www.samajalive.in
Monday, December 8, 2025
27.1 C
Bhubaneswar

ଆପଣ ବି ଚିକେନ୍ ପ୍ରେମୀ କି ? ଜାଣନ୍ତୁ ଏହା ବିଷୟରେ କିଛି ଗୁରୁତ୍ବପୂର୍ଣ୍ଣ କଥା

ସାଧାରଣତଃ ଆମମାନଙ୍କ ମଧ୍ୟରୁ ପ୍ରାୟ ବହୁତ ଲୋକେ ଚିକେନ୍ ଖାଇବାକୁ ଖୁବ୍ ପସନ୍ଦ କରିଥାଆନ୍ତି। ଚିକେନ ନାଁ ଶୁଣିବା ମାତ୍ରେ ଲୋକଙ୍କ ପାଟିରୁ ଲାଳ ବୋହିଥାଏ। ତେବେ ଚିକେନ ପ୍ରେମୀମାନେ ଜାଣି ରଖନ୍ତୁ ଚିକେନ ବିଷୟରେ କେତେକ ଗୁରୁତ୍ବପୂର୍ଣ୍ଣ କଥା –

-ଚିକେନରେ ପର୍ଯ୍ୟାପ୍ତ ପରିମାଣରେ ଭିଟାମିନ୍ ବି-୫ ରହିଥାଏ ଯାହା ଆମ ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଖାଇବା ଦ୍ବାରା ଆମେ ମାନସିକ ଅବସାଦରୁ ଦୂରରେ ରହିବା ସହିତ ଖୁସି ରହିଥାଉ
-ଚିକେନରେ ପ୍ରୋଟିନ୍ ମଧ୍ୟ ଭରପୂର ମାତ୍ରାରେ ରହିଥାଏ। ଏହା ଆମ ଶରୀରର ବିକାଶ ଓ ବୃଦ୍ଧିରେ ସାହାଯ୍ୟ କରିଥାଏ।
-ଏଥିରେ ଥିବା ଫସଫରସ୍ ଆମ ଦାନ୍ତ ଏବଂ ହାଡ଼ ପାଇଁ ଅତ୍ୟନ୍ତ ଲାଭଦାୟକ ହୋଇଥାଏ।
-ପ୍ରାୟ ଅଧିକାଂଶ ଲୋକ ଚିକେନ ସୁପ୍ ପିଇ ଥାଆନ୍ତି। ଚିକେନ ସୁପ୍ ପିଇବା ଦ୍ବାରା ସତେଜ ଲାଗିଥାଏ। କେତେକ ଲୋକ ବଜାରରୁ ଚିକେନ ସୁପ୍ ଆଣି ପିଇଥାଆନ୍ତି। କିନ୍ତୁ ଘରେ ଚିକେନ ସୁପ୍ କରି ପିଇବା ସ୍ବାସ୍ଥ୍ୟ ପାଇଁ ହିତକର ହୋଇଥାଏ।
-ସାଧାରଣ ଖାଦ୍ୟରେ ଜିଙ୍କର ମାତ୍ରା କମ୍ ଥାଏ। କିନ୍ତୁ ଚିକେନରେ ଜିଙ୍କର ମାତ୍ରା ଅଧିକ ଥାଏ।
-ଯଦି ଆପଣଙ୍କ ଆଣ୍ଠୁରେ ଯନ୍ତ୍ରଣା ଅନୁଭୂତ ହେଉଛି ତେବେ ଆପଣଙ୍କୁ ଚିକେନ୍ ଖାଇବା ଜରୁରୀ। ଏଥିରେ ସେଲେନିୟମ୍ ରହିଥାଏ।
-ଚିକେନରେ ଅଧିକ ମାତ୍ରାରେ କ୍ୟାଲସିୟମ୍ ରହିଥାଏ ଯାହା ଦ୍ବାରା ଆମ ହାଡ଼ ମଜବୁତ ହୋଇଥାଏ। ଏହା ଉଚ୍ଚତା ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ଗୋପାଳପୁର ଗଣଦୁଷ୍କର୍ମ ମାମଲା: ୫ ଅଭିଯୁକ୍ତଙ୍କ ନାଁରେ ଚାର୍ଜଫ୍ରେମ

ସମାଜଲାଇଭ ଡେସ୍କ: ଗୋପାଳପୁର ଗଣଦୁଷ୍କର୍ମ ମାମଲାରେ ଗିରଫ ହୋଇଥିବା ୧୦ ଅଭିଯୁକ୍ତଙ୍କ...

ଯାତ୍ରୀଙ୍କୁ ୪୫୦୦ ଲଗେଜ ହସ୍ତାନ୍ତର କଲା ଇଣ୍ଡିଗୋ

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ଯୋଗୁ ହଜାର ହଜାର...

ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ଜେଲ୍‌ ଦଣ୍ଡ

ନୂଆଦିଲ୍ଲୀ: ଏଣିକି ମୃତଦେହ ରଖି ରାସ୍ତାରେ ବିକ୍ଷୋଭ କଲେ ୫ ବର୍ଷ...

ରାଜ୍ୟର ସବୁ କ୍ଲବ, ପବ୍‌ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡରେ ୨୫ ଜଣଙ୍କ ପ୍ରାଣହାନୀ...

କଲେଜ ଭିତରେ ଛାତ୍ରଙ୍କୁ ଛୁରାମାଡ

ବାରିପଦା : ବାରିପଦାରେ ଅଭାବନୀୟ ଘଟଣା ଘଟିଛି। ବାଇଗଡବାହିଆ ସ୍ଥିତ ବିବି...

Related Articles

Popular Categories