www.samajalive.in
Monday, December 8, 2025
17.1 C
Bhubaneswar

ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ ପାଇଁ ବିଜେପି ସମର୍ଥକଙ୍କ ଚା’ ବିକ୍ରି, ଜୋତା ପଲିସ

ନୂଆଦିଲ୍ଲୀ : ଦ୍ବିତୀୟ ଥର ପାଇଁ କେନ୍ଦ୍ରରେ ସରକାର ଗଠନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ନିଜର ସମର୍ଥନ ଜାହିର କରିବା ନିମନ୍ତେ ବିହାରର ମୁଜାଫରପୁର ନିବାସୀ ଅଶୋକ ଦିଲ୍ଲୀରେ ଚା ବିକ୍ରି କରିଛନ୍ତି। ମୋଦୀ ଯେଉଁ ସବୁ ସ୍ଥାନରେ ଜନ ସମାବେଶ କରିଥିଲେ ସେଠାରେ ସେ ଚା’ ବିକ୍ରି କରିଛନ୍ତି। ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ସମାପ୍ତ ହେବା ପର୍ଯ୍ୟନ୍ତି ସେ ଚା ବିକିବା ଜାରି ରଖିଥିଲେ। ସେହିଭଳି ବିଜେପିର କିଛି କର୍ମୀ ଇନ୍ଦୋରଠାରେ ମୋଦୀଙ୍କ ଶପଥ ଗ୍ରହଣ ଉତ୍ସବ ପାଳନ ନିମନ୍ତେ ସାଧାରଣ ଲୋକଙ୍କ ଜୋତା ପଲିସ କରିଛନ୍ତି। ବିଜେପି କାଉନସିଲର ସଞ୍ଜୟ କଟାରିଆଙ୍କ ନେତୃତ୍ବରେ ଏକ ଦଳ ରାଡିସନ ଚୌକଠାରେ ପଥାଚାରୀମାନଙ୍କ ଜୋତା ପଲିସ କରିଛି। କଟାରିଆ କହିଛନ୍ତି କୌଣସି କାମ ଛୋଟ ନୁହେଁ ବୋଲି ମୋଦୀ ସର୍ବଦା କୁହନ୍ତି। ଏଣୁ ସେ ନିଜେ ମଧ୍ୟ ଲୋକଙ୍କ ଜୋତା ସଫା କରିବାକୁ ପଛେଇ ନାହାନ୍ତି। ଏଥିସହ ସେ ଭିଆଇପି ସଂସ୍କୃତିର ମଓ୍ୟ ସମାପନ କରିଛନ୍ତି।

Hot this week

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

ହି-ମ୍ୟାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା

ନୂଆଦିଲ୍ଲୀ: ଆଜି ବଲିଉଡର ଦିବଂଗତ ବରିଷ୍ଠ ଅଭିନେତା ଧର୍ମେନ୍ଦ୍ରଙ୍କ ୯୦ତମ ଜନ୍ମଦିନ।...

ଟ୍ରାକ୍ଟର ଧକ୍କାରେ ଯୁବକ ମୃତ, ରସ୍ତାରୋକୋ

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ମୋଟେର ଫାଣ୍ଡି ନିକଟ ଧାନ ମଣ୍ଡି...

Related Articles

Popular Categories