ତୁ। ଧନିଆ ପତ୍ରରୁ ପାଣି ବାହାରି ଗଲା ପରେ ଏକ ଟିସୁ ପେପରରେ ଧନିଆ ପତ୍ରକୁ ଖେଳାଇ ରଖି ଦିଅନ୍ତୁ। ତାପରେ ପତ୍ରକୁ ଟିସୁରେ ଗୁଡାଇ ଏକ ଡବାରେ ରଖି ବନ୍ଦ କରି ଦିଅନ୍ତୁ।

ସେହି ଡବାକୁ ଫ୍ରିଜରେ ରଖନ୍ତୁ। ଏପରି କରିବା ଦ୍ବାରା ଧନିଆ ପତ୍ର ସତେଜ ରହିବା ସହ ଅନେକ ଦିନ ବ୍ୟବହାର କରିପାରିବେ।

 

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories