www.samajalive.in
Monday, December 8, 2025
27.1 C
Bhubaneswar

ଟେଲିଫୋନ୍‍ ଏକ୍ସଚେଞ୍ଜ ପୋଡି ମାମଲାରୁ ମାଓନେତା ସବ୍ୟସାଚୀ ମୁକ୍ତ

ଗଞ୍ଜାମ: ୨୦୦୬ ମସିହା ପାରଳାଖେମୁଣ୍ଡି ଟେଲିଫୋନ୍‍ ଏକ୍ସଚେଞ୍ଜ ପୋଡି ମାମଲାରେ ମାଓନେତା ସବ୍ୟସାଚୀ ପଣ୍ଡା ନିର୍ଦ୍ଦୋଷ ସାବ୍ୟସ୍ତ ହୋଇଛନ୍ତି। ଗୁରୁବାର ପୋଲିସର କଡ଼ା ସୁରକ୍ଷା ବଳୟ ମଧ୍ୟରେ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରୁ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିଆଯାଇ ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜ୍‍ଙ୍କ କୋର୍ଟରେ ହାଜର କରାଯାଇଥିଲା।

୨୦୦୬ ମସିହାରେ ସଙ୍ଗଠିତ ଟେଲିଫୋନ୍‍ ଏକ୍ସଚେଞ୍ଜ ପୋଡି ମାମଲାର ବିଚାର କରି ଗଜପତି ଜିଲ୍ଲାଜଜ୍‍ ମାଓନେତା ସବ୍ୟସାଚୀ ପଣ୍ଡାଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି। ଆବଶ୍ୟକ ସାକ୍ଷ୍ୟ ଓ ପ୍ରମାଣ ଅଭାବ ଯୋଗୁଁ କୋର୍ଟ ତାଙ୍କୁ ମାମଲାରୁ ମୁକ୍ତ କରିଛନ୍ତି। ସବ୍ୟସାଚୀ ଏବେ ବ୍ରହ୍ମପୁର କେନ୍ଦ୍ରୀୟ କାରାଗାରରେ ଆଜୀବନ ଜେଲ୍‍ ଦଣ୍ଡାଦେଶ କାଟୁଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories