ଆବଶ୍ୟକ ସାମଗ୍ରୀ :
ପାଚିଲା ଆମ୍ବ (କୋରା) – ୧କପ୍
ସୁଜି – ୧କପ୍
ଚିନି- ୩ଚାମଚ
ନଡିଆ – ୨ ଚାମଚ
କାଜୁ – ୬ରୁ ୭ଟି
ଗୁଜୁରାତି ଗୁଣ୍ଡ – ୨ଚାମଚ
ଘିଅ – ଆବଶ୍ୟକ ଅନୁଯାୟୀ
ପ୍ରସ୍ତୁତ ପ୍ରଣାଳୀ :
ପ୍ରଥମେ ପାଚିଲା ଆମ୍ବ ଦେଖି ତାର ମାଂସାଳ ଅଂଶ କୋରି ସେଥିରୁ ରସ ବାହାର କରି ଦିଅନ୍ତୁ। ତାପରେ ନଡିଆକୁ କୋରନ୍ତୁ। କାଜୁକୁ ଛୋଟ ଛୋଟ କରି କାଟି ରଖି ଦିଅନ୍ତୁ। ତାପରେ ଗ୍ୟାସରେ ଏକ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ତେଲ ଗରମ ହୋଇଗଲା ପରେ ସେଥିରେ ସୁଜି ପକାଇ ଭଲ ଭାବେ ଭାଜନ୍ତୁ। ସୁଜି ଭାଜି ହୋଇଗଲା ପରେ ତାକୁ କାଢି ଗୋଟିଏ ପାତ୍ରରେ ରଖି ଦିଅନ୍ତୁ।
ତାପରେ ଏକ ପାତ୍ରରେ ଆମ୍ବ ରସ, ଚିନି ଓ ଅଳ୍ପ ପାଣି ଦେଇ ମିଶାଇ ଦିଅନ୍ତୁ। ଆମ୍ବ ରସରେ ସୁଜି ପକାଇ ଭଲ ଭାବେ ମିଶାଇ ଦିଅନ୍ତୁ। ତାପରେ ନଡିଆ କୋରା, କାଜୁ ଓ ଗୁଜୁରାତି ଗୁଣ୍ଡ ପକାଇ ଭଲ ଭାବେ ମିଶ୍ରଣ ପ୍ରସ୍ତୁତ କରନ୍ତୁ। ମିଶ୍ରଣରେ ଅଳ୍ପ ପାଣି ଦେଇ ଅଳ୍ପ ବହଳିଆ କରନ୍ତୁ। ତାପରେ ଇଟିଲି ହାଣ୍ଡିରେ ପାଣି ଦେଇ ଗ୍ୟାସରେ ବସାନ୍ତୁ। ପାଣି ଫୁଟିଲେ ଇଟିଲି ଛାଞ୍ଚରେ ତେଲ ମାରନ୍ତୁ। ତାପରେ ସେଥିରେ ମିଶ୍ରଣକୁ ରଖି ଇଟିଲି ହାଣ୍ଡିର ଢାଙ୍କୁଣି ଦେଇ ଗ୍ୟାସରେ ବସାନ୍ତୁ। ୧୫ମିନିଟ ପରେ ଇଟିଲି ହାଣ୍ଡି କାଢି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଆପଣଙ୍କ ମ୍ୟାଙ୍ଗୋ ଇଡଲି।



