www.samajalive.in
Monday, December 8, 2025
27.1 C
Bhubaneswar

ପଶ୍ଚିମବଙ୍ଗରେ ‘ଜୟ ଶ୍ରୀରାମ’ କହିବାରୁ ୧୦ ଗିରଫ; ଗାଡ଼ିରୁ ଓହ୍ଲାଇ ମମତା କହିଲେ- ଛାଲ ଉତାରିଦେବି

କୋଲକାତା: ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରୁ ଅନେକ ଆସନ ହାତରୁ ଚାଲିଯିବା ପରେ ଟିଏମସି ମୁଖ୍ୟ ତଥା ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଚିନ୍ତା ବଢ଼ିଯାଇଛି। ଏଭଳି ସ୍ଥିତିରେ ରାଜ୍ୟରେ ଦିଦିଙ୍କ ରାଜ୍‌ ଦେଖିବାକୁ ମିଳିଛି। ମମତାଙ୍କ ଗସ୍ତ ସମୟରେ କେତେଜଣ ବ୍ୟକ୍ତି ‘ଜୟ ଶ୍ରୀରାମ’ ନାରା ଦେବାରୁ ସେମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି। ‘ଜୟ ଶ୍ରୀରାମ’ ଉଚ୍ଚାରଣ କରିଥିବା ପାଖାପାଖି ୧୦ ଜଣଙ୍କୁ ପୁଲିସ ଗିରଫ କରିଛି। ଏପରି କି ସର୍ବସାଧାରଣରେ ମମତା ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ବିରୋଧ କରିବା ସହ ଛାଲ ଉତାରିଦେବି ବୋଲି କଡ଼ା ଚେତାବନୀ ଦେଇଛନ୍ତି।

ସୂଚନା ମୁତାବକ, ନିର୍ବାଚନ ସମୟରେ ଦଳୀୟ କାର୍ଯ୍ୟକର୍ତ୍ତାଙ୍କ ସହିତ ହୋଇଥିବା ହିଂସା ଘଟଣାର ପ୍ରତିବାଦରେ ଧାରଣା ଦେବା ଲାଗି ଗତ ଗୁରୁବାର ମମତା ନୌହାଟି ଯାଉଥିଲେ। ବାଟକରେ କିଛି ଲୋକେ ତାଙ୍କ ଗାଡ଼ିର କାର୍‌କେଡ ସାମ୍ମାକୁ ଚାଲିଆସି  ‘ଜୟ ଶ୍ରୀରାମ’ ନାରା ଦେଇଥିଲେ। ମମତା ଏଥିରେ ରାଗିଯାଇ ତୁରନ୍ତ ଗାଡ଼ିରୁ ବାହାରି ନାରାବାଜି କରୁଥିବା ଲୋକଙ୍କୁ ବଡ଼ ପାଟି କରି ବିରୋଧ କରିଥିଲେ।

- Advertisement -

ମମତା ପାଟି କରି କହିଥିଲେ ଯେ, ‘ଏଠାକୁ ଆସ….ସାହସ ଅଛି ତ ସାମ୍ନାକୁ ଆସ…ମୋତେ ସାମ୍ନା କର। ବିଜେପିର ଗୁଣ୍ଡା, ଏଠାରେ ତୁମେମାନେ ଆମ ପାଇଁ ରହିଛ। ତୁମ ପରି ଲୋକଙ୍କୁ ଏଠାରୁ ବିତାଡ଼ିତ କରିପାରିବି। ତୁମେ ସମସ୍ତେ ବଦମାସ। ତୁମମାନଙ୍କର ସାହସ କେମିତି ହେଲା ମୋ ଗାଡ଼ି ସାମ୍ନାରେ ଆସି ନାରାବାଜି କରିବାକୁ। ମୁଁ ତୁମମାନଙ୍କ ଛାଲ ଉତାରିଦେବି। ମୋର ସବୁ ଲୋକଙ୍କ ନାଁ ଦରକାର ଯେଉଁମାନେ ଏଠାରେ ନାରାବାଜି କରୁଥିଲେ। ପ୍ରତ୍ୟେକଙ୍କ ଘର ଯାଞ୍ଚ ହେବା ଦରକାର।’

ଏହା ପରେ ମମତା ଗାଡ଼ିରେ ବସି ଚାଲିଯାଉଥିଲେ। କିନ୍ତୁ ସେ ଗାଡ଼ିରେ ବସିବା କ୍ଷଣି ଲୋକମାନେ ପୁଣି ଥରେ ‘ଜୟ ଶ୍ରୀରାମ’ କହି ପାଟି କରିଥିଲେ। ମମତା ପୁରି ଗାଡ଼ିରୁ ବାହାରି ବଡ଼ ପାଟିରେ କହିଥିଲେ, ‘ସାହସ ଅଛି ତ ମୋ ସାମ୍ନାକୁ ଆସ ବଦମାସ। ଟିଭି କ୍ୟାମେରା ଦେଖି କହିଥିଲେ, ମୁଁ ମୋ ଗାଡ଼ିରେ ଯାଉଥିଲି। ଏମାନେ ମୋ ଗାଡ଼ି ସାମ୍ନାକୁ ଆସି ମୋତେ ଗାଳି ଦେଉଛନ୍ତି। ଏମାନେ ସମସ୍ତେ ବାହାର ଲୋକ। ଏମାନଙ୍କ ମଧ୍ୟରେ କେହି ସ୍ଥାନୀୟ ବଙ୍ଗଳା ଲୋକ ନାହାନ୍ତି’ ବୋଲି କହି ମମତା ଚାଲିଯାଇଥିଲେ। ତେବେ ପୁଲିସ ‘ଜୟ ଶ୍ରୀରାମ’ ନାରା ଦେଉଥିବା ୧୦ ଜଣଙ୍କୁ ଗିରଫ କରିନେଇଛି। ବିଜେପି ରାଜ୍ୟରେ ବଙ୍ଗଳା ଏବଂ ଅଣବଙ୍ଗଳା ଲୋକଙ୍କ ମଧ୍ୟରେ ବିଭେଦ ସୃଷ୍ଟି କରିବାକୁ ଏଭଳି କାମ କରୁଛି ବୋଲି ମମତା କହିଛନ୍ତି।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories