www.samajalive.in
Tuesday, December 9, 2025
17.1 C
Bhubaneswar

ଅଭୟାରଣ୍ୟରୁ ଜୀବନ୍ତ ଗୁରାଣ୍ଡି, କୁଟାରୀ ମାଂସ ଓ ୨ ଦେଶୀ ବନ୍ଧୁକ ଜବତ

ଖୁଣ୍ଟା : ଶିମିଳିପାଳ ଅଭୟାରଣ୍ୟର ବଣିଆବସା ସେକ୍ସନରୁ ବନ କର୍ମଚାରୀମାନେ ଦୁଇ ଗୋଟି ଦେଶୀ ବନ୍ଧୁକ, ଏକ ଜୀବନ୍ତ ଗୁରାଣ୍ଡି ଓ କୁଟାରି ମାଂସ ଜବତ କରିଥିବା ଜଣାପଡ଼ିଛି। ଶିକାରୀମାନେ କୁଟାରୀ ମାଂସ ଭାଗବଣ୍ଟା କରୁଥିବା ବେଳେ ବନ କର୍ମଚାରୀମାନେ ପହଞ୍ଚିଯିବାରୁ ଶିକାରୀ ମାନେ ଖସି ପଳାଇଥିଲେ। ସେମାନେ ଛାଡି ଯାଇଥିବା ଦୁଇ ଗୋଟି ଦେଶୀ ବନ୍ଧୁକ, ଏକ ଜୀବନ୍ତ ଗୁରାଣ୍ଡି ଓ କୁଟାରି ମାଂସ ବନ କର୍ମଚାରୀ ଜବତ କରିଛନ୍ତିି। ଘଟଣାରୁ ପ୍ରକାଶ ଯେ, ଉଦଳା ବନାଞ୍ଚଳ ଅଧୀନ ବଣିଆବସା ସେକ୍ସନରେ ସ୍ଥାନୀୟ ବନପାଳ ରଞ୍ଜିତ ଦଣ୍ଡପାଟ ଅନ୍ୟ କର୍ମଚାରୀଙ୍କ ସହିତ ବ୍ୟାଘ୍ର ଗଣନା କାର୍ଯ୍ୟରେ ନିୟୋଜିତ ଥିବା ବେଳେ ୧୨ନଂ କମ୍ପାର୍ଟମେଣ୍ଟ ନେତ୍ରକୁଣ୍ଡ ନିକଟରେ ୧୦ ରୁ ୧୨ ଜଣ ଶିକାରୀ ଏକ କୁଟାରୀ ଶିକାର କରି ଭାଗବଣ୍ଟା କରୁଥିବା ଦେଖିଥିଲେ। ବନ କର୍ମଚାରୀଙ୍କୁ ଦେଖି ଶିକାରୀମାନେ ଖସି ପଳାଇଥିବା ବେଳେ କେହି ଜଣେ ହେଲେ ବନ କର୍ମଚାରୀଙ୍କ ହାତରେ ଧରା ପଡିନଥିଲେ। ଘଟଣା ସ୍ଥଳରୁ ଏକ ଜୀବନ୍ତ ଗୁରାଣ୍ଡି ସମେତ ୧୦କେଜି କୁଟାରୀ ମାଂସ ଓ ଦୁଇଗୋଟି ଦେଶୀ ବନ୍ଧୁକ ଜବତ କରାଯାଇଥିଲା। ଗୁରାଣ୍ଡିକୁ ଅଭୟାରଣ୍ୟରେ ଛାଡି ଦିଆଯାଇଥିବା ବେଳେ ଅନ୍ୟ ଜବତ ସାମଗ୍ରୀକୁ ପରବର୍ତ୍ତି କାର୍ଯ୍ୟାନୁଷ୍ଠାନ ପାଇଁ ବନାଞ୍ଚଳ କାର୍ଯ୍ୟଳୟରେ ରଖା ଯାଇଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories