www.samajalive.in
Monday, December 8, 2025
13.1 C
Bhubaneswar

ଏଫ୍‍ଆଇଏଚ୍‍ ପୁରୁଷ ସିରିଜ୍‍ ଫାଇନାଲ୍‍ ମ୍ୟାଚ୍‍  ପାଇଁ ୧୮ଜଣିଆ ଭାରତୀୟ ଦଳ

ନୂଆଦିଲ୍ଲୀ : ହକି ଇଣ୍ଡିଆ ପକ୍ଷରୁ ଏଫ୍‍ଆଇଏଚ୍‍ ପୁରୁଷ ହକି ସିରିଜ୍‍ ଫାଇନାଲ୍‍ ମ୍ୟାଚ୍‍ ପାଇଁ ୧୮ଜଣିଆ ଭାରତୀୟ ଦଳର ଖେଳାଳିମାନଙ୍କର ନାମ ଘୋଷଣା କରାଯାଇଛି । ହକି ଦଳର ନେତୃତ୍ୱ ମନପ୍ରିତ୍‍ ସିଂହ ନେବେ। ଓଡ଼ିଶା ବୀରେନ୍ଦ୍ର ଲାକ୍ରା ଟିମ୍‍ର ଉପ ଅଧିନାୟକ ରହିବେ । ଆସନ୍ତା ମାସ ୬ତାରିଖରୁ ଭୁବନେଶ୍ୱରରେ ଏହି ପୁରୁଷ ହକି ସିରିଜ୍‍ ଖେଳାଯିବ।

୯ମାସର ବ୍ୟବଧାନ ପରେ ଷ୍ଟ୍ରାଇକର୍‍ ରମଣଦୀପ ସିଂହଙ୍କୁ ପୁନର୍ବାର ଟିମରେ ସାମିଲ କରାଯାଇଛି । ଆଣ୍ଠୁରେ ଆଘାତ ପାଇଥିବାରୁ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଟିମ୍‍ର ଅନ୍ୟ ଖେଳାଳିମାନଙ୍କ ମଧ୍ୟରେ ବରୁଣ କୁମାର, ଅମିତ ରୋହିଦାସ ଓ ସୁମୀତ ଅଛନ୍ତି। ଅଭିଜ୍ଞ ଗୋଲକିପର ପି.ଆର୍‍. ଶ୍ରୀଜେସ୍‍ ଓ କ୍ରିଷନ୍‍ ବି. ପାଠକ ମଧ୍ୟ ଟିମରେ ସାମିଲ ହୋଇଛନ୍ତି।

- Advertisement -

ଭାରତ, ରୁଷ, ପୋଲାଣ୍ଡ ଓ ଉଜବେକିସ୍ଥାନ ସହ ପୁଲ୍‍-ଏରେ ସ୍ଥାନ ପାଇଥିବା ବେଳେ ଜାପାନ୍‍, ମେକ୍ସିକୋ, ଆମେରିକା ଓ ଦକ୍ଷିଣ ଆଫ୍ରିକା
ପୁଲ୍‍-ବିରେ ସ୍ଥାନ ପାଇଛନ୍ତି। ଭାରତ ଏହାର ପ୍ରଥମ ମ୍ୟାଚ୍‍ ରୁଷ୍‍ ବିପକ୍ଷରେ ଖେଳିବ।

Hot this week

ଇଣ୍ଡିଗୋରେ ଅଚଳାବସ୍ଥା ଜାରି; ପୁଣି ୬୫୦ ବିମାନ ବାତିଲ

ନୂଆଦିଲ୍ଲୀ: ଦେଶର ସର୍ବବୃହତ ଘରୋଇ ଏୟାରଲାଇନ୍ସ କମ୍ପାନୀ ଇଣ୍ଡିଗୋରେ କ୍ରମାଗତ ୬ଷ୍ଠ...

ଆଖି ବୁଜିଲେ ପୀଡିତା ଛାତ୍ରୀ

ସମାଜ ଡିଜିଟାଲ ଡେସ୍କ: ନିଆଁରେ ପୋଡି ହୋଇଥିବା ରାଜଗାଙ୍ଗପୁର ଲାଞ୍ଜିବେରାନାର ଗୁରୁତର...

ଟି-୨୦ ବିଶ୍ବ କପ ଜର୍ସି ଉନ୍ମୋଚନ

ରାୟପୁର: ଭାରତୀୟ କ୍ରିକେଟ୍‌‌ ଦଳର ଅଫିସିଆଲ୍‌‌ କିଟ୍‌‌ ପ୍ରାୟୋଜକ ଆଡିଡାସ୍‌‌ ବିସିସିଆଇ...

ସୋମବାର ରାଶିଫଳ: ଆଜି ଏହି ରାଶିରେ ଋଣ ପରିଶୋଧ ହେବ

ମେଷ: ମନ ପ୍ରଫୁଲ୍ଲ ରହିବ। ଦେବଦର୍ଶନରେ ସମସ୍ତ କଳ୍ମଷ ଦୂର ହେବ।...

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

Related Articles

Popular Categories